କୁକୁର ପାଇଁ ପାଟିତୁଣ୍ଡ ଗଣ୍ଡଗୋଳ ଗୁଳିକାଣ୍ଡ, ଘଟଣାସ୍ଥଳରେ ୨ ମୃତ ୬ ଆହତ

କୁକୁରକୁ ବୁଲାଇବା ବିବାଦରୁ ନେଇ ହତ୍ୟାକାଣ୍ଡ । ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି ଏଭଳି ଅଭାବନୀୟ ଘଟଣା । କୁକୁରକୁ ବୁଲାଇବାକୁ ଆଣିଥିଲେ ଜଣେ ବ୍ୟକ୍ତି। ପଡିଶା ଘର କୁକୁରକୁ ଦେଖି ଭୁକିଥିଲା କୁକୁର । ଏହାକୁ ନେଇ ଦୁଇ ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଝିମିଟି ଖେଳରୁ ମହାଭାରତ । ହଁ ଆଜ୍ଞା କୁକୁରକୁ ବୁଲାଇବା ବିବାଦରୁ ନେଇ ହତ୍ୟାକାଣ୍ଡ । ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି ଏଭଳି ଅଭାବନୀୟ ଘଟଣା । କୁକୁରକୁ ବୁଲାଇବାକୁ ଆଣିଥିଲେ ଜଣେ ବ୍ୟକ୍ତି। ପଡିଶା ଘର କୁକୁରକୁ ଦେଖି ଭୁକିଥିଲା କୁକୁର । ଏହାକୁ ନେଇ ଦୁଇ ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଟିତୁଣ୍ଡ ଝଗଡା ଶୁଣି ଆଖପାଖର ଲୋକ ଏକାଠି ହୋଇଯାଇଥିଲେ । ତେବେ ଏଥିରେ ବ୍ୟକ୍ତି ଜଣଙ୍କ ଉତ୍ତ୍ୟକ୍ତ ହୋଇ ଘରକୁ ଯାଇ ବନ୍ଧୁକ ଆଣି ଗୁଳିମାଡ଼ କରିଥିଲେ ।

ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ବ୍ୟକ୍ତି ଜଣଙ୍କ ବ୍ୟାଙ୍କ ଅଫ ବରୋଦାରେ ଗାର୍ଡ ଭାବେ କାମ କରନ୍ତି । ଗୁଳି ଚଳାଇବା ମାତ୍ରେ ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଏହି ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଛି, ଯେତେବେଳେ କି ୬ଜଣ ଲୋକେ ଆହତ ହୋଇଛନ୍ତି । ସିକ୍ୟୁରିଟ ଗାର୍ଡ ଗୁଳି କରି ମାରିବା ସମୟରେ ତାଙ୍କର କେହି ଜଣେ ଭିଡିଓ ରେକର୍ଡ କରିଥିଲା ଏବଂ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଇନ୍ଦୋରର ଖଜ୍ରାନା ଅଞ୍ଚଳରେ କୃଷ୍ଣ ବାଗ କଲୋନୀର ୧୧୭ ବିରେ ଦୁଇଟି କୁକୁର ବୁଲିବାକୁ ନେଇ ଝଗଡା ପରିସ୍ଥିତି ଉପୁଜିଥିଲା। ଯେଉଁ କାରଣରୁ ବ୍ୟାଙ୍କ ଅଫ୍ ବରୋଦାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଜପାଲ ରାଜୱାଟ ରାଗରେ ଆସି ଘରର ଗ୍ୟାଲେରୀରୁ ଠିଆ ହୋଇ ଗୁଳି ଚଳାଇଥିଲେ। ଏହି ସମୟରେ ଭିମଲ ଆଚାଲା ଏବଂ ରାହୁଲ ଅମାଚା ନାମକ ଜଣେ ଯୁବକ ଏହି ଘଟଣାରେ ଗୁଳିରେ ଆଘାତ ହୋଇ ମୃତ୍ୟୁ ବରଣ କରିଥିଲେ। ଏହି ଗୁଳି ବିନିମୟରେ ମୋଟ 6 ଜଣ ଗୁରୁତର ଆହତ ହୋଇଛନ୍ତି।

ପରବର୍ତ୍ତୀ ସମୟରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷାକର୍ମୀ ରାଜପାଲଙ୍କୁ ଗିରଫ କରିଥିଲା ​​ଏବଂ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ମଧ୍ୟ ଉଦ୍ଧାର କରିଥିଲା। ମୃତକ ଜଣକ ପଡୋଶୀ ହୋଇଥିବାର ସୂଚନା ମିଳିଛି । ପରବର୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ପଂହଁଚିଛି , ଘଟଣାର ତଦନ୍ତ ଆରମ୍ଭ କରିଛି । ଏବେ ଏହି ଭିଡ଼ିଓଟି ସୋସିଆଲ ମିଡିଆର ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.