ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି ରାଓ ହାଇଦରୀ, ରଙ୍ଗନାଥ ସ୍ୱାମୀ ମନ୍ଦିରରେ ସିଦ୍ଧାର୍ଥଙ୍କୁ କଲେ ଜୀବନସାଥୀ

ବଲିଉଡ ଇଣ୍ଡଷ୍ଟ୍ରୀରେ ପ୍ରାୟ ସମସ୍ତ ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଯେପରି ରକୁଲ ଓ ଜ୍ୟାକି, ପୁଲକିତ ଓ କ୍ରିତି ଏବଂ ତାପସୀ ଓ ମାଥିଆସଙ୍କ ଭଳି ଅନେକ ଷ୍ଟାର ଚଳିତ ବର୍ଷ ମ୍ୟାରେଜ୍‌ କରିଛନ୍ତି । ତେବେ ପ୍ରାୟତଃ ଏପରି ଖୁସି ଖବର ଶୁଣିବାକୁ ମିଳିଥାଏ । ସେହିପରି ଏବେ ମଧ୍ୟ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ତାଙ୍କର ଲଙ୍ଗ୍‌ ଟାଇମ୍‌ ପାର୍ଟନର ସିଦ୍ଧାର୍ଥଙ୍କୁ ବିବାହ କରିଛନ୍ତି । ଖବର ଅନୁଯାୟୀ, ଦୁହେଁ ତେଲେଙ୍ଗାନାର ରଙ୍ଗନାଥ ସ୍ୱାମୀ ମନ୍ଦିର ବିବାହା ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଆଜିକାଲି ସବୁଆଡେ ମ୍ୟାରେଜ୍‌ର ସିଜିନ୍‌ ଚାଲିଛି । ବିଶେଷ ଭାବେ ବଲିଉଡ ଇଣ୍ଡଷ୍ଟ୍ରୀରେ ପ୍ରାୟ ସମସ୍ତ ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଯେପରି ରକୁଲ ଓ ଜ୍ୟାକି, ପୁଲକିତ ଓ କ୍ରିତି ଏବଂ ତାପସୀ ଓ ମାଥିଆସଙ୍କ ଭଳି ଅନେକ ଷ୍ଟାର ଚଳିତ ବର୍ଷ ମ୍ୟାରେଜ୍‌ କରିଛନ୍ତି । ତେବେ ପ୍ରାୟତଃ ଏପରି ଖୁସି ଖବର ଶୁଣିବାକୁ ମିଳିଥାଏ । ସେହିପରି ଏବେ ମଧ୍ୟ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ତାଙ୍କର ଲଙ୍ଗ୍‌ ଟାଇମ୍‌ ପାର୍ଟନର ସିଦ୍ଧାର୍ଥଙ୍କୁ ବିବାହ କରିଛନ୍ତି । ଖବର ଅନୁଯାୟୀ, ଦୁହେଁ ତେଲେଙ୍ଗାନାର ରଙ୍ଗନାଥ ସ୍ୱାମୀ ମନ୍ଦିର ବିବାହା ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଅଦିତି ଏବଂ ସିଦ୍ଧାର୍ଥ ଇଣ୍ଟିମେଣ୍ଟ ସମାରୋହରେ ବିବାହ କରିଥିଲେ ଯେଉଁଥିରେ କେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ଅଂଶଗ୍ରହଣ କରିଥିଲେ । ଏହା ସହ ଏମାନଙ୍କର ବିବାହାର କୌଣସି ଫଟୋ ମଧ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଅଦିତି ଏବଂ ସିଦ୍ଧାର୍ଥ ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଏହା ସହ ତାମିଲନାଡୁର ପୁରୋହିତମାନଙ୍କୁ ସେମାନଙ୍କ ବିବାହ ପାଇଁ ଡକାଯାଇଥିଲା । ଯେଉଁଠାରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେହି ମନ୍ଦିର ୱାନାପାର୍ଟିରେ ଅଛି ଏବଂ ଏହି ସ୍ଥାନ ସହିତ ଅଦିତିଙ୍କର ଏକ ଖାସ୍‌ କନେକ୍ସନ୍‌ ରହିଛି । ବାସ୍ତବରେ, ଅଭିନେତ୍ରୀଙ୍କ ମା’ଙ୍କ ପରିବାରର ୱାନାପାର୍ଟୀ ସନ୍ଥାନମ୍‌ଙ୍କର ଶେଷ ଶାସକ ଥିଲେ । ଏହା ବ୍ୟତୀତ ସେ ଏକ ରାଜ ପରିବାରର ଝିଅ,| ଅଦିତି ଆକବର ହେଦରିଙ୍କ ନାତୁଣୀ । ତେବେ ତାଙ୍କ ଜେଜେବାପା ମହମ୍ମଦ ସାଲେହ ଆକବର ହେଦରି ମଧ୍ୟ ଆସାମର ପୂର୍ବତନ ରାଜ୍ୟପାଳ ଥିଲେ ।

ଅଦିତି ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ସେମାନ ନିଜ ଲାଇଫ୍‌କୁ ପର୍ସନାଲ ରଖିବାକୁ ପସନ୍ଦ କରନ୍ତି ଏବଂ ବୋଧହୁଏ ଏହି କାରଣରୁ ସେମାନେ ସିକ୍ରେଟ୍‌ ଭାବେ ମ୍ୟାରେଜ୍‌ କରିଛନ୍ତି । ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କର ବିବାହ ଘୋଷଣା କରିନାହାଁନ୍ତି କିମ୍ବା ସେମାନଙ୍କ ବିବାହର କୌଣସି ଫଟୋ ମଧ୍ୟ ସେୟାର କରିଥାନ୍ତି ।

ଅଦିତି ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ୨୦୨୧ରେ ତାମିଲ ଓ ତେଲୁଗୁ ଫିଲ୍ମ ‘ମହା ସମୁଦ୍ରମ’ ରେ ଏକାଠି କାମ କରିଥିଲେ । ଏଠାରୁ ହିଁ ସେମାନଙ୍କର ଲଭ୍‌ ଷ୍ଟୋରି ଷ୍ଟାଟ୍‌ ହୋଇଥିଲା । ଏହା ପରେ ଅଦିତି ଏବଂ ସିଦ୍ଧାର୍ଥ ଅନେକ ଥର ଏକାଠି ନଜର ଆସିଥିଲେ । ଉଭୟ ପ୍ରାୟତଃ ଏକାଠି ରିଲ୍ ତିଆରି କରୁଥିବା ଦେଖିବାକୁ ମିଳିଥାଏ ।

ଯଦି ଏମାନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା, ତାହେଲେ ଅଦିତି ରାଓ ହାଇଦରୀଙ୍କୁ ଫିଲ୍ମ ‘ଚିଠି’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ ସଞ୍ଜୟ ଲୀଲା ଭନସାଲୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ ‘ହିରାମଣ୍ଡି’ରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ତାଙ୍କର ‘ଗାନ୍ଧୀ ଟକ୍ସ’ ଏବଂ ଲିଓନେସ୍‌ ଭଳି ପ୍ରୋଜେକ୍ଟ ମଧ୍ୟ ଦେଖିବାକୁ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.