ସିସିଟିଭି ନଥିଲେ ସତ କେବେବି ସାମ୍ନାକୁ ଆସିପାରିନଥାନ୍ତା, ଜାଣନ୍ତୁ କଣ ଘଟଣା

ପୋଲିସର ଉପଯୁକ୍ତ ତଦନ୍ତ ଯୋଗୁ ହତ୍ୟା ମାମଲାରୁ ମୁକୁଳିଲେ ସୋମନାଥଙ୍କ ପରିବାର । ଯଦି ଏଠାରେ ସିସିଟିଭି ନଥାନ୍ତା ତେବେ ସତ କେବେବି ସାମ୍ନାକୁ ଆସିପାରିନଥାନ୍ତା । ବୃଦ୍ଧଙ୍କ ଏଭଳି ଅଚାନକ ଜୀବନ ଛାଲିଯିବା ଅତି ଦୁଃଖଦ କିନ୍ତୁ ମିଛଟାରେ କାହାକୁ ଏଭଳି ମିଛ ଅଭିଯୋଗରେ ଫସାଇବା ଭୁଲ୍ ।

ନୟାଗଡ (କେନ୍ୟୁଜ୍): ଆରେ ଆରେ ଏଠାରେ କଣ ଚାଲିଛି । ଭିଜୁଆଲ୍ ରୁ ଯାହା ଦେଖିବାକୁ ମିଳିଛି କି କିଛି କଥାକୁ ନେଇ ଯୁକ୍ତିତର୍କ ଚାଲିଥିଲା ଦୁଇ ଗୋଷ୍ଠୀଙ୍କ ଭିତରେ । ପରସ୍ପର ପରସ୍ପରଙ୍କୁ ଠେଙ୍ଗା ଉଠାଇ ପାହାର ପକାଇବାକୁ ଚେଷ୍ଟା କରୁଥାନ୍ତି, ହେଲେ କିଏ କାହାକୁ ପ୍ରହାର କରୁନଥାନ୍ତି । ଖାଲି ଠେଲାପେଲା ଯୁକ୍ତି ତର୍କ ଚାଲିଥାଏ ।

ତେବେ ଏହି ଘଟଣାର ମୂଳଠୁ ଶେଷ ଯାହା ସବୁ ଦୃଶ୍ୟ କଏଦ ହୋଇଛି ପାଖରେ ଲାଗିଥିବା ସିସିଟିଭିରେ । ଏହା ଛଡା କଥାରେ ଅଛି ସତ କେବେ ଲୁଚି ରହେନା । ଆଉ ଖାସ୍ କରି ଏହି ସିସିଟିଭି ଭିଜୁଆଲ ପାଇଁ ଏହି ଘଟଣାର ପ୍ରକ୍ରୁତ ସତ ସାମ୍ନାକୁ ଆସିପାରିଛି ଆଜ୍ଞା । ଆପଣ ଭାବୁଥିବେ ଏହି ଭିଜୁଆଲଟିରେ ତ ଦୁଇ ପକ୍ଷ କଳି ଝଗଡା କରୁଥିବାର ନଜର ଆସୁଛନ୍ତି ପୁଣି ଏଥିରେ ସତ କଣ ।

ଆସନ୍ତୁ ଜାଣିବା ଘଟଣା କଣ, ଚଳିତ ମାସ ୧୧ ତାରିଖ ଦିନ ସଦର ଥାନାକୁ ଏକ ହତ୍ୟା ଅଭିଯୋଗ ଆସିଥିଲା । ସଦର ଥାନା ପୋଲିସ୍ ମାମଲା ରୁଜୁ କରି ଉକ୍ତ ଘଟଣାକୁ ତଦନ୍ତ ଆରମ୍ଭ କରିଥିଲା । ଯାହାର ସତ୍ୟାସତ୍ୟ ସାମ୍ନାକୁ ଆସିଛି ।

ଚଳିତ ମାସ ୧୧ ତାରିଖରେ ସଦରଥାନା ଅନ୍ତର୍ଗତ ରାଉତରାପୁର ଗାଁରେ ଦୁଇ ପଡୋଶୀ ମଧ୍ୟ୍ୟରେ ଝଗଡା ହୋଇଥିଲା । ଯାହାର ଭିଜୁଆଲ୍ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ । ଦୁଇଜଣ ପକ୍ଷଙ୍କ ମଧ୍ୟରେ ଗାଳି ଗୁଲଜ ହୋଇଥିଲା, ଧସ୍ତାଧସ୍ତି ହୋଇଥିଲା । ହେଲେ ଭିଜୁଆଲ୍ ଟିକୁ ଟିକେ ଭଲ କି ଦେଖନ୍ତୁ ଦର୍ଶକବନ୍ଧୁ କିଛି ସମୟ ପରେ ଜଣେ ବୃଦ୍ଧ ଉକ୍ତ ସ୍ଥାନରେ ହିଁ ତଳେ ଟଳିପଡୁଛନ୍ତି, ଯିଏକି ଭିଜୁଆଲ୍ ରେ ପ୍ରଥମରୁ ଠେଙ୍ଗା ଧରି ଏହି ଝଗଡାରେ ସାମିଲ୍ ଥିଲେ ।

ତେବେ ଏହି ଘଟଣାପରେ ଜଣେ ବ୍ୟକ୍ତି ଆସି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ବୃଦ୍ଧ ବାପାଙ୍କୁ ସୋମନାଥ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସରୋଜିନୀ ପ୍ରଧାନ କଟୁରୀରେ ହାଣି ହତ୍ୟା କରିଛନ୍ତି । ତେବେ ଅଭିଯୋଗ ପରେ ସଦର ଥାନା ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରିଥିଲା ଏବଂ ତଦନ୍ତ କରି ସୋମନାଥ ଓ ସରୋଜିନୀକୁ ଥାନାରେ ଅଟକ ରଖିଥିଲା ।

ଉଭୟଙ୍କୁ ଯେତେ ପଚାରିବା ପରେ ବି ସେମାନେ କିଛିବି ଦୋଷ କରିନଥିବା କହିଥିଲେ । ସୋମନାଥ କହିଥିଲେ ଘର ଆଗରେ ସିସିଟିଭି ଲାଗିଛି ତାହାକୁ ପ୍ରଥମେ ତଦନ୍ତ ଭଚକ୍ତ କରାଯାଉ । ଏହାପରେ ପୋଲିସ ସିସିଟିଭି କୁ ଜବତ କରି ସବୁ ଭିଜୁଆଲ୍ ଦେଖିଥିଲା । ବୃଦ୍ଧ ଲୋକ ଜଣକ ଠିଆ ହୋଇଥିବା ସମୟରେ ହଠାତ୍ ଆପେ ଆପେ ପଡିଯାଇଥିଲେ ।ଏବଂ କୌଣସି କାରଣରୁ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ତେବେ ପୋଲିସର ଉପଯୁକ୍ତ ତଦନ୍ତ ଯୋଗୁ ହତ୍ୟା ମାମଲାରୁ ମୁକୁଳିଲେ ସୋମନାଥଙ୍କ ପରିବାର । ଯଦି ଏଠାରେ ସିସିଟିଭି ନଥାନ୍ତା ତେବେ ସତ କେବେବି ସାମ୍ନାକୁ ଆସିପାରିନଥାନ୍ତା । ବୃଦ୍ଧଙ୍କ ଏଭଳି ଅଚାନକ ଜୀବନ ଛାଲିଯିବା ଅତି ଦୁଃଖଦ କିନ୍ତୁ ମିଛଟାରେ କାହାକୁ ଏଭଳି ମିଛ ଅଭିଯୋଗରେ ଫସାଇବା ଭୁଲ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.