ନିଖୋଜ ହୋଇଥିବା ନେପାଳ ମେୟରଙ୍କ ଝିଅ ଗୋଆରୁ ଉଦ୍ଧାର, ମେଡିସେଟନ ସେଣ୍ଟରୁ ହୋଇଥିଲେ ଗାଏବ

ନେପାଳ ଧନଗଢୀ ସହରର ମେୟର ଗୋପାଳ ହମାଲ X ରେ ପୋଷ୍ଟ କରି କହିଛନ୍ତି, ମୁଁ ସମସ୍ତ ଶୁଭଚିନ୍ତକଙ୍କୁ ଜଣାଇବାକୁ ଚାହୁଁଛି କି, ମୋ ବଡ ଝିଅ ଆରତୀ ଗୋଆରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି । ଆପଣ ସମସ୍ତଙ୍କ ପ୍ରୟାସ ପାଇଁ ବହୁତ ବହୁତ ଧନ୍ୟବାଦ । ଏବେ ଆରତୀ ବହୁତ ଦୁର୍ବଳ ହୋଇପଡିଛି ।

ନେପାଳ ଧନଗଢୀ ସହରର ମେୟର ଗୋପାଳ ହମାଲଙ୍କ ଝିଅ ଗୋଆରୁ ନିଖୋଜ ହୋଇଥିଲେ । ଏବେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୋଲିସ । ୩୬ ବର୍ଷୀୟ ଆରତୀ ହମାଲ ଦୁଇ ଦିନ ପୂର୍ବରୁ ଗୋଆରୁ ନିଖୋଜ ହୋଇଥିଲେ । ଯୁବତୀ ଜଣକ ଓସୋ ମେଡିଟେସନ ସେଣ୍ଟରରେ ଗତ କିଛି ମାସ ହେଲା ରହୁଥିଲେ । ଝିଅ ନିଖୋଜ ହେବାର ଖବର ପାଇବା ପରେ ନେପାଳର ଧନଗଢୀର ମେୟର ଗୋପାଳ ହମାଲ ଝିଅକୁ ଖୋଜିବା ନିମନ୍ତେ ସୋସିଆଲ ମିଡିଆରେ ସମସ୍ତଙ୍କୁ ନିବେଦନ କରିଥିଲେ ।

ଗୋପାଳ ହମାଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମାଲ ଓସୋ ମେଡିଟେସନ ସେଣ୍ଟରକୁ କିଛି ମାସ ହେବ ଆସି ରହୁଥିଲେ । ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ Ashvem Bridge ନିକଟରେ ଦେଖିବାକୁ ମିଳିଥିଲା । ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା । ଏନେଇ ଗୋଆର ଏକ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ କରି ନିଖୋଜ ଥିବା ଝିଅକୁ ଉଦ୍ଧାର କରିଛି ।

ଏନେଇ ଗୋପାଳ ହମାଲ X ରେ ପୋଷ୍ଟ କରି କହିଛନ୍ତି, ମୁଁ ସମସ୍ତ ଶୁଭଚିନ୍ତକଙ୍କୁ ଜଣାଇବାକୁ ଚାହୁଁଛି କି, ମୋ ବଡ ଝିଅ ଆରତୀ ଗୋଆରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି । ଆପଣ ସମସ୍ତଙ୍କ ପ୍ରୟାସ ପାଇଁ ବହୁତ ବହୁତ ଧନ୍ୟବାଦ । ଏବେ ଆରତୀ ବହୁତ ଦୁର୍ବଳ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.