ଖରାଦିନେ ଏହି ଫଳ ଖାଆନ୍ତୁ, ଶରୀର ରହିବ ଏକଦମ୍‌ ହାଇଡ୍ରେଟ୍‌

ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ କରିବା ଜରୁରୀ ।

ଏବେ ଚାରିଆଡେ ଭୀଷଣ ଗରମ । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଝାଞ୍ଜି ପବନ । ମୁହଁ ପୋଡି ଯାଉଛି ବାହାରକୁ ବାହାରିଲେ । ଗରମ ଏତେ ହେଉଛି ଯେ ଯାହାର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡୁଛି । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ କରିବା ଜରୁରୀ । ଯେମିତିକି ଅଧିକ ପରିମାଣର ଫଳ ଖାଇବା, କମ୍ ତେଲର ଖାଦ୍ୟ ଖାଇବା ଉଚିତ । ଯାହା ଆମକୁ ଖରା ଦିନରେ ମଧ୍ୟ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା ଖରା ଦିନରେ କେଉଁ କେଉଁ ଫଳ ଅଧିକା ଖାଇବା ଉଚିତ୍, ଯାହା ଆପଣଙ୍କୁ ଖରାକୁ ତ୍ରାହୀ ଦେବ ଓ ଆରାମ ଦେବ ।

ଖରା ଦିନରେ କେଉଁ ଫଳ ଅଧିକା ଖାଇବା ଉଚିତ୍ ଜାଣନ୍ତୁ

1. ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଖରା ଦିନରେ ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କେରୋଟିନର ସ୍ତର ତ୍ୱଚାକୁ ସୁସ୍ଥ ରଖିଥାଏ ।

2.ଖରା ଦିନେ କାକୁଡିକୁ ଖାଦ୍ୟ ଥାଳିରେ ନିଶ୍ଚୟ ସାମିଲ ଥାଏ। ଅନେକ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହାକୁ ବ୍ୟବହାର କରି ଥାଆନ୍ତି । ଖରାଦିନରେ ଖାଦ୍ୟରେ କାକୁଡ଼ି ସାମିଲ କରିବା ଅତ୍ୟନ୍ତ ଜରୁରୀ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ ।

3.ଖରା ଦିନରେ ଆମ୍ବ ଅଧିକ ପରିମାଣରେ ମିଳିଥାଏ । ଆମ୍ବରେ ଭିଟାମିନ୍-ସି ରହିଥାଏ । ଯାହା ଆମ ଆଖି,ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ

4.କମଳାରେ ଭିଟାମିନ୍-ସି ଅଧିକ ପରିମାଣରେ ଥାଏ, ଏଥିରେ ଭରପୁର ପରିମାଣରେ କ୍ୟାଲସିଏନମ୍, ଆଣ୍ଟି ଅକ୍ସିଡେଣ୍ଟ ଥାଏ ଯାହା ତ୍ୱଚା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ

5.ଖରାଦିନେ ଖାଦ୍ୟରେ ଅମୃତଭଣ୍ତା ସାମିଲ କରିବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଯଥେଷ୍ଟ ପରିମାଣରେ ଭିଟାମିନ୍-ସି, ଭିଟାମିନ୍-ଏ ରହିଥାଏ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ ।

6.କଦଳୀରେ ଭିଟାମିନ୍-ଏ,ବି,ସି,ଏ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରପୁର ପରିମାଣରେ ଥାଏ । ସେହିପରି କଦଳୀରେ ବି-୬ ଏବଂ ଏମିନୋଏସିଡ ମଧ୍ୟ ଥାଏ ଯାହା ଆଣ୍ଟି ଅକ୍ସିଜେଣ୍ଟ । ଖରାଦିନରେ କଦଳୀ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

7.ଟମାଟୋର ବ୍ୟବହାର ଅଧିକାଂଶ ତରକାରୀ ପ୍ରସ୍ତୁତି ପାଇଁ ହୋଇଥାଏ । ଏହାର ବ୍ୟବହାର ସାଲାଡ, ଚଟଣି ଆଦିରେ ମଧ୍ୟ ହୋଇଥାଏ । ଖରାଦିନେ ଟମାଟୋର ଖାଇବା ଦ୍ୱାରା ଶରୀରରେ ଜଳର ଅଭାବ ଦୂର ହୋଇଥାଏ ।

8.ଔଷଧୀୟ ଗୁଣରେ ଭରପୁର ବେଲ ପେଟ ସମ୍ମନ୍ଧୀୟ ରୋଗ ପାଇଁ ଅବ୍ୟର୍ଥ ଉପଚାର । ଖାସକରି ଗରମ ଦିନରେ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ବେଲ ପଣା । ବେଲ ପେଟ ରୋଗକୁ ଦୂର କରେ । ଏହାସହ ଅନ୍ତନଳୀକୁ ମଧ୍ୟ ସଫା ରଖିବାରେ ସହାଯ୍ୟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.