ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଭୟଙ୍କର ଭୁସ୍ଖଳନ

ଅରୁଣାଚଳ ପ୍ରଦେଶରେ କିଛି ସ୍ଥାନରେ ଭୁସ୍ଖଳନ ହୋଇଛି । ତେବେ ଅରୁଣାଚଳରେ ଲଗାତାର ବର୍ଷା କାରଣରୁ ଏହି ଭୂସ୍ଖଳନ ହୋଇଥିବା କୁହାଯାଉଛି । ଚୀନ୍‌ର ସୀମାକୁ ସଂଯୋଗ କରୁଥିବା ଏକ ରାଜପଥରେ ଏହି ଭୂସ୍ଖଳନ ହୋଇଛି । ଏହି କାରଣରୁ, ଦିବ୍ୟାଙ୍ଗ ଉପତ୍ୟକା ସମେତ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳ ସହ ଯୋଗାଯୋଗ ନଷ୍ଟ ହୋଇଯାଇଛି ।

ଜଣେ ଅଧିକାରୀଙ୍କ କହିବାନୁସାରେ, ଗତ କିଛି ଦିନ ହେବ ସଂପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ହୁନଲି ଏବଂ ଅନିନୀ ମଧ୍ୟରେ ଥିବା ଅନିନୀ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଏହି ଘଟଣାକୁ ନେଇ ଅରୁଣାଚଳ ପ୍ରଧାନମନ୍ତ୍ରୀ ପେମା ଖଣ୍ଡୁ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଭୁସ୍କଳନ ଯୋଗୁଁ ରାଜପଥରେ ବ୍ୟପକ କ୍ଷୟକ୍ଷତି ହୋଇଛି । ଯାତ୍ରିମାନେ ନାହିଁ ନଥଇବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ଦେଇ ଦେଶର ଅନ୍ୟ ଭାଗ ସହ ସଂଯୋଗ କରୁଥିବାରୁ ଏହି ରାସ୍ତା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ଦିଭଙ୍ଗ ଉପତ୍ୟାକାର ବାସିନ୍ଦାଙ୍କୁ ପ୍ରଶାସନ କହିଛି ଯେ, ଖୁବ୍‌ ଶୀଘ୍ର ରାଜପଥର ପୁନରୁଦ୍ଧାର କାର୍ଯ୍ୟ ହେବ । ଅତିକମ୍‌ରେ ୩ ଦିନ ଲାଗିପାରେ ସେ କହିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.