ଶରୀର ତୁଳନାରେ ଅଧିକ ଗରମ ରୁହେ ମୁଣ୍ଡ, ଜାଣନ୍ତୁ କଣ କହୁଛି ବିଜ୍ଞାନ

ଲୋକମାନେ ଯୁକ୍ତି ତର୍କ ହେଉଥିବା ସମୟରେ ମୋ ମୁଣ୍ଡ ଗରମ କରନା କହିବାର ଆପଣମାନେ ଶୁଣିଥିବେ । ତେବେ ଲୋକମାନେ କେବଳ ମୁଣ୍ଡ ଗରମ ହେବା କଥା କାହିଁକି କୁହନ୍ତି ଶରୀରର ଅନ୍ୟ ଅଙ୍ଗ ବିଷୟରେ କାହିଁକି କୁହନ୍ତି ନାହିଁ ?

ବେଳେବେଳେ ଅନେକ ଲୋକ ନିଜ ମୁଣ୍ଡ ଗରମ ହୋଇଯିବା କଥା କୁହନ୍ତି । ଲୋକମାନେ ଯୁକ୍ତି ତର୍କ ହେଉଥିବା ସମୟରେ ମୋ ମୁଣ୍ଡ ଗରମ କରନା କହିବାର ଆପଣମାନେ ଶୁଣିଥିବେ । ତେବେ ଲୋକମାନେ କେବଳ ମୁଣ୍ଡ ଗରମ ହେବା କଥା କାହିଁକି କୁହନ୍ତି ଶରୀରର ଅନ୍ୟ ଅଙ୍ଗ ବିଷୟରେ କାହିଁକି କୁହନ୍ତି ନାହିଁ ? ଏହା ପଛରେ କଣ କାରଣ ରହିଛି । ଏ ବିଷୟରେ ଆପଣ ହୁଏତ କେବେ ଭାବି ନଥିବେ । ତେବେ ଆଜି ଆମେ ଆପଣଙ୍କୁ ମୁଣ୍ଡ ଗରମ ହେବା ପଛରେ ଥିବା ରହସ୍ୟ ବିଷୟରେ ଜଣାଇବୁ ।

ବାସ୍ତବରେ ମଣିଷ ଶରୀର ଅପେକ୍ଷା ମୁଣ୍ଡ ଅଧିକ ଗରମ ହୋଇଥାଏ । ବିଜ୍ଞାନ ଅନୁସାରେ ଆମ ମସ୍ତିଷ୍କର ତାପମାତ୍ରା ଶରୀରର ଅନ୍ୟ ସମସ୍ତ ଅଙ୍ଗ ତୁଳନାରେ ସବୁବେଳେ ବଢ଼ିଥାଏ ଏବଂ କମିଥାଏ । ମାନବ ମସ୍ତିଷ୍କ ଉପରେ ହୋଇଥିବା ଅନୁସନ୍ଧାନ ଅନୁସାରେ ଆମ ମସ୍ତିଷ୍କର ତାପମାତ୍ରା ଦିନକୁ ଅନେକ ଥର ବଢ଼ିଥାଏ ଏବଂ କମିଥାଏ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଆମ ମସ୍ତିଷ୍କର ତାପମାତ୍ରା ଯଦି ଦିନସାରା ସମାନ ରହୁଛି, ତେବେ ଏହା ବିପଦର ସଙ୍କେତ ହୋଇପାରେ । ଯଦି ଆପଣଙ୍କର ମସ୍ତିଷ୍କ ସଂପୂର୍ଣ୍ଣ ସୁସ୍ଥ ଅଛି ତେବେ ଏହାର ତାପମାତ୍ରା ଶରୀରର ଅନ୍ୟ ଅଂଶ ଅପେକ୍ଷା ଅଧିକ ହେବା ଉଚିତ୍ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମ ଶରୀରର ସାଧାରଣ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ । ତେଣୁ ଲୋକମାନେ ଭାବନ୍ତି ଯେ ଆମର ମସ୍ତିଷ୍କର ତାପମାତ୍ରା ମଧ୍ୟ ସମାନ ରହିବା ଉଚିତ୍ ।

ରିପୋର୍ଟ ଅନୁଯାୟୀ ଏକ ସୁସ୍ଥ ମସ୍ତିଷ୍କ ଶରୀରର ଅନ୍ୟ ଅଂଶ ଅପେକ୍ଷା ଅଧିକ ଗରମ ଥାଏ । ଆମ ମସ୍ତିଷ୍କର ହାରାହାରି ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍, ଯାହା ଶରୀରର ଅନ୍ୟ ଅଂଶ ତୁଳନାରେ ୨ ଡିଗ୍ରୀ ସେଲସିୟସ୍ ଅଧିକ । ଅନୁସନ୍ଧାନ ଅନୁଯାୟୀ, ଆମ ମସ୍ତିଷ୍କର ଗଭୀର ଅଂଶରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥାଏ । ତେବେ ମସ୍ତିଷ୍କର ତାପମାତ୍ରା କିପରି ଜଣା ପଡ଼େ ?

ଏକ ଅନୁସନ୍ଧାନକାରୀ ଦଳ ୨୦ ରୁ ୪୦ ବର୍ଷ ମଧ୍ୟରେ ଥିବା ୪୦ ଜଣ ସୁସ୍ଥ ଲୋକଙ୍କୁ ନେଇ ଏଭଳି ରିସର୍ଚ୍ଚ କରିଥିଲେ । ଏହା ପରେ ଏକ ଡିଭାଇସ୍‌ ବ୍ୟବହାର କରି ସକାଳ, ଅପରାହ୍ନ ଏବଂ ସନ୍ଧ୍ୟାରେ ସମସ୍ତ ଲୋକଙ୍କ ମସ୍ତିଷ୍କର ବିଭିନ୍ନ ଅଂଶର ତାପମାତ୍ରା ପରୀକ୍ଷା କରାଯାଇଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଦିନସାରା ସମସ୍ତ ଲୋକଙ୍କ ମସ୍ତିଷ୍କର ତାପମାତ୍ରା ଯାଞ୍ଚ କରିବା ପରେ ଜଣା ପଡ଼ିଥିଲା ଯେ ଦିନ ତୁଳନାରେ ସନ୍ଧ୍ୟାରେ ମଣିଷ ମସ୍ତିଷ୍କର ତାପମାତ୍ରା ହ୍ରାସ ପାଇଥାଏ । ଏଥି ସହିତ ଅପରାହ୍ନରେ ମଣିଷ ମସ୍ତିଷ୍କର ତାପମାତ୍ରା ଅଧିକ ରହୁଥିବା ରେକର୍ଡ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ଗରମ ଥାଏ । ପୁରୁଷଙ୍କ ମସ୍ତିଷ୍କ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଥିବାବେଳେ ମହିଳାମାନଙ୍କ ମସ୍ତିଷ୍କର ତାପମାତ୍ରା ୪୦.୯୦ ଡିଗ୍ରୀ ସେଲସିୟସ ରହିଥାଏ । ମହିଳାଙ୍କ ମସ୍ତିଷ୍କର ତାପମାତ୍ରା ପୁରୁଷଙ୍କ ତୁଳନାରେ ହାରାହାରି ୦.୪ ଡିଗ୍ରୀ ସେଲସିୟସ୍ ଅଧିକ ରହିଥାଏ । ରିପୋର୍ଟ ଅନୁଯାୟୀ ଆମ ବୟସ ବଢ଼ିବା ସହିତ ଆମ ମସ୍ତିଷ୍କର ତାପମାତ୍ରା ମଧ୍ୟ ବଢ଼ିଥାଏ ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଆମ ମସ୍ତିଷ୍କର ତାପମାତ୍ରା ମଣିଷର ବୟସ, ଲିଙ୍ଗ, ସମୟ ଏବଂ ଅଞ୍ଚଳ ଅନୁଯାୟୀ ପରିବର୍ତ୍ତନ ହୋଇଥାଏ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ମାନବ ମସ୍ତିଷ୍କର ତାପମାତ୍ରାରେ ପରିବର୍ତ୍ତନ ମଧ୍ୟ ଏକ ସୁସ୍ଥ ମସ୍ତିଷ୍କର ସଙ୍କେତ ହୋଇପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ଅନୁସନ୍ଧାନ ମସ୍ତିଷ୍କ ସମ୍ବନ୍ଧୀୟ ରୋଗର ଚିକିତ୍ସାରେ ମଧ୍ୟ ସହାୟକ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.