ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ୫୭ତମ ସମ୍ମାନସୂଚକ ଡକ୍ଟୋରେଟ୍‍

ରାଜସ୍ଥାନ ଜୟପୁରର ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାବିତ୍‍ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ (ଡକ୍ଟୋରେଟ୍‍ ଅଫ୍‍ ସାଇନ୍‍ସ) ପ୍ରଦାନ କରାଯାଇଛି ।

ଭୁବନେଶ୍ବର: ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ୫୭ତମ ସମ୍ମାନସୂଚକ ଡକ୍ଟୋରେଟ୍‍। ରାଜସ୍ଥାନ ଜୟପୁରର ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାବିତ୍‍ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ (ଡକ୍ଟୋରେଟ୍‍ ଅଫ୍‍ ସାଇନ୍‍ସ) ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ୧୪ତମ ସମାବର୍ତ୍ତନ ଉତ୍ସବ ଅବସରରେ ବୁଧବାର ମୁଖ୍ୟଅତିଥି କିରଣ ବେଦୀଙ୍କ ଉପସ୍ଥିତିରେ ଡକ୍ଟର ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ଡକ୍ଟର ସାମନ୍ତ ଆଭାସୀରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ପ୍ରତିନିଧି ମହିଳା ବିଶ୍ୱବିଦ୍ୟାଳୟରୁ ସମ୍ମାନ ଗ୍ରହଣ କରିଛନ୍ତି ।

ଏହା ହେଉଛି ଡକ୍ଟର ସାମନ୍ତଙ୍କ ୫୭ତମ ସମ୍ମାନସୂଚକ ଡକ୍ଟୋରେଟ୍‍ । ଶିକ୍ଷା, ସମାଜସେବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଜୟପୁରର ମହିଳା ବିଶ୍ୱବିଦ୍ୟାଳୟ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛି । କୌଣସି ମହିଳା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଥର ଲାଗି ଡକ୍ଟର ସାମନ୍ତ ଏହି ସମ୍ମାନସୂଚକ ଡକ୍ଟୋରେଟ ହାସଲ କରିଛନ୍ତି । ଏହି ସମ୍ମାନରେ ଖୁସି ବ୍ୟକ୍ତ କରିବା ସହ ଡକ୍ଟର ସାମନ୍ତ ଜୟପୁରର ମହିଳା ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଛନ୍ତି । ଏହି ସମ୍ମାନକୁ ଡକ୍ଟର ସାମନ୍ତ ନିଜ ମାଆ ନୀଳିମାରାଣୀ ତଥା କିଟ୍‍ ଓ କିସ୍‍ର ଶିକ୍ଷୟିତ୍ରୀ, ଅଧ୍ୟାପିକା ଏବଂ ମହିଳା ପ୍ରଶାସନିକ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.