ଡ୍ରାଇଭିଂ ବେଳେ ଲାପଟପକୁ ଗୋଡ଼ରେ ଧରି ମିଟିଂ କଲେ ଯୁବକ , ଭାଇରାଲ ହେଉଛି ଭିଡିଓ

କିଛି ଲୋକ ଅଛନ୍ତି ଯେଉଁମାନେ ଏ ଟ୍ରାଫିକ୍‌ ନିୟମକୁ ନମାନି ମନ ଇଚ୍ଛା ଡ୍ରାଇଭିଂ କରନ୍ତି । ଅନ୍ୟପଟେ ଏ ସହରରେ ରହୁଥିବା ପ୍ରତ୍ୟେକ ଇଞ୍ଜିନିୟରଙ୍କ କାମର ଚାପ ଏତେ ଅଧିକ ଯେ, ଲୋକମାନେ ରାସ୍ତା ଉପରେ କାମ କରିବା ଆରମ୍ଭ କରିଦିଅନ୍ତି । ସମାନ ଭାବେ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାରତର ସବୁଠାରୁ ବ୍ୟସ୍ତବହୁଳ ସହର ମଧ୍ୟରେ ବେଙ୍ଗାଲୁରୁ ହେଉଛି ଅନ୍ୟତମ । ଏହି ସହରରେ ଆଇଟି ଇଞ୍ଜିନିୟରଙ୍କ କାମର ଚାପ ଅଧିକ ଥାଏ । ତେବେ ଆଇଟି ଇଞ୍ଜିନିୟରମାନଙ୍କର କାମ ବହୁତ କଷ୍ଟ । ଯଦି ଆମେ ଏହି ଆଇଟି ହବ୍ ବେଙ୍ଗାଲୁରୁ ବିଷୟରେ କହିବା, ତେବେ ଏହି ସହର ଆଇଟି କମ୍ପାନୀକୁ ନେଇ ଯେତେ ପ୍ରସିଦ୍ଧ ଠିକ୍‌ ସେହିପରି ଏଠାରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କ କାରଣରୁ ମଧ୍ୟ ଏହି ସହର ଖୁବ ପ୍ରସିଦ୍ଧ । ଏହି ସହର ଟ୍ରାଫିକ୍ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାଏ । ଟ୍ରାଫିକ୍‌ ପାଇଁ ସବୁଆଡ଼େ ନିୟମ ରହିଛି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏ ଟ୍ରାଫିକ୍‌ ନିୟମକୁ ନମାନି ମନ ଇଚ୍ଛା ଡ୍ରାଇଭିଂ କରନ୍ତି । ଅନ୍ୟପଟେ ଏ ସହରରେ ରହୁଥିବା ପ୍ରତ୍ୟେକ ଇଞ୍ଜିନିୟରଙ୍କ କାମର ଚାପ ଏତେ ଅଧିକ ଯେ, ଲୋକମାନେ ରାସ୍ତା ଉପରେ କାମ କରିବା ଆରମ୍ଭ କରିଦିଅନ୍ତି । ସମାନ ଭାବେ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନିକଟରେ ବେଙ୍ଗାଲୁରୁର ଟ୍ରାଫିକରେ ଜଣେ କର୍ମଚାରୀ ଲାପଟପକୁ ଗୋଡ଼ରେ ଧରି ସ୍କୁଟି ଚଳାଉଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଏ ଭିଡିଓ ଭାଇରାଲ ହେବା ପରେ ଲୋକମାନେ କମେଣ୍ଟରେ ଆଇଟି ଇଂଜିନିୟରଙ୍କ ଉପରେ କାମର ଚାପ ବଢ଼ୁଥିବା କହିଛନ୍ତି । ତେବେ ଏହି ଭାଇରାଲ୍ ଭିଡିଓରେ କଣ ଅଛି ଆସନ୍ତୁ ଜାଣିବା ।

ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟି ଧରି ଯାଉଛନ୍ତି । କେବଳ ସ୍କୁଟିରେ ଯାଉଛନ୍ତି ତାହା ନୁହେଁ ସେ ଲାପଟପକୁ ଗୋଡ଼ ଉପରେ ରଖି ସ୍କୁଟି ଚଳାଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣଙ୍କ ଲାପଟପରେ ଲାଇଭ୍ ମିଟିଂରେ ଥିବା ସମୟରେ ଡ୍ରାଇଭିଂ କରୁଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ ଡ୍ରାଇଭିଂ ସମୟରେ ସେ ଲାପଟପରେ ମାଇକ୍ରୋସଫ୍ଟ ଟିମ୍ ଆପ୍ ବ୍ୟବହାର କରୁଥିଲେ ଯାହା କର୍ପୋରେଟ୍ ମିଟିଂ ପାଇଁ ବ୍ୟବହାର କରାଯାଏ । ତାଙ୍କର ଏହି କାମ ସୋସିଆଲ ମିଡିଆର ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ପିକ୍‌ ବେଙ୍ଗାଲୁରୁ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି ।

ଭିଡିଓ ପୋଷ୍ଟ ହେବା ପରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି । କମେଣ୍ଟରେ ଅନେକ ଲୋକ ନିଜର ମତ ଦେଇଛନ୍ତି । ଏଭଳି କାମ ବହୁତ ବିପଜ୍ଜନକ ବୋଲି କମେଣ୍ଟ କରିଛନ୍ତି ୟୁଜର୍ସ । କିଛି ଲୋକ ଏହି ଭିଡିଓରେ ମଜାଳିଆ କମେଣ୍ଟ ଦେଇଛନ୍ତି । ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନକରିବା ପାଇଁଁ ନିୟମ ରହିଛି । କିନ୍ତୁ ଲୋକମାନେ ମୋବାଇଲ ଛାଡ଼ି ବର୍ତ୍ତମାନ ଲାପଟପରେ କାମ କରୁଛନ୍ତି । ଯାହାକୁ ନେଇ ଟ୍ରାଫିକ ନିୟମକୁ ନେଇ ପ୍ରଶ୍ନ ଉଠିଛି । ଲୋକମାନେ ଯଦି ଏପରି ରାସ୍ତା ଉପରେ ସ୍କୁଟି ଚଲାଇବା ସମୟରେ ଲାପଟପ୍‌ ବ୍ୟବହାର କରିବେ ତେବେ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବି ବିପଦରେ ପକାଇବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.