ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧିଲେ ଏୟାର କୁଲିଙ୍ଗ ହେଲମେଟ

ଏହି ସ୍ୱତନ୍ତ୍ର ହେଲମେଟ ଯୋଗୁ ତାପମାତ୍ରା ୮ ରୁ ୧0 ଡିଗ୍ରୀ କମ ହୋଇ ପାରୁଛି । ଫଳରେ ସମସ୍ତ ଟ୍ରାଫିକ କର୍ମଚାରୀମାନେ ପ୍ରଚଣ୍ତ ଖରାରୁ ନିସ୍ତାର ପାଇବେ ।

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧିଲେ ଏୟାର କୁଲିଙ୍ଗ ହେଲମେଟ । ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ଟ୍ରାଫିକ କନଷ୍ଟେବଳଙ୍କ ପାଇଁ ଏୟାର କୁଲିଂ ହେଲମେଟ। ପାରଦ ଉପରମୁହାଁ ହୋଇଥିବା ବେଳେ ଟ୍ରାଫିକ କନଷ୍ଟେବଳଙ୍କ ପାଇଁ କାମ କରିବା କଷ୍ଟକର ହେଉଛି।

ଏହି ସ୍ୱତନ୍ତ୍ର ହେଲମେଟ ଯୋଗୁ ତାପମାତ୍ରା ୮ ରୁ ୧0 ଡିଗ୍ରୀ କମ ହୋଇ ପାରୁଛି । ଫଳରେ ସମସ୍ତ ଟ୍ରାଫିକ କର୍ମଚାରୀମାନେ ପ୍ରଚଣ୍ତ ଖରାରୁ ନିସ୍ତାର ପାଇବେ । ସ୍ୱତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଛି ଏହି ଏସି ହେଲମେଟ । ହେଲମେଟରେ ରହିଥିବା ସ୍ଵତନ୍ତ୍ର ବ୍ୟାଟେରୀ ଯୋଗୁ ଏହାକୁ ସହଜରେ ଚାର୍ଜ କରାଯାଇ ପାରିବ ।

ଥରେ ଚାର୍ଜ କଲେ ଏହା ୮ ଘଣ୍ଟା ଯାଏ କାମ କରିବ । ସବୁଠାରୁ ବଡ କଥା ହେଉଛି ଏହା ଖରା ଦିନେ ଥଣ୍ଡା ପବନ ଦେବା ସହିତ ଶୀତ ଦିନେ ଗରମ ପବନ ଦେବ । ସଫଳ ହେଲେ ସବୁ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି କହିଛନ୍ତି ପୋଲିସ କମିସନର । ପୂର୍ବରୁ ଗୁଜରାଟ ଓ ଅନ୍ୟ ରାଜ୍ୟରେ ପୋଲିସ ଏହାର ବ୍ୟବହାର କରିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.