ଅଫିସରେ ହେବନି ରାଜନୀତି , ୨୮ ଜଣ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କଲେ ଗୁଗଲ CEO

ଗୁଗଲରୁ ୨୮ ଜଣ କର୍ମଚାରୀଙ୍କୁ ବାହାର କରିବା ପରେ କମ୍ପାନୀର କର୍ମଚାରୀଙ୍କ ପାଇଁ ଏକ ବ୍ଲଗ୍ ପୋଷ୍ଟ କରାଯାଇଛି ଯେଉଁଥିରେ ସିଇଓ ଏଭଳି କିଛି କହିଛନ୍ତି । ଏଥିରେ ସେ କର୍ମଚାରୀମାନଙ୍କୁ ଅଫିସକୁ ଆସି ସେମାନଙ୍କ କାର୍ଯ୍ୟ କରିବାକୁ କହିଛନ୍ତି ।

ଟେକ୍ କମ୍ପାନୀ ଗୁଗଲର CEO ସୁନ୍ଦର ପିଚାଇ ତାଙ୍କ କର୍ମଚାରୀମାନଙ୍କୁ ରାଜନୀତି ଠାରୁ ଦୂରେଇ ରହିବାକୁ କହିଛନ୍ତି । ଗୁଗଲରୁ ୨୮ ଜଣ କର୍ମଚାରୀଙ୍କୁ ବାହାର କରିବା ପରେ କମ୍ପାନୀର କର୍ମଚାରୀଙ୍କ ପାଇଁ ଏକ ବ୍ଲଗ୍ ପୋଷ୍ଟ କରାଯାଇଛି ଯେଉଁଥିରେ ସିଇଓ ଏଭଳି କିଛି କହିଛନ୍ତି । ଏଥିରେ ସେ କର୍ମଚାରୀମାନଙ୍କୁ ଅଫିସକୁ ଆସି ସେମାନଙ୍କ କାର୍ଯ୍ୟ କରିବାକୁ କହିଛନ୍ତି । ଅଫିସରେ କୌଣସି ପ୍ରକାର ରାଜନୀତିରେ ଜଡିତ ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଗଲ ସିଇଓ । ଗୁଗଲ ସିଇଓ ପିଚାଇ କହିଛନ୍ତି – କମ୍ପାନୀର ପଲିସି ଏବଂ ଏକ୍ସପେକ୍ଟେସନ୍‌ ସ୍ପଷ୍ଟ ରହିଛି । ଅଫିସରେ ରାଜନୀତି ପାଇଁ କୌଣସି ସ୍ଥାନ ନାହିଁ ।

ସୂଚନା ଅନୂସାରେ ଗୁଗଲର କିଛି କର୍ମଚାରୀ କମ୍ପାନୀର ୧.୨ ବିଲିୟନ ଡଲାରର ଏକ ପ୍ରୋଜେକ୍ଟକୁ ବିରୋଧ କରୁଥିଲେ, ଯାହା ଆମାଜନ ସହିତ ଏକ ମିଳିତ ପ୍ରୋଜେକ୍ଟ ଥିଲା । ଏଥିରେ ଇସ୍ରାଏଲ୍ ସରକାର ଏବଂ ସେନାକୁ କ୍ଲାଉଡ୍ ସର୍ଭିସ୍‌ ଯୋଗାଇ ଦିଆଯିବ ବୋଲି କୁହାଯାଉଛି । ନ୍ୟୁୟର୍କ, କାଲିଫର୍ନିଆ ଏବଂ ସନ୍ନିଭାଲ ସହରରେ ଥିବା ଗୁଗଲ ଅଫିସରେ ଘଣ୍ଟା ଘଣ୍ଟା ଧରି ଏହି ପ୍ରୋଜେକ୍ଟ ବିରୋଧରେ ବିରୋଧ କରିବା ପରେ ପୋଲିସ ନଅ ଜଣଙ୍କୁ ଗିରଫ କରିଥିଲା । ଏହା ପରେ ଗୁଗଲ ୨୮ ଜଣ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଥିଲା ।

ପିଚାଇ କର୍ମଚାରୀଙ୍କୁ ତାଙ୍କ ନୋଟରେ କହିଛନ୍ତି ଯେ ଗୁଗଲ ସବୁବେଳେ ଖୋଲାଖୋଲି ଭାବେ କଥାବାର୍ତ୍ତା କରଥାଏ । ଏଭଳି କରିବା ଦ୍ୱାରା ଭଲ ପ୍ରଡକ୍ଟ ସୃଷ୍ଟି ହେବା ସହ ଭଲ ଆଇଡିଆ ଉପରେ ଆକ୍ସନ ଗ୍ରହଣ କରିହେବ । ଗୋଟିଏ କଥା ମନେ ରଖିବାକୁ ହେବ ଯେ ସମସ୍ତେ ଗୋଟିଏ ଅଫିସରେ କାମ କରନ୍ତି । ତେଣୁ ଅଫିସରେ ଥିବା ପଲିସିକୁ ମାନିବା ଉଚିତ୍‌ ।

ସମସ୍ତେ ଗୋଟିଏ ବ୍ୟବସାୟ ପାଇଁ କାମ କରୁଛନ୍ତି । ତେଣୁ ଅଫିସରେ ଆପଣ ନିଜ ସହକର୍ମୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଠିକ୍‌ ନୁହେଁ । କମ୍ପାନୀକୁ ଏକ ବ୍ୟକ୍ତିଗତ ପ୍ଲାଟଫର୍ମ ଭାବରେ ବ୍ୟବହାର କରନ୍ତୁ । ନିଜ ନିଜ ମଧ୍ୟରେ ରାଜନୀତି କଳା ଭଳି ଆଲୋଚନା କରନ୍ତୁ ନାହିଁ ।

ଗୁଗଲ କର୍ମଚାରୀମାନେ ଯୁକ୍ତିଯୁକ୍ତ ରହିବା ଉଚିତ୍ । କମ୍ପାନୀର ଲକ୍ଷ୍ୟ ହେଉଛି ବିଶ୍ୱର ସମସ୍ତ ସୂଚନାକୁ ଅର୍ଗାନାଇଜ୍‌ କରିବା ଏବଂ ବିଶ୍ୱକୁ ଠିକ୍‌ ସୂଚନା ଦେବା । ତେଣୁ ଏଠାରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହେବା ଠିକ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.