ସେଲଫି ହେଲା କାଳ, ଆଗ୍ନେୟଗିରିରେ ପଡ଼ି ଚୀନ୍‌ ମହିଳାଙ୍କ ମୃତ୍ୟୁ

ମହିଳା ଆଗ୍ନେୟଗିରି ଦେଖିବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଦୁର୍ଘଟଣା । ମହିଳା ଜଣଙ୍କ ଆଗ୍ନେୟଗିରି ପାଖରେ ଛିଡ଼ା ହୋଇ ସେଲଫି ନେଉଥିଲେ ଆଉ ହଠାତ ତାଙ୍କ ଗୋଡ଼ ଖସିଯାଇଥିଲା । ପରେ ଆଗ୍ନେୟଗିରିରେ ପଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି ।

ଇଣ୍ଡୋନେସିଆରେ ଜଣେ ଚୀନ୍ ମହିଳାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁର କାରଣ ସେ ନିଜେ । କାରଣ ସେ ଏମିତି କିଛି ଭୁଲ କରିଛନ୍ତି ଯେ ତାଙ୍କ ଜୀବନ ଯାଇଛି । ତେବେ ମହିଳା ଆଗ୍ନେୟଗିରି ଦେଖିବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଦୁର୍ଘଟଣା । ମହିଳା ଜଣଙ୍କ ଆଗ୍ନେୟଗିରି ପାଖରେ ଛିଡ଼ା ହୋଇ ସେଲଫି ନେଉଥିଲେ ଆଉ ହଠାତ ତାଙ୍କ ଗୋଡ଼ ଖସିଯାଇଥିଲା । ପରେ ଆଗ୍ନେୟଗିରିରେ ପଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି ।

ଚୀନର ଏହି ମହିଳାଙ୍କ ବୟସ ୩୧ ବର୍ଷ ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ, ହୁଆଙ୍ଗ ଲିହୋଙ୍ଗ ନାମକ ଏହି ମହିଳା ତାଙ୍କ ସ୍ୱାମୀଙ୍କ ସହ ଆଗ୍ନେୟଗିରି ଦେଖିବାକୁ ଯାଇଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ଦମ୍ପତି ସୂର୍ଯ୍ୟୋଦୟ ଦେଖିବା ପାଇଁ ଆଗ୍ନେୟଗିରି ଟୁରିଜିମ୍ ପାର୍କର ଧାରକୁ ଯାଇଥିଲେ, ଯେଉଁଠାରେ ଏହି ଦୁର୍ଘଟଣା ଘଟିଥିଲା।

ପୋଲିସ ସୂଚନାନୁସାରେ, ମହିଳା ୭୫ ମିଟର ଉଚ୍ଚରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେଲଫି ନେବା ସମୟରେ ବିପଦପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ବାରମ୍ବାର ଚେତାବନୀ ଦିଆଯିବା ପରେ ମଧ୍ୟ ଲିହୋଙ୍ଗ ଆଗ୍ନେୟଗିରି ପାଖକୁ ଯାଇଥିଲେ । ଫଟୋ ଉଠାଇବା ପାଇଁ ପଛକୁ ପଛକୁ ଯାଉଥିଲେ ଏହି ସମୟରେ ହଠାତ୍ ତାଙ୍କ ପାଦରେ ଡ୍ରେସ୍‌ ଛନ୍ଦି ହୋଇଯାଇଥିଲା , ଯାହା ଫଳରେ ସେ ଆଗ୍ନେୟଗିରିରେ ଖସି ପଡ଼ିଥିଲେ । ଲିହୋଙ୍ଗଙ୍କ ମୃତଦେହକୁ ଆଗ୍ନେୟଗିରିରୁ ବାହାର କରିବା ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା।

ସୂଚନା ଥାଉ କି ଏହି ଦୁର୍ଘଟଣା ଇଜେନ ଆଗ୍ନେୟଗିରିରେ ଘଟିଛି । ଇଜେନ୍ ଆଗ୍ନେୟଗିରି ସଲଫୁରିକ୍ ଗ୍ୟାସ୍ ରୁ ବାହାରୁଥିବା ନୀଳ ଆଲୋକ ପାଇଁ ବେଶ ଜଣାଶୁଣା । ୨୦୧୮ରେ ଆଗ୍ନେୟଗିରିରୁ ବିଷାକ୍ତ ଗ୍ୟାସ୍ ବାହାରିବା ପରେ ବହୁ ସଂଖ୍ୟକ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ଅତି କମରେ ୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାଉଣ୍ଟ ଇଜେନରୁ ନିୟମିତ ଭାବେ ବିଷାକ୍ତ ଗ୍ୟାସ୍ ବାହାରୁ ଥାଏ କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନ ଖୋଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.