ଗରମ ଓ ଅନିୟମିତ ଖାଇବା ଯୋଗୁ ପେଟ ସମସ୍ୟା ହେଉଛି କି ? ଖାଲି ପେଟରେ ପିଅନ୍ତୁ ଏହି ଜିନିଷ, ତୁରନ୍ତ ମିଳିବ ଆରାମ

ଘରେ ପର୍ବ ସମୟରେ ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । କାରଣ ଏହି ସମୟରେ ଲୋକମାନେ ବେସନରୁ ତିଆରି ଜିନିଷ ଖାଇବା ଦ୍ୱାରା ଗ୍ୟାସ୍, ବଦହଜମି ଏବଂ ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ । ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଖାଲି ପେଟରେ ପୋଦିନା ଛାଛ ପିଅନ୍ତୁ ।

ବର୍ତ୍ତମାନ ଗରମ ସିଜିନ୍‌ ଚାଲିଛି ଏବଂ ଏହି ସମୟରେ ଅନିୟମିତ ଜିନିଷ ଖାଇବା ଯୋଗୁ, ଘଣ୍ଟା ଘଣ୍ଟା ବାହାରେ ବୁଲାବୁଲି କରିବା ଓ ହୋଲି ଖେଳିବା ଏବଂ କମ୍ ପାଣି ପିଇବା କାରଣରୁ ଲୋକମାନେ ହୋଲି ପରେ ଅସୁସ୍ଥ ହୋଇପଡୁଛନ୍ତି । ତେବେ ଘରେ ପର୍ବ ସମୟରେ ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । କାରଣ ଏହି ସମୟରେ ଲୋକମାନେ ବେସନରୁ ତିଆରି ଜିନିଷ ଖାଇବା ଦ୍ୱାରା ଗ୍ୟାସ୍, ବଦହଜମି ଏବଂ ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ । ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଖାଲି ପେଟରେ ପୋଦିନା ଛାଛ ପିଅନ୍ତୁ । ତେବେ ଆପଣ ଏହାକୁ ଘରେ ସହଜରେ ତିଆରି କରିପାରିବେ । ଆପଣ ତ ଜାଣିଥିବେ ଯେ ପୋଦିନା ପତ୍ର ସମସ୍ତ ପ୍ରକାରର ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ । ଯେପରି ଗ୍ୟାସ୍ ଏବଂ ବଦହଜମି ସମସ୍ୟା ମଧ୍ୟ କମ୍‌ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ପୋଦିନା ଛାଛ ପ୍ରସ୍ତୁତ କରିବାର ପ୍ରଣାଳୀ ।

ପୋଦିନା ପତ୍ରରୁ ତିଆରି ଛାଛ :
ପୋଦିନା ପତ୍ରରୁ ତିଆରି ଛାଛ ପେଟ ପାଇଁ ବହୁତ ଭଲ ହୋଇଥାଏ । ତେବେ ଏହା ଗ୍ୟାସ୍, ଏସିଡିଟି ଏବଂ ବଦହଜମି ସମସ୍ୟା ଦୂର କରିଥାଏ । ପୋଦିନା ପତ୍ର ପେଟକୁ ଥଣ୍ଡା କରିଥାଏ । ଏହା ସହ ପୋଦିନା ପତ୍ରରୁ ତିଆରି ଛାଛ ପିଇବା ଦ୍ୱାରା ବଦହଜମି ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଯଦି ହୋଲିରେ ଭୁଲ ଜିନିଷ ଖାଇବା କାରଣରୁ କୋଷ୍ଠକାଠିନ୍ୟର ସମସ୍ୟା ବଢିଯାଇଛି, ତେବେ ନିଶ୍ଚିତ ଭାବରେ ସକାଳ ଖାଲି ପେଟରେ ପୋଦିନା ଛାଛ ପିଅନ୍ତୁ ।

ଜାଣନ୍ତୁ ପୋଦିନା ପତ୍ର ଛାଛ କିପରି ପ୍ରସ୍ତୁତ କରିବେ :
ପୋଦିନା ପତ୍ର ଛାଛ ତିଆରି କରିବାକୁ, ଆପଣଙ୍କୁ ପ୍ରଥମେ ପ୍ଲେନ୍‌ ଛାଛ ନେବାକୁ ପଡିବ । ଏହାକୁ ତିଆରି କରିବା ପାଇଁ ଆପଣ ପ୍ରଥମେ ଦହି ନିଅନ୍ତୁ ଏବଂ ସେଥିରେ କଳା ଲୁଣ ଓ ଜିରା ପାଉଡର ମିଶାନ୍ତୁ । ଏହା ପରେ ସେଥିରେ ପୋଦିନା ପତ୍ରକୁ ଭଲଭାବେ କାଟିକି ମିଶାଇ ଦିଅନ୍ତୁ । ସେହି ସମସ୍ତ ଜିନିଷକୁ ଭଲ ଭାବରେ ଗ୍ରାଇଣ୍ଡ୍ କରିଦିଅନ୍ତୁ । ଏହା ପରେ ଦେଖିବେ ଆପଣଙ୍କ ପୋଦିନା ଛାଛ ପ୍ରସ୍ତୁତ ହୋଇଯିବ । ଏହାକୁ ଖାଲି ପେଟରେ ପିଅନ୍ତୁ । ଏହା ବ୍ୟତୀତ ମଧ୍ୟାହ୍ନ ଭୋଜନ ସମୟରେ ମଧ୍ୟ ଆପଣ ଏହାକୁ ପିଇପାରିବେ ।

ଜାଣନ୍ତୁ ଗ୍ୟାସ୍, ବଦହଜମି ଏବଂ କୋଷ୍ଠକାଠିନ୍ୟର ସମସ୍ୟାରୁ କିପରି ମୁକ୍ତି ପାଇବେ :
ପେଟ ସମସ୍ୟାକୁ ଦୂର କରିବା ପାଇଁ ଆପଣ ସକାଳେ ନଡ଼ିଆ ପାଣି ପିଇପାରିବେ । ଏହା ବ୍ୟତୀତ ଜିରା ପାଣି ମଧ୍ୟ ଗ୍ୟାସ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଯଦି ପେଟ ଖରାପ ହେଉଛି, ତାହେଲେ ଆପଣଙ୍କ ଖାଦ୍ୟରେ ଦହି ମିଶାଇ ପାରିବେ । ଏହା ପେଟରେ ବ୍ୟାକ୍ଟେରିଆ ବାଲାନ୍ସକୁ ଠିକ୍ ରଖିଥାଏ । ଯଦି ଆପଣ ପେଟ ଜନିତ ରୋଗରେ ପୀଡିତ, ତେବେ ପାଚିଲା କଦଳୀ ଏବଂ ଚାଉଳକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ଦେଖିବେ ୧ ରୁ ୨ ଦିନ ମଧ୍ୟରେ ଆପଣଙ୍କ ପେଟ ସମସ୍ୟାରେ ସୁଧାର ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.