ଖୁବଶୀଘ୍ର ସାମସଙ୍ଗ୍ ଲଞ୍ଚ କରିବ ଏକ ସୁନ୍ଦର ସ୍ମାର୍ଟଫୋନ, ସେଲଫି ଲଭର୍ସଙ୍କ ପାଇଁ ବଢ଼ିଆ ସୁଯୋଗ
ସାମସଙ୍ଗ୍ ନିଜ ୟୁଜର୍ସଙ୍କ ପାଇଁ ଏକ ଖାସ ଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫୋନରେ ସୁନ୍ଦର ଡିଜାଇନ୍ ସହିତ ଦମଦାର ଫ୍ରଣ୍ଟ କ୍ୟାମେରା ଫିଚର ଦିଆଯାଇଛି । ସାମସଙ୍ଗ ଖୁବଶୀଘ୍ର Samsung Galaxy F55 5G ଭାରତରେ ଲଞ୍ଚ କରିବ।

ସାମସଙ୍ଗ୍ ନିଜ ୟୁଜର୍ସଙ୍କ ପାଇଁ ଏକ ଖାସ ଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫୋନରେ ସୁନ୍ଦର ଡିଜାଇନ୍ ସହିତ ଦମଦାର ଫ୍ରଣ୍ଟ କ୍ୟାମେରା ଫିଚର ଦିଆଯାଇଛି । ସାମସଙ୍ଗ ଖୁବଶୀଘ୍ର Samsung Galaxy F55 5G ଭାରତରେ ଲଞ୍ଚ କରିବ। ଏହି ଫୋନକୁ ଗୁଗଲ ପ୍ଲେ କନସୋଲ୍ ଡାଟାବେସରେ ଦେଖାଯାଇଛି, ଏହି କାରଣରୁ କମ୍ପାନୀ ଶୀଘ୍ର ଏହି ଫୋନ୍ ଲଞ୍ଚ କରିପାରେ ବୋଲି ଆଶା କରାଯାଉଛି ।
ଭାରତ ତଥା ଗ୍ଲୋବାଲ ମାର୍କେଟରେ ନିକଟରେ ଲଞ୍ଚ ହୋଇଥିବା ଫୋନ୍ Samsung Galaxy M55 5G ର ରିବ୍ରାଣ୍ଡେଡ୍ ଭର୍ସନ ହେବ Samsung Galaxy F55 5G । ସାମସଙ୍ଗର ଅପକମିଂ F ସିରିଜ୍ ଫୋନରେ ପ୍ରୋସେସର୍ ପାଇଁ କ୍ୱାଲକମ୍ ଚିପସେଟ୍ ବ୍ୟବହାର କରାଯିବ । ତେବେ ଏହି ଫୋନରେ ଦିଆଯାଇଥିବା ଫିଚର ବିଷୟରେ ଆସନ୍ତୁ ଜାଣିବା ।
ଡିସପ୍ଲେ : ଫୋନରେ ୬.୭ ଇଞ୍ଚର ସୁପର AMOLED ଡିସପ୍ଲେ ଦିଆଯାଇଛି । ଏହା ସହିତ ଏଥିରେ ୧୨୦Hz ରିଫ୍ରେସ୍ ରେଟ୍, ୧୦୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ରହିବ ବୋଲି କୁହାଯାଉଛି ।
ପ୍ରୋସେସର୍ : ଏହି ଫୋନରେ ପ୍ରୋସେସର ପାଇଁ ସ୍ନାପଡ୍ରାଗନ୍ ୭ ଜେନ ୧ ଚିପସେଟ ବ୍ୟବହାର କରାଯିବ ବୋଲି କୁହାଯାଉଛି ।
RAM ଏବଂ ଷ୍ଟୋରେଜ୍: ଏହି ଫୋନରେ ୮ GB RAM ଏବଂ ୨୫୬ GB ଷ୍ଟୋରେଜ୍ ରହିବ ବୋଲି ଆଶା କରାଯାଉଛି ।
ରିୟର କ୍ୟାମେରା: ଏହି ଫୋନର ରିୟର ସାଇଡରେ ଏକ ଏଲଇଡି ଫ୍ଲାସ୍ ଲାଇଟ୍ ସହିତ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିପାରେ । ସେଟଅପ୍ ର ମେନ୍ କ୍ୟାମେରା ୫୦MP ରହିବ, ୮ MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସର ସେକେଣ୍ଡାରୀ କ୍ୟାମେରା ଏବଂ ୨ MP ମାକ୍ରୋ ସେନ୍ସର ସହିତ ଥାର୍ଡ କ୍ୟାମେରା ରହିବ ବୋଲି କୁହାଯାଉଛି ।
ଫ୍ରଣ୍ଟ କ୍ୟାମେରା: ଏହି ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ସାମସଙ୍ଗ ଏକ ବଢ଼ିଆ କ୍ୟାମେରା ଦେବ । ୫୦MPର ଫ୍ରଣ୍ଟ କ୍ୟାମେରା ରହିବ ବୋଲି ଆଶା କରାଯାଉଛି , ଯାହା ଅନେକ ଖାସ୍ ଫିଚର ସହିତ ଆସିବ ।
ବ୍ୟାଟେରୀ: ଏହି ଫୋନରେ ୫୦୦୦mAh ବ୍ୟାଟେରୀ ଏବଂ ୪୫ W ଫାଷ୍ଟ ଚାର୍ଜିଂ ସପୋର୍ଟ ଯୋଗାଇ ଦିଆଯିବ ବୋଲି କୁହାଯାଉଛି ।