ସବୁ ରେକର୍ଡ ଭାଙ୍ଗବ ତାତି, ଆଜି ୪୩.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା ଓ ଭୁବନେଶ୍ବର ୪୨.୨ ଡିଗ୍ରୀ

ସବୁ ରେକର୍ଡ ଭାଙ୍ଗବ ତାତି। ମାଡ଼ି ଆସୁଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ତତଲା ତାୱାରେ ଆହୁରି ଭାଜି ହେବ ଓଡ଼ିଶା।  ଆଜି ୪୩.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା।

ଭୁବନେଶ୍ୱର : ସବୁ ରେକର୍ଡ ଭାଙ୍ଗବ ତାତି। ମାଡ଼ି ଆସୁଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ତତଲା ତାୱାରେ ଆହୁରି ଭାଜି ହେବ ଓଡ଼ିଶା।  ଆଜି ୪୩.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଭୁବନେଶ୍ବର, ହୀରାକୁଦ ଓ ସମ୍ବଲପୁରରେ ୪୨.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି କେନ୍ଦୁଝର, ଚାନ୍ଦବାଲି, ରାଉରକେଲା ଓ ବାଲେଶ୍ବରରେ ୪୧ଟପିଛି ପାରଦ।

ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂର ସମୟ ସରିଲା। ଏବେ ରେଡ୍ ୱାର୍ଣ୍ଣିଂ। ଆସନ୍ତାକାଲି ଓ ପରଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତି, ଗଂଜାମ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ପାଇଁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ୧୮ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ।

୨୭ ତାରିଖରେ ୧୫ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାଣ୍ଣିଂ । ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ଭଦ୍ରକ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡ଼ା, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ବୌଧ । କାଲି ଓ ପରଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୪୪ ପାଖାପାଖି ରହୁଛି ପାରଦ ।

ଆସନ୍ତା ଦୁଇ ଦିନ ରେଡ୍ ୱାଣ୍ଣିଂ ଥିବା ଜିଲ୍ଲା ଗୁଡ଼ିକରେ ୪୫ ଟପିଯିବ ପାରଦ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହା ମାସ ଶେଷ ପର୍ଯ୍ୟନ୍ତ ଲାଗି ରହିବ । ତେବେ ବିସ୍ତାରିତ ଆକଳନ ଅନୁଯାୟୀ ମେ ୯ ତାରିଖ ପର୍ଯ୍ୟନ୍ତ ହିଟ୍ ୱେଭରୁ ନିସ୍ତାର ନାହିଁ । ମେ ୩ ରୁ ୯ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ଓଡ଼ିଶା ଓ ଆଭ୍ୟାନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ତାତି ରେକର୍ଡ ହେବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.