କ’ଣ ସାପ ପାଖରେ ସତରେ ଥାଏ ‘ନାଗମଣି’? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ପିଲାଦିନରୁ ଆମେ ସମସ୍ତେ ନାଗମଣି ବିଷୟରେ ବହୁତ କିଛି ଶୁଣିଛୁ ଏବଂ ପଢିଛୁ । ପୌରାଣିକ କାହାଣୀଠାରୁ ଆରମ୍ଭ କରି ଅନେକ ହିନ୍ଦୀ ଫିଲ୍ମ ଏବଂ ସିରିଏଲ ପର୍ଯ୍ୟନ୍ତ ପ୍ରାୟ ସବୁଠାରେ ଆପଣ ଦେଖିଥିବେ ସାପ ପାଖରେ 'ନାଗମଣି' ଥିବାର କାହାଣୀ । କିନ୍ତୁ 'ନାଗମଣି' ଭଳି ଏକ ରତ୍ନ କ'ଣ ସତରେ ଅଛି କି?

ଦୁନିଆରେ ଶହ ଶହ ପ୍ରକାରର ସାପ ଦେଖିବାକୁ ମିଳେ । ଯେତେବେଳେ ବି ସାପ ବିଷୟରେ କଥା ଆସିଥାଏ, ସେଠାରେ ନାଗମଣି ବିଷୟରେ ନିଶ୍ଚିତ ଭାବରେ ଚର୍ଚ୍ଚା କରାଯାଏ । ପିଲାଦିନରୁ ଆମେ ସମସ୍ତେ ନାଗମଣି ବିଷୟରେ ବହୁତ କିଛି ଶୁଣିଛୁ ଏବଂ ପଢିଛୁ । ପୌରାଣିକ କାହାଣୀଠାରୁ ଆରମ୍ଭ କରି ଅନେକ ହିନ୍ଦୀ ଫିଲ୍ମ ଏବଂ ସିରିଏଲ ପର୍ଯ୍ୟନ୍ତ ପ୍ରାୟ ସବୁଠାରେ ଆପଣ ଦେଖିଥିବେ ସାପ ପାଖରେ ‘ନାଗମଣି’ ଥିବାର କାହାଣୀ । କିନ୍ତୁ ‘ନାଗମଣି’ ଭଳି ଏକ ରତ୍ନ କ’ଣ ସତରେ ଅଛି କି? ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହିଥାଏ ବିଜ୍ଞାନ …

ଦାବି କରାଯାଏ ଯେ କିଙ୍ଗ କୋବ୍ରା ପରି କେତେକ ପ୍ରଜାତିର ସାପର ମସ୍ତିଷ୍କରେ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏକ ରତ୍ନ ପଥର ଅର୍ଥାତ ନାଗମଣି ସୃଷ୍ଟି ହୋଇଥାଏ । ଏହା ଅମୂଲ୍ୟ ଏବଂ ଯିଏ ଏହାକୁ ଅର୍ଜନ କରେ ସେ ବିପୁଳ ଧନ ଏବଂ ଖ୍ୟାତିର ମାଲିକ ହୋଇଯାଏ । କିନ୍ତୁ କଣ ଏହା ପ୍ରକୃତରେ ହୋଇଥାଏ? ‘ନାଗମଣି’ ଭଳି ଜିନିଷ କଣ ସତରେ ଅଛି? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିଜ୍ଞାନ କ’ଣ କହିଥାଏ … ବିଶ୍ୱାସ କରାଯାଏ ଯେ ଯଦି ସ୍ଵାତି ନକ୍ଷତ୍ର ଚାଲିଥିବା ସମୟରେ ନାଗମାନଙ୍କ ରାଜା କୋବ୍ରାଙ୍କ ମୁହଁରେ ବର୍ଷା ପାଣି ପ୍ରବେଶ କରେ ସେଥିରୁ ‘ନାଗମଣି’ ସୃଷ୍ଟି ହୋଇଥାଏ । ନାଗମଣି କିଙ୍ଗ କୋବ୍ରାଙ୍କ ଫଣାରେ ଗଠିତ ହୋଇଥାଏ ।

କୁହାଯାଏ ନାଗମଣି ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ସେଥିପାଇଁ ଏହି ମଣି ଅତ୍ୟନ୍ତ ସ୍ୱତନ୍ତ୍ର । କିଙ୍ଗ କୋବ୍ରା ଏହାକୁ ନିଜ ଫଣାରୁ କେବେବି ବାହାର କରେ ନାହିଁ । ରିପୋର୍ଟ ଅନୁଯାୟୀ ସାପ ଏବଂ ନାଗମଣିର କାହାଣୀ ବହୁତ ବିବାଦୀୟ । ଏନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ସାପର ମୁଣ୍ଡରେ ରତ୍ନ ବା ମୋତି ସୃଷ୍ଟି ହେବାର ଧାରଣାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଏବଂ ଏହା ବୋଧହୁଏ କିଛି ଲୋକକଥା ଏବଂ ଅନ୍ଧବିଶ୍ୱାସର ଫଳାଫଳ ଅଟେ । ବୈଜ୍ଞାନିକମାନଙ୍କ ମତରେ, ମଣିଷମାନଙ୍କ ପେଟରେ ଯେପରି ଷ୍ଟୋନ ହୋଇଥାଏ ସେହିଭଳି ସାପମାନଙ୍କର ମଧ୍ୟ ଷ୍ଟୋନ ହୋଇଥାଏ । ଏବଂ କିଛି ବଡ଼ ପଥରରୁ ପଥର ଖଣ୍ଡ ହୋଇ ଛୋଟ ପଥର ମଧ୍ୟ ବାହାରି ଆସେ ।

ଏଭଳି ପରିସ୍ଥିତିରେ, ଶରୀରରେ ହୋଇଥିବା ଷ୍ଟୋନ ହେତୁ ସୃଷ୍ଟି ହୋଇଥିବା ପଥର ସାପର ଶରୀରରୁ ବାହାରିଥାଇ ପାରେ ଏବଂ ଲୋକମାନେ ଏହାକୁ ଭୁଲରେ ‘ରତ୍ନ’ ଅର୍ଥାତ ‘ନାଗମଣି’ ଭାବିଥାଇପାରନ୍ତି, ଏବଂ ପରେ ଏହି ଭୁଲ ଧାରଣା ଖୁବ ଲୋକପ୍ରିୟ ମଧ୍ୟ ହୋଇଗଲା । ଆଇଏଫଏସ୍ ଅଧିକାରୀ ସୁଧା ରମଣ ଏକ ଟ୍ୱିଟ୍‌ରେ ନାଗମଣି ଏବଂ ସାପର କାହାଣୀକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ ଅନ୍ୟ ପଶୁମାନଙ୍କ ପରି ସାପ ମଧ୍ୟ ମାଂସ ଏବଂ ହାଡ଼ରେ ନିର୍ମିତ । ସେମାନଙ୍କ ଶରୀରରେ ମଧ୍ୟ କୋଷ ଏବଂ ମାଂସପେଶୀ ଥାଏ ଏବଂ ସେମାନଙ୍କ ଶରୀରରେ ଏପରି ନାଗମଣି କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ପଥର ନଥାଏ । ଏବଂ ସାପମାନେ କାହାକୁ ହିପୋନୋଟାଇଜ୍ ମଧ୍ୟ କରିପାରିବେ ନାହିଁ ।

ତେବେ ନାଗମଣି ଭଳି ଭୁଲ ଧାରଣା ଯୋଗୁଁ ପ୍ରତିବର୍ଷ ହଜାର ହଜାର ସାପଙ୍କୁ ହତ୍ୟା କରାଯାଉଛି । ଏକ ରିପୋର୍ଟରେ ଡକ୍ଟର କୃଷ୍ଣ କୁମାରୀ ଛଲ୍ଲା ମଧ୍ୟ ନାଗମଣି ଥିବାର ଦାବିକୁ ଖଣ୍ଡନ କରିଛନ୍ତି । ସେ ଲେଖିଛନ୍ତି ଯେ ନାଗମଣି କିମ୍ବା ସାପ ମୋତି ଭଳି କୌଣସି ଜିନିଷ ଏହି ଦୁନିଆରେ ନାହିଁ, ବରଂ ଏହା ଏକ ପଶୁର ହାଡ କିମ୍ବା ସାଧାରଣ ପଥର, ଯାହା ଆଫ୍ରିକା, ଦକ୍ଷିଣ ଆମେରିକା, ଭାରତ ଏବଂ ଅନ୍ୟାନ୍ୟ ଦେଶରେ ସାପ କାମୁଡ଼ିବା ପାଇଁ ଲୋକ ଔଷଧ ଭାବରେ ବ୍ୟବହୃତ ହୁଏ ।

ଏହି ପରମ୍ପରା ଚତୁର୍ଦ୍ଦଶ ଶତାବ୍ଦୀରୁ ଚାଲିଆସୁଛି ଏବଂ ଲୋକମାନେ ଏହାକୁ ନାଗମଣି ବୋଲି କହୁଛନ୍ତି । ନାଗମଣି ବିଷୟରେ କିଛି ପୁରାଣ କାହାଣୀରେ ମଧ୍ୟ ଉଲ୍ଲେଖ କରାଯାଇଛି । ପୁରାଣରେ ନାଗଲୋକ ବିଷୟରେ ମଧ୍ୟ ଉଲ୍ଲେଖ ଅଛି, ଯେଉଁଠାରେ ସାପମାନେ ନିଜ ଇଚ୍ଛାରେ ରୂପ ମଧ୍ୟ ପରିବର୍ତ୍ତନ କରିପାରନ୍ତି । କିନ୍ତୁ ନାଗମଣିର ପ୍ରକୃତ ସତ୍ୟ କ’ଣ ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଏକ ରହସ୍ୟ ହୋଇ ରହିଛି । ଅନେକ ଲୋକ ନାଗମଣି ଭଳି ଜିନିଷକୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ ଏବଂ ଏହାକୁ କଳ୍ପନା କାହାଣୀର ଏକ ଅଂଶ ବୋଲି ଭାବନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.