ସିଝୁଛି ଓଡ଼ିଶା: ଦିନ ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ତାତିରୁ ମିଳୁନି ତ୍ରାହି । ଗରମ କଡ଼େଇରେ ସିଝୁଛି ଓଡ଼ିଶା । ସକାଳୁ ସକାଳୁ ଖରା ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ୧୧ଟା ୩୦ ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଦିନ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳୁନି ତ୍ରାହି । ଗରମ କଡ଼େଇରେ ସିଝୁଛି ଓଡ଼ିଶା । ସକାଳୁ ସକାଳୁ ଖରା ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ୧୧ଟା ୩୦ ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଦିନ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୪୦, କେନ୍ଦୁଝର ୪୦, ଚାନ୍ଦବାଲି ୩୯. ୬, ଭୁବନେଶ୍ବର ୩୯.୨, ହୀରାକୁଦ ୩୯. ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଥିବା ଗ୍ରୀଷ୍ମପ୍ରବାହ ଆଜିଠାରୁ ଆହୁରି ଭୟଙ୍କର ହେବ। ଆଜି ଓ ଆସନ୍ତାକାଲି ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ପାଇଁ ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ଗଜପତି, ଗଂଜାମ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ପାଇଁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ୧୮ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ୨୭ ତାରିଖରେ ୧୫ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାଣ୍ଣିଂ। ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ଭଦ୍ରକ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡ଼ା, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ବୌଦ୍ଧ। ରାଜ୍ୟକୁ ପ୍ରଚୁର ମାତ୍ରାରେ ଶୁଷ୍କ ଓ ଗରମ ପବନ ପ୍ରବେଶ କରିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଭୀଷଣ ଗ୍ରୀଷ୍ମ ଲହରୀ ଜାରି କରାଯାଇଛି।

You might also like