ସେମିଳିଗୁଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

‘କଥା ନୁହେଁ କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀ’ । କୋରାପୁଟ ସେମିଳିଗୁଡ଼ାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

କୋରାପୁଟ : ‘କଥା ନୁହେଁ କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀ’ । କୋରାପୁଟ ସେମିଳିଗୁଡ଼ାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପଟାଙ୍ଗି ନିର୍ବାଚନ ମଣ୍ଡଳିର ବାଙ୍ଗୁରୁଗୁଡ଼ା ନିର୍ବାଚନ ସଭାରେ ଉଦବୋଧନ ଦେଇ କହିଛନ୍ତି, କଥାରେ ନୁହେଁ କାମରେ ବିଶ୍ବାସ ରଖନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ଶୁଣି ତାର ସମାଧାନ କରୁଛନ୍ତି । ଜନଜାତି ଭାଇଭଉଣୀଙ୍କୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇଛି । କଳା, ସଂସ୍କୃତିର ବିକାଶ ପାଇଁ SDC ଗଠନ କରାଯାଇଛି । ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହେଉଛନ୍ତି ।

ଲକ୍ଷ୍ମୀ ବସ୍ ରେ କୋରାପୁଟର ୪ ଲକ୍ଷ ମା’ମାନେ ଉପକୃତ ହୋଇଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ୨୧ ଲୋକସଭା ଆସନରୁ ୭ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ । ଭାରତ ବର୍ଷର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ୩୩ ପ୍ରତିଶତ ମହିଲାଙ୍କୁ ଲୋକସଭାକୁ ପଠାଉଛନ୍ତି ନବୀନ ।

ଚଳିତ ନିର୍ବାଚନରେ ୮୦ରୁ ୯୦% ଭୋଟିଂ ପାଇଁ ନିବେଦନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେମିଳିଗୁଡ଼ା ପରେ ଲକ୍ଷ୍ମୀପୁର ବ୍ଲକର ଦଶମନ୍ତପୁରରେ ନିର୍ବାଚନୀ ପ୍ରଚାର ସଭାରେ ଯୋଗଦେଇଛନ୍ତି । ଅପରାହ୍ନରେ ବିଷମକଟକ ଏବଂ ଗୁଣୁପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.