ସ୍ୱାଧୀନତା ପରେ ଦେଶର ପ୍ରଥମ ନିର୍ବାଚନର ମୁକ ସାକ୍ଷୀ ଗୁଣୁପୁରର ଶତାୟୁ ବୃଦ୍ଧ ଓ ବୃଦ୍ଧା

୧୯୫୧-୫୨ ରେ ଯେତେବେଳେ ପ୍ରଥମ ନିର୍ବାଚନ ହୋଇଥିଲା ସେହି ସମୟରୁ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଆଧୁନିକ ସଭ୍ୟ ସମାଜରେ ସମୟାନୁଯାୟୀ ଭୋଟ ଗ୍ରହଣ ର ବ୍ୟବସ୍ଥା ବଦଳିଛି। ବେଲଟ୍ ପେପରୁ ଏବେ ଇଭିଏମ୍ ର ବ୍ୟବସ୍ଥା ହୋଇଛି । ବୃଦ୍ଧ ବୃଦ୍ଧା ମାନେ ମତଦାନ ଦେବା ପାଇଁ ବଞ୍ଚିତ ରହୁଥିଲେ ବର୍ତ୍ତମାନ ନିର୍ବାଚନ କମିଶନ ସେମାନଙ୍କ ପାଇଁ ସୁବିଧା କରିଛନ୍ତି ।

ପାଖେଇ ଆସିଲାଣି ନିର୍ବାଚନ । ସେଥିପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ସାଧାରଣ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବା ଦେଶ ବାସୀଙ୍କର ମୌଳିକ ଅଧିକାର । ହେଲେ କିଛି ଯୁବ ବର୍ଗ ମତ ଦାନରୁ ନିଜକୁ ଦୁରେଇ ଥାନ୍ତି l କିନ୍ତୁ ଦେଶ ସ୍ବାଧିନ ହେବା ପରଠାରୁ ପ୍ରତ୍ୟେକ ସାଧାରଣ ନିର୍ବାଚନ ରେ ନିଜର ମତଦାନ ସାବ୍ୟସ୍ତ କରିଆସିଛନ୍ତି ଶତାୟୁ ବୃଦ୍ଧ ଏବଂ ବୃଦ୍ଧା ।

୧୯୫୧-୫୨ ରେ ଯେତେବେଳେ ପ୍ରଥମ ନିର୍ବାଚନ ହୋଇଥିଲା ସେହି ସମୟରୁ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଆଧୁନିକ ସଭ୍ୟ ସମାଜରେ ସମୟାନୁଯାୟୀ ଭୋଟ ଗ୍ରହଣ ର ବ୍ୟବସ୍ଥା ବଦଳିଛି। ବେଲଟ୍ ପେପରୁ ଏବେ ଇଭିଏମ୍ ର ବ୍ୟବସ୍ଥା ହୋଇଛି । ବୃଦ୍ଧ ବୃଦ୍ଧା ମାନେ ମତଦାନ ଦେବା ପାଇଁ ବଞ୍ଚିତ ରହୁଥିଲେ ବର୍ତ୍ତମାନ ନିର୍ବାଚନ କମିଶନ ସେମାନଙ୍କ ପାଇଁ ସୁବିଧା କରିଛନ୍ତି । ସେମାନେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଯୋଗଯୋଗ କରି ପୋଷ୍ଟାଲ୍ ବେଲଟ୍ ଘରକୁ ଆସିବା ବ୍ୟବସ୍ଥା କରିପାରିବେ । ସେମାନେ ଘରେ ଥାଇ ମଧ୍ୟ ମତଦାନ ସାବ୍ୟସ୍ତ କରିପାରିବେ। ଚଳିତ ନିର୍ବାଚନରେ ଏହି ବ୍ୟବସ୍ଥା ରହିଥିବା ବେଳେ ବୟସାଧିକ ମତଦାତା ମାନଙ୍କ ଆଗ୍ରହ ରହିଛି। ପ୍ରଥମ ନିର୍ବାଚନଠାରୁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନକୁ ଆଖି ଆଗରେ ଦେଖିଛନ୍ତି ଗୁଣୁପୁରର ଶତାୟୁ ବୃଦ୍ଧ ଗୈାର ଚନ୍ଦ୍ର ପାଢୀ ଓ ଗୁଣ ମଞ୍ଜରି ବେବର୍ତ୍ତା ।

ଗୈାର ଚନ୍ଦ୍ର ପାଢୀଙ୍କ ବୟସ ୧୦୪ ବର୍ଷ ରହିଛି। ତଥାପି ସେ ନିଜର ମତଦାନ ଦେବା ପାଇଁ ହାରମାନିନାହାଁନ୍ତି। ତାଙ୍କ ପୁଅ ମତଦାନ ପାଇଁ ପୋଷ୍ଟାଲବେଲଟ୍ ପାଇଁ ଆବେଦନ କରିଛନ୍ତି କିନ୍ତୁ ଗୈାର ପାଢୀ ନିଜେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ କହିଛନ୍ତି । ବର୍ତ୍ତମାନ ନିଜ କାମ ନିଜେ କରିବାର କ୍ଷମତା ରହିଛି । ଏପରିକି ଭୋଟଦେବା ନିଜର ହକ୍ ସାବ୍ୟସ୍ତ କରିବା ଅନ୍ୟ ମାନେ ମଧ୍ୟ ଭୋଟଦେଇ ନିଜର ହକ୍ କୁ ସାବ୍ୟସ୍ତ କରନ୍ତୁ ବୋଲି କହୁଛନ୍ତି । ଆଧାରକାର୍ଡ ଅନୁଯାୟୀ ତାଙ୍କ ଜନ୍ମ ତାରିଖ ୧୯୨୦ ମସିହା ମେ ମାସ ୨୦ ତାରିଖ ରହିଛି।

ସେହିଭଳି ଆଉ ଜଣେ ଶତାୟୁ ମହିଳା ଗୁଣମଞ୍ଜରି ବେବର୍ତା ଘର ରହିଛି ଗୁଣୁପୁର ବେବର୍ତା ସାହି ରେ । ତାଙ୍କ ବୟସ ୧୦୫ ବର୍ଷ । ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ମତଦାନ କରିଛନ୍ତି। ବର୍ତ୍ତମାନ ସେ ଶଯ୍ୟାଶାୟୀ ରହିଥିବା ବେଳେ ଚଳିତ ନିର୍ବାଚନରେ ଘରେ ଥାଇ ଭୋଟ ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେ ପୁର୍ବରୁ କେନ୍ଦ୍ର ନିର୍ବାଚନ କମିଶନଠୁ ମତଦାନ ସାବ୍ୟସ୍ତ କରି ଦୁଇ ଥର ସମ୍ନାନିତ ହୋଇଛନ୍ତି। ଚଳିତ ନିର୍ବାଚନ ରେ ପୋଷ୍ଟାଲ ବେଲଟ ସୁବିଧା ଥିବାରୁ ପୁଣି ମତଦାନ ଦେବା ପାଇଁ ଆଗ୍ରହ ଥିବା କହିଛନ୍ତି ବୃଦ୍ଧାଙ୍କ ପୁଅ କୃଷ୍ଣ ପ୍ରସାଦ ବେବର୍ତା I ବର୍ଷିଆନ୍ ଏହି ବୃଦ୍ଧ ବୃଦ୍ଧା ଭୋଟ ର ଙ୍କ ଏହି ଆଗ୍ରହକୁ ସ୍ଥାନୀୟ ଅଞ୍ଚଳରେ ପସନ୍ଦ କରିବା ସହ ଯୁବ ଭୋଟର ପାଇଁ ଏକ ଶିକ୍ଷା ବୋଲି ମତବ୍ୟକ୍ତ କରିଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.