ଆରମ୍ଭ ହୋଇଛି ଛଇତନା ଗାଁର ମେଳଣ, ଦେଖିବା ପାଇଁ ପଡ଼ିଆରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଗୋପ ବ୍ଳକର ଏହି ପ୍ରସିଦ୍ଧ ମେଳଣ ଅବସରରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଛି ଜମାଣ ଉତ୍ସବ । ନାଗା, ମେଢ଼ ରୋଷଣୀରେ ଗ୍ରାମ ଦେବତା ତଥା ଥାନପତି ବାବା ଗ୍ରାମେଶ୍ଵର, ଶ୍ରୀ ଦଧିବାମନ ଦେବ, ଗୋପିନାଥ ଦେବ ଓ ଭଗବତ ବାସୁଦେବଙ୍କୁ ଜମାଣ ଉତ୍ସବରେ ନିଆଯାଇ ପଡ଼ିଆ ବିଜେ କରାଯାଇଛି । ପ୍ରଭୁଙ୍କୁ ଖୁଣ୍ଟ ଲାଗି କରାଯିବା ପରେ ପଡ଼ୋଶୀ ଗ୍ରାମର ଠାକୁରମାନେ ପଡ଼ିଆକୁ ବିଜେ କରିଛନ୍ତି । ତେବେ ଜମାଣ ପାଇଁ ଛଇତନା ଗାଁ ଦାଣ୍ଡ ସହ ମେଳଣ ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ଗ୍ରାମୀଣ ସଂସ୍କୃତି ଓ ପରମ୍ପରାକୁ ନେଇ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଛଇତନା ଗାଁର ମେଳଣ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଛି । ମେଳଣରେ ୪୦ଟି ମୌଜାର ଗ୍ରାମ୍ୟ ଦେବା, ଦେବୀ ଦୋଳ ସହ ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲେ । ପାରମ୍ପରିକ ମେଢ଼ , ନାଗା ଓ ନୃତ୍ୟ ଗୀତର ତାଳେ ତାଳେ ହଜାର ହଜାର ଗ୍ରାମବାସୀ ଏହି ମେଳଣରେ ସାମିଲ ହୋଇଥିଲେ ।

ଗୋପ ବ୍ଳକର ଏହି ପ୍ରସିଦ୍ଧ ମେଳଣ ଅବସରରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଛି ଜମାଣ ଉତ୍ସବ । ନାଗା, ମେଢ଼ ରୋଷଣୀରେ ଗ୍ରାମ ଦେବତା ତଥା ଥାନପତି ବାବା ଗ୍ରାମେଶ୍ଵର, ଶ୍ରୀ ଦଧିବାମନ ଦେବ, ଗୋପିନାଥ ଦେବ ଓ ଭଗବତ ବାସୁଦେବଙ୍କୁ ଜମାଣ ଉତ୍ସବରେ ନିଆଯାଇ ପଡ଼ିଆ ବିଜେ କରାଯାଇଛି । ପ୍ରଭୁଙ୍କୁ ଖୁଣ୍ଟ ଲାଗି କରାଯିବା ପରେ ପଡ଼ୋଶୀ ଗ୍ରାମର ଠାକୁରମାନେ ପଡ଼ିଆକୁ ବିଜେ କରିଛନ୍ତି । ତେବେ ଜମାଣ ପାଇଁ ଛଇତନା ଗାଁ ଦାଣ୍ଡ ସହ ମେଳଣ ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମଧ୍ୟ ରାତିରେ ପ୍ରଥମେ ଗାଁର ୪ ସାହିରେ କାଳୀ ପୂଜା ନୀତି ସମ୍ପର୍ଣ୍ଣ ହୋଇଥିଲା । ପରେ ନାଗା ଓ ମେଢ଼ ସହ ବିଭିନ୍ନ ସାଜସଜ୍ଜା ପ୍ରସ୍ତୁତ ହୋଇଥିଲା । ରାତି ସାଢ଼େ ୧୨ଟାରେ ୪ ସାହି ରୋଷଣୀ ବାହାରି ଥିଲା । ସମସ୍ତ ସାହିର ରୋଷଣୀରେ ମୋଟ ୧୪ଟି ନାଗା ଓ ୧୦ଟି ମେଢ଼ ସହ ଅନ୍ୟାନ୍ୟ ସାଜସଜ୍ଜା ଆସି ଗ୍ରାମେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଏକତ୍ର ହୋଇଥିଲେ । ଏହାପରେ ମନ୍ଦିରର ଦକ୍ଷିଣ ଦ୍ଵାର ଦେଇ ଠାକୁର ବାହାରିଥିଲେ । ପାଲିଙ୍କି ଓ ଦୋଳରେ ବିଜେ ହେବା ପରେ ନାଗା, ମେଢ଼ମାନେ ପ୍ରଭୁଙ୍କର ପରମ୍ପରା ଅନୁଯାଇ ପୂଜା ଆରମ୍ଭ କରିଥିଲେ ।

ଏହା ପରେ ମହାବୀର ମନ୍ଦିର ଯାଇ ବୀର ହନୁମାନଙ୍କ ଆଶିଷ ନେବା ପରେ ସମସ୍ତ ରୋଷଣୀ ମେଳଣ ପଡ଼ିଆ ଅଭିମୁଖେ ବାହାରିଥିଲା । ଗାଁ ଦାଣ୍ଡରେ ଡ୍ରାଗନ୍ ଓ ପକ୍ଷୀ ନାଗା ଦେଖାଇଥିଲା ମୁରାଟ । ବାଜାର ତାଳେ ତାଳେ ବୀରତ୍ଵ ଦେଖାଇଥିଲା ନାଗା । ଦୁର୍ଗା, କାଳୀ, ଗଣେଶ, ନୃସିଂହ ଓ ପର୍ଶୁରାମ ମେଢ଼ ନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା । କଳ ଘୋଡ଼ା, ଚଇତି ଘୋଡ଼ା, ବୁଢାବୁଢ଼ୀ ନୃତ୍ୟ ସହ ବୀର ବାଦ୍ୟର ତାଳେ ତାଳେ ପାଇକ ଖେଳ, ନିଆଁ ଓ ବାଡ଼ି ବନାଟି ବୁଲାଇ ଗ୍ରାମବାସୀମାନେ ଜମାଣକୁ ଭର୍ ପୁର୍ ଉପଭୋଗ କରିଥିଲେ । ମଧ୍ୟ ରାତ୍ରିରୁ ଆରମ୍ଭ ହୋଇ ଜମାଣ ଶୁକ୍ରବାର ସକାଳ ୬ଟାରେ ଶେଷ ହୋଇଥିଲା । ଗ୍ରାମ ମୁରବୀ ଓ ଅତିଥିଙ୍କ ସମ୍ମୁଖରେ ନାଗା ଏବଂ ମେଢ଼ ସେମାନଙ୍କ ନୃତ୍ୟ କୌଶଳ ପ୍ରଦର୍ଶନ କରିବା ପରେ ଜମାଣ ଉଦ୍ ଯାପିତ ହୋଇଥିଲା । ମେଳଣ ପରିଚାଳନା କମିଟି ପକ୍ଷରୁ ପଡ଼ୋଶୀ ଠାକୁରଙ୍କୁ ସ୍ବାଗତ କରାଯିବା ସହ ଖୁଣ୍ଟ ଲାଗି କରାଯାଇଛି ।

ପଡ଼ୋଶୀ ଗ୍ରାମମାନଙ୍କରୁ ଅନେକ ଶ୍ରଦ୍ଧାଳୁ ଜମାଣ ଦେଖିବା ପାଇଁ ଗାଁ ଦାଣ୍ଡରେ ଭିଡ଼ ଲଗାଇଥିଲେ । ଏପରିକି ଛାତ ଉପରେ ମଧ୍ୟ ଲୋକଙ୍କ ଭିଡ଼ ପରିଲିଖିତ ହୋଇଥିଲା । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସଦର ଥାନା ଆଇଆଇସି ଭାବଗ୍ରାହୀ ରାଉତ, ବାଲିଘାଇ ବିଟ୍ ହାଉସ୍ ଅଧିକାରୀ ଶିଶିର ମହାନ୍ତି ଓ ତାଙ୍କ ଟିମ୍ ରାତି ତମାମ ନାକେଦମ୍ ହୋଇଥିଲେ । ଏହା ସହ ଗାଁର ସେବାୟତମାନେ ଠାକୁରଙ୍କର ସମସ୍ତ ନୀତି ସମାପନ କରିଥିଲେ । ମେଳଣ ଶାନ୍ତି କମିଟି ସମ୍ପାଦକ ପାର୍ବତୀ ଚରଣ ପଟ୍ଟନାୟକ ଏବଂ ୪ ସାହିର ମୁରବୀମାନେ ଜମାଣ ପରିଚାଳନା କରିଥିବାବେଳେ ଗ୍ରାମବାସୀମାନେ ସହଯୋଗ କରିଥିଲେ । ପଡ଼ିଆରେ ମୋଟ ୩୧ଟି ଦୋଳରେ ଠାକୁର ଏକାଠି ହୋଇଛନ୍ତି । ଗୁରୁବାର ଜମାଣ ଉତ୍ସବ ପରେ ଶୁକ୍ରବାର ମେଳଣ ଓ ଶନିବାର ଆତସବାଜି ପ୍ରତିଯୋଗିତା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.