Below header

ସେମାନେ କିଏ? ଯେଉଁମାନେ ଭାରତୀୟ ହେବା ପରେ ବି ଦେଇପାରିବେନି ଭୋଟ୍‌

କଣ ଆପଣଙ୍କୁ ଜଣାଅଛି ଆମ ଦେଶରେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଦେଶର ନାଗରିକ ହେବା ପରେ ମଧ୍ୟ ଭୋଟ ଦେବାକୁ ଅଧିକାର ନାହିଁ । ଏହା ଆମେ କହୁନାହୁଁ ବରଂ ଭାରତର ସମ୍ବିଧାନ ହିଁ କହୁଛି । ତାହେଲେ ଆସନ୍ତୁ ଜାଣିବା ଏମାନେ କାହିଁକି ଭୋଟ ଦେଇପାରନ୍ତିନାହିଁ ଏବଂ ଏହାପଛର କାରଣ କଣ ?

ଭାରତରେ ଲୋକଙ୍କୁ ନିଜ ସରକାର ବାଛିବା ପାଇଁ ନିଜସ୍ୱ ଅଧିକାର ରହିଛି । ଆମ ଦେଶରେ କୌଣସି ବ୍ୟକ୍ତିଙ୍କର ବୟସ ଯଦି ୧୮ ବର୍ଷ କିମ୍ବା ତାଠାରୁ ଅଧିକ ହୋଇଯାଏ ତାହେଲେ ତାଙ୍କୁ ଭୋଟ ଦେବାର ଅଧିକାର ରହିଛି । ଏମିତିରେ କଣ ଆପଣଙ୍କୁ ଜଣାଅଛି ଆମ ଦେଶରେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଦେଶର ନାଗରିକ ହେବା ପରେ ମଧ୍ୟ ଭୋଟ ଦେବାକୁ ଅଧିକାର ନାହିଁ । ଏହା ଆମେ କହୁନାହୁଁ ବରଂ ଭାରତର ସମ୍ବିଧାନ ହିଁ କହୁଛି । ତାହେଲେ ଆସନ୍ତୁ ଜାଣିବା ଏମାନେ କାହିଁକି ଭୋଟ ଦେଇପାରନ୍ତିନାହିଁ ଏବଂ ଏହାପଛର କାରଣ କଣ ?

ଭାରତରେ ଏହି ଲୋକ ଦେଇପାରିବେନି ଭୋଟ୍‌

ଭାରତରେ ଅନେକ ଲୋକ ଏମିତି ବି ଅଛନ୍ତି ଯେଉଁମାନଙ୍କ ନାମ ମତଦାତା ତାଲିକାରେ ଥାଇ ମଧ୍ୟ ସେମାନେ ମତଦାନ କରିପାରିବେନାହିଁ । ଭାରତର ସମ୍ବିଧାନରେ ମଧ୍ୟ ଏହାର ଉଲ୍ଲେଖ କରାଯାଇଛି । ଯେମିତିକି ଯଦି କୌଣସି ବ୍ୟକ୍ତିଙ୍କୁ କୋର୍ଟ ପକ୍ଷରୁ ମାନସିକ ରୋଗୀ ଘୋଷିତ କରିଦିଆଯାଇଛି । ସେତେବେଳେ ସେହି ବ୍ୟକ୍ତିଙ୍କୁ ଭୋଟ୍‌ ଦେବାର ଅଧିକାର ନାହିଁ । ଏବଂ ଏହି ବ୍ୟକ୍ତିଙ୍କୁ ମତଦାନ କରିବାକୁ ଦିଆଯାଏନାହିଁ ।

ଏହାବ୍ୟତୀତ ଭାରତର ସମ୍ବିଧାନ ଅନୁସାରେ ସେହି ଲୋକଙ୍କୁ ବି ଭୋଟ୍‌ ଦେବାର ଅଧିକାର ନାହିଁ ଯେଉଁମାନେ ବିଦେଶରେ ଯାଇ ବାସିନ୍ଦା ହୋଇଯାଇଛନ୍ତି । ଯେମିତିକି ଯଦି ଆପଣ ବିଦେଶରେ ଯାଇ ରହୁଛନ୍ତି ଏବଂ ସେଠାକାର ନାଗରିକତ୍ୱ ନେଇଯାଇଛନ୍ତି ତାହେଲେ ଆପଣଙ୍କୁ ଭାରତରେ ହେଉଥିବା କୌଣସି ବି ନିର୍ବାଚନରେ ଭୋଟ ଦେବାର ଅଧିକାର ନାହିଁ ।

ଯଦି ଆପଣ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷର ଅଟନ୍ତି ତାହେଲେ ଯଦି ଆପଣଙ୍କ ନାମ ଭୋଟିଙ୍ଗ ଲିଷ୍ଟରେ ନାହିଁ ତାହେଲେ ସେଭଳି ସ୍ଥିତିରେ ଆପଣଙ୍କ ପାଖରେ ମତଦାନ କରିବାର କୌଣସି ଅଧିକାର ଦିଆଯିବନାହିଁ ।
ଯଦି ଆପଣ କୌଣସି ଅପରାଧରେ ଜେଲ ଯାଇଛନ୍ତି ଏବଂ ଜେଲରେ ହିଁ ବନ୍ଦୀ ଅଛନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଭୋଟ ଦେବାର ଅଧିକାର ନାହିଁ । ତେଣିକି ଆପଣ ବିଚାରଧୀନ କଏଦୀ ହୋଇଥାନ୍ତୁ ନା କାହିଁକି । ଯଦିଓ କିଛି କଏଦୀଙ୍କୁ ଭୋଟ ଦେବାପାଇଁ ରିହାତି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.