ଜେଲରେ ବିଗିଡିଲା ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା, ସୁଗାଲ ଲେବଲ ୪୬କୁ ହ୍ରାସ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କଷ୍ଟଡିରେ ଅରବିନ୍ଦ କେଜ୍ରିୱାଲଙ୍କ ଦେହ ଖରାପ ହୋଇଛି । ତାଙ୍କ ସୁଗାର ଲେବଲ ୪୬କୁ ହ୍ରାସ ପାଇଛି । ସେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଜରେ ରହିବେ । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ କୋର୍ଟରେ ଅପିଲ କରିଛନ୍ତି ।

ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କଷ୍ଟଡିରେ ଅରବିନ୍ଦ କେଜ୍ରିୱାଲଙ୍କ ଦେହ ଖରାପ ହୋଇଛି । ତାଙ୍କ ସୁଗାର ଲେବଲ ୪୬କୁ ହ୍ରାସ ପାଇଛି । ଡାକ୍ତରଙ୍କ କହିବାନୁଯାୟୀ, ସୁଗାର ଲେବଲ ଏତେ ପରିମାଣରେ ଖସିବା ବିପଦ ।

ଏହା ପୂର୍ବରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଏକ ଭିଡିଓ ଜାରି କହିଛନ୍ତି ଯେ, ମଙ୍ଗଳବାର ସଂଧ୍ୟାରେ ଜେଲରେ ସେ ନିଜ ପତ୍ନୀଙ୍କୁ ଭେଟିଛନ୍ତି । ତାଙ୍କର ଡାଇବେଟିସ ଅଛି, ସୁଗାର ଲେବଲ ଠିକ୍ ନାହିଁ, କିନ୍ତୁ ସ୍ଥିର ରହିଛି । ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ ।

ସୂଚନାଯୋଗ୍ୟ, ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ଅବକାରୀ ନୀତି ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗତ ସପ୍ତାହରେ ତାଙ୍କୁ ଗିରଫ କରିଥିଲା । ସେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଜରେ ରହିବେ । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ କୋର୍ଟରେ ଅପିଲ କରିଛନ୍ତି । ଏହି ମାମଲାରେ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସାଂସଦ ସଂଜୟ ସିଂ ସମେତ ଅନେକ ଲୋକ ଗିରଫ ହୋଇସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.