JioCinema ଆଣିଲା ନୂଆ ସବସ୍କ୍ରିପସନ୍‌ ସର୍ଭିସ୍‌, ୨୯ ଟଙ୍କାରେ ପାଇବେ 4K କ୍ୱାଲିଟି ଭିଡିଓ

ଜିଓ ସିନେମା ଫ୍ୟାମିଲି ପ୍ଲାନ୍‌ ଆଣିଛି ଯାହାର ମୂଲ୍ୟ ମାସକୁ ମାତ୍ର ୮୯ ଟଙ୍କା । ଏହି ପ୍ଲାନରେ ଏକାସାଙ୍ଗରେ ଚାରୋଟି ଭିନ୍ନ ଭିନ୍ନ ସ୍କ୍ରିନରେ ଜିଓ ସିନେମା ପ୍ରିମିୟମ୍ ବ୍ୟବହାର କରାଯାଇପାରିବ । ବର୍ତ୍ତମାନର JioCinema ପ୍ରିମିୟମ୍ ୟୁଜର୍ସମାନଙ୍କୁ କୌଣସି ଅତିରିକ୍ତ ଚାର୍ଜ ବିନା ଅଟୋମେଟିକ ଭାବରେ ଫ୍ୟାମିଲି ପ୍ଲାନରେ ଅପଗ୍ରେଡ୍‌ କରି ଦିଆଯିବ ।

JioCinema ନିଜର ନୂଆ ସବସ୍କ୍ରିପସନ୍‌ ସର୍ଭିସ୍‌ ‘JioCinema Premium’ ଲଞ୍ଚ କରିଛି । ଗୋଟିଏ ଡିଭାଇସରେ JioCinema ବ୍ୟବହାର କରିବା , ଖରାପ ଭିଡିଓ କ୍ୱାଲିଟି ଏବଂ ଦାମୀ ସବସ୍କ୍ରିପସନ୍ ଭଳି ପୂର୍ବ ସମସ୍ୟାଗୁଡିକ ହଟାଇବା ପରେ JioCinema ବର୍ତ୍ତମାନ ମାସକୁ ମାତ୍ର ୨୯ ଟଙ୍କା ରୁ ଆରମ୍ଭ ହୋଇଥିବା ପ୍ଲାନ୍‌ ଦେଉଛି । ଏହି ପ୍ଲାନଗୁଡିକରେ ଆପଣ ବିନା ଆଡ୍‌ ଥିବା ଫିଲ୍ମ ଦେଖି ପାରିବେ, 4K ଭିଡିଓ କ୍ୱାଲିଟି ଏବଂ ଅଫଲାଇନରେ କଣ୍ଟେଣ୍ଟ ଦେଖିବାର ସୁବିଧା ପାଇବେ । JioCinema Premium ୟୁଜର୍ସମାନେ ସ୍ମାର୍ଟ ଟିଭି ସମେତ ଯେକୌଣସି ଡିଭାଇସ୍‌ରେ ଏକ୍ସକ୍ଲୁସିଭ୍‌ ସିରିଜ୍, ଫିଲ୍ମ , ଓଲିଉଡ୍ ବ୍ଲକବଷ୍ଟର୍, ପିଲାମାନଙ୍କ ସୋ’ ଏବଂ ଟିଭି ଏଣ୍ଟରଟେନମେଣ୍ଟର ଲାଭ ଉଠାଇ ପାରିବେ ।

ଜିଓ ସିନେମା ଫ୍ୟାମିଲି ପ୍ଲାନ୍‌ ଆଣିଛି ଯାହାର ମୂଲ୍ୟ ମାସକୁ ମାତ୍ର ୮୯ ଟଙ୍କା । ଏହି ପ୍ଲାନରେ ଏକାସାଙ୍ଗରେ ଚାରୋଟି ଭିନ୍ନ ଭିନ୍ନ ସ୍କ୍ରିନରେ ଜିଓ ସିନେମା ପ୍ରିମିୟମ୍ ବ୍ୟବହାର କରାଯାଇପାରିବ । ବର୍ତ୍ତମାନର JioCinema ପ୍ରିମିୟମ୍ ୟୁଜର୍ସମାନଙ୍କୁ କୌଣସି ଅତିରିକ୍ତ ଚାର୍ଜ ବିନା ଅଟୋମେଟିକ ଭାବରେ ଫ୍ୟାମିଲି ପ୍ଲାନରେ ଅପଗ୍ରେଡ୍‌ କରି ଦିଆଯିବ ।

JioCinema Premium ମେମ୍ବର ଭାବେ ଆପଣ କିଛି ଖାସ୍‌ ସୁବିଧା ପାଇବେ । ଏଥିରେ ଆପଣ ଗେମ୍ ଅଫ୍ ଥ୍ରୋନ୍ସ ଏବଂ ହାଉସ୍ ଅଫ୍ ଡ୍ରାଗନ୍ ଭଳି ବହୁ ଲୋକପ୍ରିୟ ସିରିଜ୍ ଉପଭୋଗ କରିପାରିବେ, ଏବଂ ପିକକ୍, ଏଚ୍.ବି.ଓ, ପାରାମାଉଣ୍ଟ୍ ଏବଂ ୱାର୍ଣ୍ଣର ବ୍ରୋସ୍ ଡିସ୍କଭରି ପରି ବଡ ଷ୍ଟୁଡିଓର ଫିଲ୍ମ ମଧ୍ୟ ଉପଭୋଗ କରିପାରିବେ । ବିଶେଷ କଥା ହେଉଛି ଏହି ସମସ୍ତ କଣ୍ଟେଣ୍ଟ ଆପଣଙ୍କ ପସନ୍ଦର ଭାରତୀୟ ଭାଷାରେ ଦେଖିପାରିବେ ।

ପିଲାମାନଙ୍କ ପାଇଁ ଜିଓ ସିନେମାରେ ମୋଟୁ-ପତଲୁ ଏବଂ ଶିବା ଠାରୁ ପୋକେମୋନ୍ ଏବଂ ପେପା ପିଗ୍‌ ପର୍ଯ୍ୟନ୍ତ ବିଭିନ୍ନ କାର୍ଟୁନ୍ ଏବଂ ଫିଲ୍ମ ରହିଛି । ଯେଉଁମାନେ ନୂଆ ସିରିଜ୍ ଏବଂ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଜିଓ ସିନେମା ପ୍ରିମିୟମ୍ ମଧ୍ୟ ବହୁତ ଭଲ । ପ୍ରତି ମାସରେ ଏକ ନୂଆ ସିରିଜ୍ ରିଲିଜ୍ ହେବ । ଏଥିସହ ପ୍ରତି ମାସରେ କିଛି ବଡ଼ ବଲିଉଡ ଫିଲ୍ମ ମଧ୍ୟ ରିଲିଜ ହେବ । ଯାହା ଦ୍ୱାରା ୟୁଜର୍ସ ଏହାର ଭରପୁର ମଜା ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.