ଇସ୍ରାଏଲର ଗୁଳିମାଡରେ ଚାଲିଗଲେ ଗର୍ଭବତୀ ମହିଳା, ହେଲେ ଗର୍ଭରୁ ବାହାରିଲା ଜୀବନ୍ତ ଶିଶୁ

ଇସ୍ରାଏଲ ସେନା ଗାଜାର ରାଫା ସହରରେ ଗୁଳିମାଡ କରିଥିଲା । ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଗର୍ଭରୁ ଜୀବନ୍ତ ଶିଶୁକୁ ଉଦ୍ଧାର କରାଯାଇଥିବା ଫିଲିସ୍ତାନୀ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଉଦାହରଣ ଦେଖିବାକୁ ମିଳିଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏହାମଧ୍ୟରେ ଇସ୍ରାଏଲ ସେନା ଗାଜାର ରାଫା ସହରରେ ଗୁଳିମାଡ କରିଥିଲା । ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଗର୍ଭରୁ ଜୀବନ୍ତ ଶିଶୁକୁ ଉଦ୍ଧାର କରାଯାଇଥିବା ଫିଲିସ୍ତାନୀ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହି ଆକ୍ରମଣରେ ନବଜାତ ଶିଶୁର ମା’, ବାପା ଏବଂ ଭଉଣୀଙ୍କ ମୃତ୍ୟୁ ହୋଇଛି ।

ଖବର ମୁତାବକ, ଆକ୍ରମଣରେ ମୃତ୍ୟୁବରଣ କରିଥିବା ସବରୀନ ଅଲ-ସକାନୀ (୩୦) ନାମକ ଜଣେ ମହିଳା ଗର୍ଭବତୀ ଥିଲେ । ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ହେଲେ ଡାକ୍ତର ଆପତ୍ତକାଳୀନ ସ୍ଥିତିରେ ସି-ସେକ୍ସନ କରି ପିଲାଟିକୁ ବାହାର କରିଥିଲେ । ପିଲାର ଅବସ୍ଥା ଭଲ ଥିବା ବେଳେ ଜନ୍ମ ବେଳେ ପିଲାର ଓଜନ ୧.୪ କେଜି ରହିଛି ବୋଲି ଦେଖାଶୁଣା କରୁଥିବା ଡାକ୍ତର ମହମ୍ମଦ ସଲାମା କହିଛନ୍ତି । ତେବେ ପିଲାଟି ମା’ ମରିବା ପରେ ଜନ୍ମ ହୋଇଛି ।

ଆକ୍ରମଣରେ ମୃତ୍ୟୁବରଣ କରିଥିବା ସକାନୀଙ୍କ ଝିଅ ଭଉଣୀର ନାମ ରୁହ ରଖିବାକୁ ଚାହୁଁଥିଲେ । ଆକ୍ରମଣରେ ସକାନୀଙ୍କ ସହିତ ତାଙ୍କ ସ୍ୱାମୀ ଏବଂ ଅନ୍ୟ ଜଣେ ଝିଅର ମୃତ୍ୟୁ ହୋଇଛି । ଏମାନଙ୍କ ସହିତ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଗୋଟେ ପରିବାରର ୧୩ ପିଲା ରହିଛନ୍ତି ।

ଇସ୍ରାଏଲ ଗାଜାର ସୈନ୍ୟ ପରିସର, ଲଞ୍ଚ ପ୍ୟାଡ ଏବଂ ସଶସ୍ତ୍ର ବାହିନୀ ସମେତ ବିଭିନ୍ନ ଆତଙ୍କବାଦୀ ଠିକଣାରେ ଆକ୍ରମଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.