Below header

ଶାହାଙ୍କ ପରେ ଓଡିଶା ଆସିବେ ଜେପି ନଡ୍ଡା, ବ୍ରହ୍ମପୁରରେ ଜନସଭାକୁ କରିବେ ସମ୍ବୋଧନ

୨୮ରେ ଓଡ଼ିଶା ଆସିବେ ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ୨୮ରେ ଓଡ଼ିଶା ଆସିବେ ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁର ନିର୍ବାଚନୀ ସଭା ପରେ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଉଭୟ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା କର୍ମକର୍ତ୍ତାଙ୍କ ସହ ଆଲୋଚନା କରି କିଭଳି ୨୦୨୪ ନିର୍ବାଚନରେ ଦଳ ବହୁମତ ହାସଲ କରିବ ସେନେଇ ଟିପ୍ସ ଦେବାର ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ , ୨୫ ତାରିଖ ଦିନ ସୋନପୁର ଗସ୍ତରେ ଆସିଥିଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସୋନପୁରରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.