ତାତିରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ, ସାଢେ ୧୧ଟା ବେଳକୁ ଭୁବନେଶ୍ୱରରେ ୪୦ ଡିଗ୍ରୀ ଟପିଲା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ଆଜି ବି ଜାରି ରହିଛି ତାତି । ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ପାର୍ କଲା ରାଜଧାନୀର ତାପମାତ୍ରା ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ଆଜି ବି ଜାରି ରହିଛି ତାତି । ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ପାର୍ କଲା ରାଜଧାନୀର ତାପମାତ୍ରା । ସେହିପରି ଚାନ୍ଦବାଲିରେ ୪୧ଡିଗ୍ରୀ , ବାଲେଶ୍ୱରରେ ୪୧ ଡିଗ୍ରୀ , ଝାରସୁଗୁଡାରେ ୪୦.୪ ଡିଗ୍ରୀ ଏବଂ ହୀରାକୁଦ ସହରର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ କେନ୍ଦୁଝରର ତାପମାତ୍ରା ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ୨୪ ଘଣ୍ଟା ପାଇଁ ଭୀଷଣ ହିଟ୍ ୱେଭ ୱାର୍ଣ୍ଣିଂ ଜାରି। ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଭୀଷଣ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୭ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି। ଆହୁରି ୧୦ ଦିନ ଯମ ଯନ୍ତ୍ରଣା । ୨୬ ତାରିଖରେ ରାଜ୍ଯର ଅଧିକାଂଶ ଜିଲ୍ଲାରେ ହିଟ ୱେଭ ଦେଖାଯିବ। ୨୭ ଓ ୨୮ରେ ସିଭିୟର ହିଟୱେବ ସମ୍ଭାବନା ରହିଛି। ଆଗାମୀ ଦିନରେ କିଛି ଜିଲ୍ଲାରେ ୪୫ ଡିଗ୍ରୀ ଉପରେ ମଧ୍ୟ ରେକର୍ଡ କରାଯାଇପାରେ। ଗତ ୧୫ ତାରିଖରୁ ଲଗାତାର ଗ୍ରୀଷ୍ଣ ପ୍ରବାହ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.