ନିଆରା ଢ଼ଙ୍ଗରେ ନିର୍ବାଚନ ପ୍ରଚାର, ଡହ ଡହ ଖରାରେ ପିଚୁ ରାସ୍ତାରେ ଖାଲି ପାଦରେ ଚାଲୁଛନ୍ତି ଏ ବ୍ୟକ୍ତି

୪୩ ଡିଗ୍ରୀ ଖରା, କୁଆଡେ ଯିବା ତ ଦୂରର କଥା ଘରୁ ବାହାରିବାକୁ ବି ଡର ଲାଗୁଛି ସେଠି ଚାଲି ଚାଲି ଯିବା ପୁଣି ଖାଲି ପାଦରେ, ଏଇଟା ବହୁତ ବଡ କାଠିକର ପାଠ ।

ଉଦଳା (କେନ୍ୟୁଜ) : ୪୩ ଡିଗ୍ରୀ ଖରା, କୁଆଡେ ଯିବା ତ ଦୂରର କଥା ଘରୁ ବାହାରିବାକୁ ବି ଡର ଲାଗୁଛି ସେଠି ଚାଲି ଚାଲି ଯିବା ପୁଣି ଖାଲି ପାଦରେ, ଏଇଟା ବହୁତ ବଡ କାଠିକର ପାଠ । ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଚିତ୍ର ଦେଖନ୍ତୁ ଆପଣ ସବୁ ବୁଝିପାରିବେ । ଡହ ଡହ ଖରାରେ କେମିତି ପିଚୁ ରାସ୍ତାରେ ଖାଲି ପାଦରେ ଚାଲୁଛନ୍ତି ଏ ବ୍ୟକ୍ତି । ପୁଣି ଘରକୁ ଘର ଦୋକାନ ଦୋକାନ ବୁଲି ପହଁଚୁଛନ୍ତି ଲୋକଙ୍କ ପାଖରେ । ପୁଣି ହାତ ଯୋଡି ଯୋଡି ଯାଉଛନ୍ତି । ଆପଣ ଭାବୁଥିବେ ଇଏ କିଏ ବୋଲି । କାହିଁକି ଏମିତି ଏ ଝାଞ୍ଜି ପବନରେ ପ୍ରଚଣ୍ଡ ତାପରେ ଏମିତି ଖାଲି ପାଦରେ ଚାଲୁଛନ୍ତି ।

ତେବେ କହିବାକୁ ଚାହିଁବୁ ଯେ ଆପଣ ତ ଜାଣିଛନ୍ତି ନିର୍ବାଚନ ଆସିଲେ କେମିତି ଜନତାଙ୍କର ଅତି ନିକଟତର ହୋଇଯାନ୍ତି ଜନ ପ୍ରତିନିଧି । ଏଠି ବି ଠିକ୍‌ ସେଇୟା । ନିଆରା ଢ଼ଙ୍ଗରେ ଲୋକଙ୍କପାଖରେ ନିଜକୁ ପରିଚୟ ଦେବା ପାଇଁ ଏ ପ୍ରାର୍ଥୀ ଆପଣାଇଛନ୍ତି ଏହି ତରିକା ।

ନିର୍ବାଚନ ପାଇଁ ପ୍ରାର୍ଥୀ ଏବେ ମଇଦାନରେ କରୁଛନ୍ତି କସରତ । ହେଲେ ଏଭଳି ଏକ ନିଆରା ପ୍ରଚାର କରିଛନ୍ତି ଜଣେ ପ୍ରାର୍ଥୀ ଯାହା ଶୁଣିଲେ ଆପଣ ବି ତାଜୁବ ହେବେ । ଉଦଳା ନିର୍ବାଚନମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ଟୁଡୁ ୪୩ ଡିଗ୍ରୀ ଖରାରେ କରିଲେ ନିଆରା ଢଙ୍ଗରେ ପ୍ରଚାର । ଡହ ଡହ ଖରାରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ କଂଗ୍ରେସ୍ ପ୍ରାର୍ଥୀ ଦୁର୍ଗାଚରଣ ଟୁଡୁ ଖାଲି ପାଦରେ ଗରମ ପିଚୁ ରାସ୍ତା ଉପରେ ଚାଲି ଚାଲି କରିଲେ ଭୋଟ ଭିକ୍ଷା ।

ଉଦଳା ବଜାର ଏବଂ ଏନଏସି ଅଂଚଳରେ ଖାଲି ପାଦରେ ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି ଦୁର୍ଗାଚରଣ ଟୁଡୁ । ୩୪ ବର୍ଷ ପରେ ଦଳ ତାଙ୍କ ଉପରେ ପୁଣି ଆସ୍ଥା ଭାଜନ କରିଥିବାରୁ ସେ ଲୋକଙ୍କ ଆସ୍ଥା ଜିତିବା ପାଇଁ କରିଛନ୍ତି ଏପରି ନିଆରା ପ୍ରୟାସ୍ । ଏହା ସହିତ ଖାଲି ପାଦରେ ଗରମ ରାସ୍ତାରେ ଚାଲି ଲୋକଙ୍କ କଷ୍ଟକୁ ଅନୁଭବ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ।
ବାଇଟ୍ ୧ – ଦୁର୍ଗା ଚରଣ ଟୁଡୁ (କଂଗ୍ରେସ୍ ବିଧାୟକ ପ୍ରାର୍ଥୀ, ଉଦଳା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.