‘ଯେତିକି ବଡ଼ ବିଜ୍ଞାପନ ଦେଇଥିଲ, ସେତିକି ବଡ଼ କ୍ଷମା ପ୍ରାର୍ଥନା ଦିଅ’, ପତଞ୍ଜଳିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ପତଞ୍ଜଳିକୁ ଖବରକାଗଜରେ ପ୍ରକାଶିତ କ୍ଷମାକୁ ଅଯୋଗ୍ୟ କରିଛନ୍ତି । ଆଉ ଥରେ ବିଜ୍ଞାପନ ଜାରି କରି କ୍ଷମା ମାଗିବାକୁ ଆଦେଶ ଦେଇଛନ୍ତି କୋର୍ଟ ।

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ସହିତ ଜଡିତ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ସଂସ୍ଥାର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ କୋର୍ଟରେ ହାଜର ହୋଇଥିଲେ । ଜଷ୍ଟିସ ହେମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ । ଆଜିର ଶୁଣାଣିରେ ମଧ୍ୟେରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଆଶ୍ୱସ୍ତି ମିଳିନାହିଁ । ଏମାନେ ପୁଣିଥିରେ ୩୦ ଏପ୍ରିଲରେ କୋର୍ଟରେ ହାଜର ହେବେ ।

ଶୁଣାଣି ସମୟରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପକ୍ଷରୁ କୁହାଯାଇଥିଲା କି, ପତଞ୍ଜଳି ଖବରକାଗଜରେ ପ୍ରକାଶିତ କରି ଭୁଲ୍‌ ମାଗିସାରିଛି । ଖବରକାଗଜରେ ସୋମବାର ଦିନ ବିଜ୍ଞାପନ ଦିଆଯାଇଥିଲା । ତେବେ ଡେଡ୍ ଲାଇନ୍ ସରିବାର ଦିନକ ପୂର୍ବରୁ ପତଞ୍ଜଳି ତରଫରୁ କ୍ଷମା ପ୍ରାର୍ଥନା ପ୍ରକାଶିତ କରାଯିବାକୁ ନେଇ ସୁପ୍ରିମକୋର୍ଟ ବର୍ଷିଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟ ପଚାରିଥିଲେ କି,କୋର୍ଟରେ ଶୁଣାଣି ପୂର୍ବରୁ ଏକ ସପ୍ତାହ ପରେ କାହିଁକି କ୍ଷମା ପ୍ରାର୍ଥନା କରାଯାଇଥିଲା ? ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ?

ପତଞ୍ଜଳି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ବିଜ୍ଞାପନଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କା । ୬୭ଟି ଖବରକାଗଜରେ କ୍ଷମା ମଗାଯାଇଛି। ଏଥିରେ ଅଦାଲତଙ୍କ ନିର୍ଦ୍ଦେଶ ପରେ ବି ସାମ୍ବାଦିକ ସମ୍ମିଳନୀ କରିବା ଓ ବିଜ୍ଞାପନରେ ଭୁଲ୍ ଦାବି କରିବାକୁ ନେଇ ପତଞ୍ଜଳି କ୍ଷମା ମାଗିଛି । ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟର ଗାରିମାକୁ ସମ୍ମାନ କରେ । ଭବିଷ୍ୟତରେ ଏଭଳି ଭୁଲ୍ ଆଉ ହେବ ନାହିଁ ବୋଲି ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନାରେ କୁହାଯାଇଛି ।

ତେବେ ଏହି ମାମଲାରେ ସୁପ୍ରିମକୋର୍ଟ ପତଞ୍ଜଳିକୁ ଖବରକାଗଜରେ ପ୍ରକାଶିତ କ୍ଷମାକୁ ଅଯୋଗ୍ୟ କରିଛନ୍ତି । ଆଉ ଥରେ ବିଜ୍ଞାପନ ଜାରି କରି କ୍ଷମା ମାଗିବାକୁ ଆଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ପୂର୍ବରୁ ଏଲୋପାଥିକ ଔଷଧ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ପତଞ୍ଜଳି ଆୟୁର୍ବେଦ ଭ୍ରମାତ୍ମକ ବିଜ୍ଞାପନ ଦେଇ ସାରା ଦେଶକୁ ଭ୍ରମିତ କରୁଛି ।  ଗତବର୍ଷ ନଭେମ୍ବର ମାସରେ ମଧ୍ୟ କୋଭିଡ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନ ପାଇଁ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ତାଗିଦ୍ କରିଥିଲେ । ଏହାସହିତ ସରକାରଙ୍କୁ ଏପରି ଭ୍ରମାତ୍ମକ ବିଜ୍ଞାପନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.