ଦିନ ୧୧ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର, ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ

ତାତିରେ ଲାଗୁନି ବ୍ରେକ। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୧୧ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବାଲେଶ୍ବରରେ ୩୯ ଡିଗ୍ରୀ ତାପମାତ୍ରା ଥିବା ବେଳେ ପାରାଦୀପରେ ୩୮.୮ ଡିଗ୍ରୀ ପାରଦ ରହିଛି। ସେହିପରି ଚାନ୍ଦବାଲିରେ ୩୮.୮ ଡିଗ୍ରୀ ରହିଛି।

ଭୁବନେଶ୍ବର (କେନ୍ୟୁଜ): ତାତିରେ ଲାଗୁନି ବ୍ରେକ । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ ।  ଆଜି ୧୧ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ।  ଭୁବନେଶ୍ବରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବାଲେଶ୍ବରରେ ୩୯ ଡିଗ୍ରୀ ତାପମାତ୍ରା ଥିବା ବେଳେ ପାରାଦୀପରେ ୩୮.୮ ଡିଗ୍ରୀ ପାରଦ ରହିଛି । ସେହିପରି ଚାନ୍ଦବାଲିରେ ୩୮.୮ ଡିଗ୍ରୀ ରହିଛି । ଝାରସୁଗୁଡାରେ ୩୭ ଡିଗ୍ରୀ ତାପମାତ୍ରା ଥିବା ବେଳେ ଗୋପାଳପୁରରେ ୩୫. ୪ ପାରଦ ରେକର୍ଡ ହୋଇଛି ।

ଆଗାମୀ ୨୪ ଘଣ୍ଟା ଯାଏ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ଏହା ପରେ କାଳବୈଶାଖୀ ପ୍ରଭାବରେ ଆଗାମୀ ୩ଦିନରେ ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି। ପରବର୍ତ୍ତୀ ୨ଦିନରେ ଦିନ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ୨୬ ତାରିଖରୁ ପୁଣି ବଢିବ ତାତି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.