ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ପରସ୍ପର ସହିତ ଧକ୍କା, ଭାଙ୍ଗିଗଲା ବିମାନ ଡେଣା

ପଶ୍ଚିମବଙ୍ଗ କୋଲକତା ଏୟାରପୋର୍ଟରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନର ଡେଣା ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ପଙ୍ଖ ଭାଙ୍ଗିଯାଇଛି । ଇଣ୍ଡିଗୋ ବିମାନ ଟ୍ୟାକ୍ସ ବି ରେ ଯାଉଥିବା ବେଳେ ଏୟାର ଇଣ୍ଡିଆର ବିମାନ ସହିତ ଧକ୍କା ହୋଇଥିଲା ।

ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ପଶ୍ଚିମବଙ୍ଗ କୋଲକତା ଏୟାରପୋର୍ଟରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନର ଡେଣା ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ପଙ୍ଖ ଭାଙ୍ଗିଯାଇଛି । ଇଣ୍ଡିଗୋ ବିମାନ ଟ୍ୟାକ୍ସ ବି ରେ ଯାଉଥିବା ବେଳେ ଏୟାର ଇଣ୍ଡିଆର ବିମାନ ସହିତ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣାରେ କେହି ହତାହତ ହୋଇନାହାନ୍ତି ।

ଏୟାର ଇଣ୍ଡିଆ ଏକ୍ସପ୍ରେସର ପ୍ରବକ୍ତା ଏହି ଦୁର୍ଘଟଣା ପରେ କହିଛନ୍ତି, କୋଲକତା ଏୟାରପୋର୍ଟ ରନେଓ୍ଵରେ ଆମର ଏକ ବିମାନ ତାମିଲନାଡୁରୁ ଚେନ୍ନାଇ ଯିବାକୁ କ୍ଲିଅରାନ୍ସ ପାଇଁ ଅପେକ୍ଷା କରିଥିଲା । ଏହି ସମୟରେ ଅନ୍ୟ ଏୟାରଲାଇନ୍ସର ବିମାନ ପଙ୍ଖ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ପଙ୍ଖ ସାମାନ୍ୟ ଭାଙ୍ଗିଯାଇଥିଲା ଆଉ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଥିଲା । ଏହାକୁ ନେଇ ମାମଲା ହୋଇଛି । ଆମେ ଡିଜିସିଏ ଏବଂ ଏୟାରପୋର୍ଟ ଅଥରିଟି ସହିତ ସହଯୋଗ କରୁଛୁ । ଏଥିପାଇଁ ଯାତ୍ରୀଙ୍କୁ ଅସୁବିଧା ହୋଇଥିବାରୁ ଆମେ ଦୁଃଖିତ ।

ଡିଜିସିଏ ପରେ ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ପାଇଲଟକୁ ଗୋଟେ ଦିନର ଦରମା ବନ୍ଦ ରଖିଛି ଡିଜିସିଏ । ଏୟାରଲାଇନ ଇଣ୍ଡଷ୍ଟ୍ରୀରେ ରୋଷ୍ଟଡର୍ସ ଅଫ ଅଧିନରେ କର୍ମଚାରୀ କାମକୁ ଆସିଥିଲେ ମଧ୍ୟ ତାଙ୍କ ଦରମା ଗୋଟେ ଦିନର କଟାଯାଏ । ଡିଜିସିଏ ଏହି ନିୟମ ଅନୁଯାୟୀ ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.