କେନିଆରେ ସାଂଘାତିକ ବନ୍ୟା, ଜୁନ୍‌ ଯାଏ ଲାଗିରହିବ ବର୍ଷା; ଏ ପର୍ଯ୍ୟନ୍ତ ୩୮ ମୃତ

କେନିଆରେ ସାଂଘାତିକ ବନ୍ୟା । ଏଠାରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରବଳ ବର୍ଷା ହେତୁ ଦେଶର ଅନେକ ସ୍ଥାନରେ ଭୟଙ୍କର ବନ୍ୟା ମାଡ଼ି ଆସିଛି, ଫଳରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି ।

କେନିଆରେ ସାଂଘାତିକ ବନ୍ୟା । ଏଠାରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରବଳ ବର୍ଷା ହେତୁ ଦେଶର ଅନେକ ସ୍ଥାନରେ ଭୟଙ୍କର ବନ୍ୟା ମାଡ଼ି ଆସିଛି, ଫଳରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ବନ୍ୟା ଯୋଗୁ ଏ ପର୍ଯ୍ୟନ୍ତ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । କେନିଆର ଅଧାରୁ ଅଧିକ ଅଞ୍ଚଳ ବର୍ତ୍ତମାନ ବନ୍ୟା ପାଣି ଘେରରେ ରହିିଛି ।

ଦେଶରେ ଜନଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ରାସ୍ତାଘାଟ, ଗଳିକନ୍ଦି ଏବଂ ଲୋକଙ୍କ ଘରେ ପାଣିର ସୁଅ ଛୁଟୁଛି । ରାସ୍ତାର ସ୍ଥାନେ ସ୍ଥାନେ ଯାନବାହାନଗୁଡ଼ିକ ବନ୍ୟା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳୁଛି । ଲୋକଙ୍କ ଜୀବନ ପ୍ରଭାବିତ ହୋଇଥିବା ବେଳେ ରିଲିଫ୍‌ ସୁଦ୍ଧା ସେମାନଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ଲୋକମାନେ ଏକପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

ରାଜଧାନୀ ନୌରବିରେ ବନ୍ୟା ଯୋଗୁ ଅନେକ ରାସ୍ତା ବନ୍ଦ ହୋଇଯାଇଛି ଏବଂ ଅଞ୍ଚଳଗୁଡ଼ିକ ଜଳମଗ୍ନ ଅବସ୍ଥାରେ ରହିିଛି । ନୌରବିରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ସବୁଆଡ଼େ କେବଳ ପାଣି ହିଁ ପାଣି ଦେଖାଯାଉଛି । ସେପଟେ ସରକାର ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟରେ ସମସ୍ତ ସମ୍ବଳ ବ୍ୟବହାର କରୁଥିଲେ ହେଁ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯାଇଛି । କେନିଆ ରେଡ୍‌କ୍ରସ୍‌ ସୋସାଇଟିର କହିବା ହେଲା, ଏହା ମଥାରେ ଅଞ୍ଚଳରେ ୧୮ ଜଣଙ୍କୁ ଉଦ୍ଧାର କରିଛି । ଏହି ଲୋକମାନେ ବନ୍ୟା ପାଣି ଘେରରେ ଫସି ରହିଥିଲେ । ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ଜଳବନ୍ଦୀ ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି ।

ଏହାରି ଭିତରେ ସବୁଠାରୁ ଚିନ୍ତାଜନକ କଥା ହେଉଛି, ପାଣିପାଗ ବିଶେଷଜ୍ଞମାନେ ଜୁନ୍ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ପ୍ରକାଶ କରିଛନ୍ତି । କେନିଆରେ ମାର୍ଚ୍ଚରୁ ବର୍ଷା ଲାଗି ରହିଛି । ଏବେ ପ୍ରବଳ ବର୍ଷା ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ସରକାର ନିମ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଡ୍ୟାମ୍‌ ନିକଟରେ ରହୁଥିବା ଲୋକଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.