ବରୁଣ ଧୱନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌, ସାମ୍ନାକୁ ଆସିଲା ଫିଲ୍ମ ବେବି ଜନ୍‌ ନୂଆ ପୋଷ୍ଟର

ବରୁଣ ଧୱନଙ୍କ ଜନ୍ମଦିନ ଅବସରରେ ଫିଲ୍ମ ନିର୍ମାତାମାନେ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରଇଜ୍‌ ଦେଇଛନ୍ତି । ତେବେ ବରୁଣ ଧୱନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି ।

ଅଭିନେତା ବରୁଣ ଧୱନ ତାଙ୍କର ଅପ୍‌କମିଂ ଫିଲ୍ମ ‘ବେବି ଜନ୍’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମଟି ବହୁତ ଦିନ ହେବ ଚର୍ଚ୍ଚାରେ ରହିଛି ଏବଂ ବରୁଣ ଧୱନଙ୍କ ଜନ୍ମଦିନ ଅବସରରେ ଫିଲ୍ମ ନିର୍ମାତାମାନେ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରଇଜ୍‌ ଦେଇଛନ୍ତି । ତେବେ ବରୁଣ ଧୱନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି ।

 

ମୁରାଦ ଖେତାନି ‘ବେବି ଜନ୍’ର ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ ବରୁଣ ଧୱନ, ନିର୍ଦ୍ଦେଶକ ଅଟଲେ ଏବଂ ପ୍ରିୟା ମୋହନ ଅଛନ୍ତି । ଏହି ପୋଷ୍ଟରରେ ବରୁଣ ଧୱନଙ୍କର ବହୁତ ବିପଜ୍ଜନକ ସିନ୍‌ରେ ଦେଖିବାକୁ ମିଳିଛି । ତେବେ ପୋଷ୍ଟରରେ ବରୁଣ ଧୱନ ରାଗରେ ବର୍ଷାରେ ଓଦା ହୋଇଥିବାର ନଜର ଆସିଛନ୍ତି । ବରୁଣ ଧୱନଙ୍କ ଏହି ପୋଷ୍ଟର ରିଲିଜ୍‌ ହେବାର କିଛି ମିନିଟ ମଧ୍ୟରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରରେ ବରୁଣ ଧୱନଙ୍କ ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ତେବେ ନିର୍ଦ୍ଦେଶକ ଅଟଲେ ଏବଂ ବରୁଣ ଧୱନଙ୍କ ‘ବେବି ଜନ୍’ ମେ ୩୧ ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ବରୁଣ ଧୱନଙ୍କ ବ୍ୟତୀତ କିର୍ତ୍ତୀ ସୁରେଶ ଏବଂ ଭାମିକା ଗାବି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ଯେତେବେଳେ ଫିଲ୍ମର ଟାଇଟଲ୍ ଘୋଷଣା କରାଯାଇଥିଲା, ସେତେବେଳେ ‘ବେବି ଜନ୍’ ଭାବରେ ବରୁଣ ଧୱନଙ୍କର ସାମାନ୍ୟ ଝଲକ ଦେଖାଯାଇଥିଲା । ବର୍ତ୍ତମାନ ତାଙ୍କର ପୂରା ଲୁକ୍ ପୋଷ୍ଟରରେ ରିଲିଜ୍‌ କରାଯାଇଛି ।

ସାଉଥ ସିନେମାର ସୁପରଷ୍ଟାର ଅଭିନେତ୍ରୀ କିର୍ତ୍ତୀ ସୁରେଶ ମଧ୍ୟ ‘ବେବି ଜନ୍’ ସହିତ ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ମଧ୍ୟ ନଜର ଆସିବେ । ମୁରାଦ ଖେତାନି, ପ୍ରିୟା ମୋହନ ଏବଂ ଜ୍ୟୋତି ଦେଶପାଣ୍ଡେ ନଜର ଆସିବାକୁ ଯାଉଛନ୍ତି । ତେବେ ନିର୍ଦ୍ଦେଶକ ଅଟଲେ କୁମାରଙ୍କ ଏହି ଫିଲ୍ମ ନିର୍ମାଣ କରୁଛନ୍ତି୍‌ । ପିଙ୍କଭିଲ୍ଲା ସହିତ ଇଣ୍ଟରଭ୍ୟୁ ବେଳେ, ବରୁଣ ଧୱନ ଏହି ଫିଲ୍ମ ବିଷୟରେ କହିଥିଲେ, ମୁଁ କେବଳ କହିପାରେ ଯେ ଏହା ଏକ ଆକ୍ସନ୍ ଫିଲ୍ମ ହେବାକୁ ଯାଉଛି । ଫିଲ୍ମରେ ବହୁତ ଏଣ୍ଟଟେନ୍‌ମେଣ୍ଟ ରହିଛି, ଯାହା ମୁଁ ମଧ୍ୟ ବହୁତ ପସନ୍ଦ କରେ । କିନ୍ତୁ ଏବେ ଏହି ପୋଷ୍ଟର ରିଲିଜ୍‌ ହେବା ପରେ ଫ୍ୟାନ୍ସ ବହୁତ ଉତ୍ସାହାର ସହ ଏହାକୁ ଦେଖିବାକୁ ଅପେକ୍ଷା କରିଛନ୍ତି ।

 

View this post on Instagram

 

A post shared by @muradkhetani

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.