ପୁରୁଷଙ୍କ ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହେବା ଜମା ସାଧାରଣ ନୁହେଁ, ହୋଇପାରେ ବଡ଼ ରୋଗ

ମହିଳା ହୁଅନ୍ତୁ କି ପୁରୁଷ ଖରାଦିନେ ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହେବା, ପୋଡ଼ିବା ଭଳି ସମସ୍ୟା ପ୍ରାୟ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳେ । କିନ୍ତୁ ଲାଜରେ ଏହି କଥା କାହାରିକୁ କହିନଥାନ୍ତି । ତେବେ ଗୁପ୍ତାଙ୍ଗ ଏଭଳି କୁଣ୍ଡାଇ ହେଲେ କ’ଣ କରିବେ ସେ ବିଷୟରେ ଆସନ୍ତୁ ଜାଣିବା...

ମହିଳା ହୁଅନ୍ତୁ କି ପୁରୁଷ ଖରାଦିନେ ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହେବା, ପୋଡ଼ିବା ଭଳି ସମସ୍ୟା ପ୍ରାୟ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳେ । ଏହି ସମସ୍ୟା ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳୁଥିଲେ ବି କିଛି ପୁରୁଷ ମଧ୍ୟ ଏହି କୁଣ୍ଡିଆର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଲାଜରେ ଏହି କଥା କାହାରିକୁ କହିନଥାନ୍ତି । ଫଳରେ ଏହି କୁଣ୍ଡାଇ ହେବା ସମସ୍ୟା ଅଧିକ ବଢ଼ିଯାଏ । ତେବେ ଗୁପ୍ତାଙ୍ଗ ଏଭଳି କୁଣ୍ଡାଇ ହେଲେ କ’ଣ କରିବେ ସେ ବିଷୟରେ ଆସନ୍ତୁ ଜାଣିବା…

ପୁରୁଷଙ୍କ ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହୁଏ କାହିଁକି ?

ଜେନିଟଲ ହର୍ପିସ୍‌ ଓ ହର୍ପିସ୍‌ ସିମ୍ପଲେକ୍ସ:
ପୁରୁଷଙ୍କ ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହେବାର କାରଣ ଜେନିଟଲ ହର୍ପିସ୍‌ ଓ ହର୍ପିସ୍‌ ସିମ୍ପଲେକ୍ସ ହୋଇପାରେ । ଏହା ଦ୍ୱାରା ପୁରୁଷଙ୍କ ଗୁପ୍ତାଙ୍ଗ କୁଣ୍ଡାଇ ହେବା ସହ ନାଲି ନାଲି ଫଳିଯାଏ । ଏଭଳି ସମସ୍ୟା ଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ସୋରିଆସିସ୍‌:
ସୋରିଆସିସ୍‌ ତ୍ୱଚା ସହ ଜଡ଼ିତ ଏକ ଗମ୍ଭୀର ରୋଗ । ଏହା ସ୍କିନ୍‌କୁ ଅତ୍ୟନ୍ତ ପ୍ରଭାବିତ କରିଥାଏ । ଏଥିସହ ଜନନାଙ୍ଗରେ ଲାଲ ଲାଲ ଫଳିଯିବା, କୁଣ୍ଡାଇ ହେବା, ଚୋପା ଛାଡ଼ିବା ଭଳି ଲକ୍ଷଣ ଦେଖାଦିଏ । ଫଳରେ ପୁରୁୁଷଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଅନ୍ୟାନ୍ୟ କାରଣ:
ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହେବାର ଅନ୍ୟ କାରଣଗୁଡ଼ିକ ହେଉଛି ଜେନିଟଲ ଓ୍ଵାର୍ଟସ୍‌, କ୍ୟାଣ୍ଡିଡିଆସିସ୍‌ ବା ଇଷ୍ଟ ଇନ୍‌ଫେକସନ୍‌, କଣ୍ଟାକ୍ଟ ଡର୍ମଟାଇଟିସ୍‌ ଇତ୍ୟାଦି । ଏସବୁ ରୋଗ ହେଲେ ମଧ୍ୟ ପ୍ରାଇଭେଟ୍‌ ପାର୍ଟ ଭୀଷଣ କୁଣ୍ଡାଇ ହେବା ସହ ବେଳେ ବେଳେ ବ୍ଲିଡିଂ ବି ହୁଏ ।

ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହେବାର ଉପଚାର:

ବେକିଂ ସୋଡ଼ା: ଗୁପ୍ତାଙ୍ଗ କୁଣ୍ଡାଇ ହେଉଥିଲେ ଗାଧୁଆ ପାଣିରେ ଅଳ୍ପ ବେକିଂ ସୋଡ଼ା ମିଶାଇ ଗାଧୋଇ ପଡ଼ନ୍ତୁ । ଏହା ଇନ୍‌ଫେକସନ୍‌ର ଏକ ଭଲ ଚିକିତ୍ସା । ଏହା କୁଣ୍ଡାଇ ହେବା କମ୍‌ କରିବା ସହ ଇନ୍‌ଫେକସନ୍‌ ମଧ୍ୟ ଦୂର କରିବ । ଏଥିପାଇଁ ବାଲ୍ଟିଏ ପାଣିରେ ୧/୪ କପ୍‌ ବେକିଂ ସୋଡ଼ା ମିଶାନ୍ତୁ । ଏହି ପାଣିରେ ପ୍ରାଇଭେଟ୍‌ ପାର୍ଟ ମଧ୍ୟ ସଫା କରନ୍ତୁ ।

ନଡ଼ିଆ ତେଲ: ପ୍ରାଇଭେଟ୍‌ ପାର୍ଟିର ଇନ୍‌ଫେକସନ୍‌ ଦୂର କରିବାରେ ନଡ଼ିଆ ତେଲ ସାହାଯ୍ୟ କରେ । କୁଣ୍ଡାଇ ହେବା ଜାଗାରେ ନଡ଼ିଆ ତେଲ ମାଲିସ କରନ୍ତୁ । ଦେଖିବେ କିଛି ଦିନରେ କୁଣ୍ଡିଆ ଭଲ ହେବା ସହ ଆରାମ ମିଳିବ ।

ଟି ଟ୍ରି ଅଏଲ୍‌: ପ୍ରାଇଭେଟ୍‌ ପାର୍ଟରେ କୁଣ୍ଡାଇ ହେବା ସମସ୍ୟା ଦୂର କରିବା ପାଇଁ ଟି ଟ୍ରି ଅଏଲ୍‌ ଏକ ଭଲ ବିକଳ୍ପ । ଏହି ତେଲର ଆଣ୍ଟିଫଙ୍ଗଲ ଗୁଣ ଇଷ୍ଟ ଓ ଫଙ୍ଗସ୍‌କୁ ମାରି ଦିଏ । ଏଣୁ କୁଣ୍ଡାଇ ହେବା ବେଳେ ଏହି ତେଲ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.