Below header

ପ୍ରେମିକ ସହ ବିଚ୍ ରାସ୍ତାରେ ସ୍ତ୍ରୀକୁ ଧରି ନିସ୍ତୁକ ଛେଚିଲା ସ୍ୱାମୀ

ଜଣେ ବିବାହିତା ମହିଳା ନିଜ ପ୍ରେମିକା ସହ ଫେରାର ମାରୁଥିଲେ । ହେଲେ ଫେରାରା ହେବା ସମୟରେ ଧରି ପକାଇଲେ ସ୍ୱାମୀ । ସ୍ୱାମୀ ହାତରେ ଧରାପଡିବା ପରେ ଧରାପଡିଯାଥିଲା ସବୁ ଚୋରା ପିରତି ।

କଣ୍ଟାବାଞ୍ଜି(କେନ୍ୟୁଜ): ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସ୍ନେହ, ପ୍ରେମ ଓ ଆଦରରେ ବନ୍ଧା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ଏହି ପବିତ୍ର ବନ୍ଧନ ପାଇଁ ସମର୍ପଣ ଭାବ ନିହାତି ରହିବା ଆବଶ୍ୟକ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥାନ୍ତି ଦୁଇ ଭିନ୍ନ ମଣିଷ । କେବଳ ଭଲପାଇବା ଓ ବିଶ୍ୱାସ ଆଧାରରେ ଗଢିଉଠିଥାଏ ଏଇ ସମ୍ପର୍କ । ତେବେ ଏହି ସମ୍ପର୍କରେ ଯଦି କେହି ଅନ୍ୟକୁ ପ୍ରତାରଣା ଦିଏ ତାହାହେଲେ ଏହି ପବିତ୍ର ସମ୍ପର୍କ କେଇ ସେକେଣ୍ଡରେ ଭାଙ୍ଗି ରୁଜି ଚୁରମାର ହୋଇଯାଏ । ଠିକ୍ ଏମିତି ଏକ ଘଟଣା ଏବେ ସମ୍ନାକୁ ଆସିଛି ।

ଜଣେ ବିବାହିତା ମହିଳା ନିଜ ପ୍ରେମିକା ସହ ଫେରାର ମାରୁଥିଲେ । ହେଲେ ଫେରାରା ହେବା ସମୟରେ ଧରି ପକାଇଲେ ସ୍ୱାମୀ । ସ୍ୱାମୀ ହାତରେ ଧରାପଡିବା ପରେ ପଦାରେ ପଡିଥିଲା ସବୁ ଚୋରା ପିରତି । ସ୍ତ୍ରୀକୁ ପର ପୁରୁଷ ସହ ଧରିବାପରେ ନିର୍ଧୂମ ଛେଚାଖାଇବା ସହ ଉଭୟଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଚପଲ ମାଳ ପିନ୍ଧେଇଥିଲେ ସ୍ୱାମୀ ଜଣକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଡ଼ୁମେରମୁଣ୍ଡା ଗାଁରେ ।

ସୂଚନା ମୁତାବକ, ଗତ କିଛି ମାସ ପୂର୍ବରୁ ଗାଁର ସନାତନ ରାଉତ ବିବାହ କରିଥିଲେ । ସୁରୁଖୁରୁରେ ଚାଲିଥିଲା ସଂସାର । ମଝିରେ ମଝିରେ ସ୍ତ୍ରୀଙ୍କ ହାବ ଭାବ ତାଙ୍କୁ ପସନ୍ଦ ଆସିନଥାଏ, ତଥାପି ନିଜର ଭାବି ସବୁ ଅଣଦେଖା କରିଦିଅନ୍ତି । ହେଲେ ଗତକାଲି ପ୍ରେମିକଙ୍କ ସହ ଫେରାର ମାରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଚାନ୍ଦୋତାର ଛକରେ ନିଜ ସ୍ତ୍ରୀକୁ ସେ ଧରିବାରେ ସକ୍ଷମ ହୋଇଥିଲେ । ପରେ ପ୍ରେମିକ ଓ ତାଙ୍କ ସ୍ତ୍ରୀଙ୍କୁ ଗାଁକୁ ଆଣି ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୂମ ମାଡ ମାରିବା ସହ ଚପଲ ମାଳା ପିନ୍ଧାଇଥିଲେ ।

ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରରେ ତୁରେକେଲା ପୋଲିସ ପହଞ୍ଚି ଦୁଇ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ତୁରେକେଲା ଥାନାରେ ଅଟକ ରଖିବା ସହ ଘଟଣାକ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଦର୍ଶକବନ୍ଧୁ ଏସବୁ କଣ ଠିକ୍ । ବିବାହ କରି ପର ପୁରୁଷ ସହ ଫେରାର ହେବା, ଆଉ ସେହି ପର ପୁରୁଷ ଜଣଙ୍କ ମହିଳା ବିବାହିତା ଜାଣିବି ତାଙ୍କୁ ପ୍ରେମ ଜାଲରେ ଫସାଇବା, କି ଶିକ୍ଷା ଦେବ ଆମ ସମାଜକୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.