ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ପାଣିରୁ ବାହାରିବ ନନ୍ଦା, ଭଦ୍ରା ଓ ବୈଜୟନ୍ତ ଡଙ୍ଗା

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା , ଭଦ୍ରା ଓ ବୈଜୟନ୍ତ ଡ଼ଙ୍ଗାକୁ ଭୋଇ ସେବକ ମାନେ ଉଦ୍ଧାର କରୁଛନ୍ତି ।

ପୁରୀ (କେନ୍ୟୁଜ):  ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି ।  ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା , ଭଦ୍ରା ଓ ବୈଜୟନ୍ତ ଡ଼ଙ୍ଗାକୁ ଭୋଇ ସେବକ ମାନେ ଉଦ୍ଧାର କରୁଛନ୍ତି । ଏହି ଚାପ ଡ଼ଙ୍ଗା ଗୁଡିକୁ ଆବଶ୍ୟକୀୟ ମରାମତି ପରେ ଏହାକୁ ରଙ୍ଗ କରାଯାଇ କାର୍ଯ୍ୟରେ ଲଗାଯିବ। ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ମଦନମୋହନ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡଵଙ୍କ ସହ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ମାନବଙ୍କ ପରି ମହାପ୍ରଭୁ ଶ୍ରୀ ଅଙ୍ଗରେ ଚନ୍ଦନ ଲଗାଇ ନରେନ୍ଦ୍ର ପୁଷ୍କରିଣୀରେ କରିବେ ଜଳକ୍ରୀଡା ।

ତେବେ ଏହି ଡଙ୍ଗାକୁ ଖରାରେ ସୁଖାଯିବା ପରେ ପିଚୁ ରାଳ ଦିଆଯାଇ ଏହାର ମରାମତି ହେବ ।  ଆସନ୍ତା ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦାଭଦ୍ରା ଚାପ ଡଙ୍ଗାରେ ବସି ଜଳ କ୍ରୀଡ଼ା କରିବେ ।  ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ପ୍ରସ୍ତୁତି ଆରମ୍ଭ ହୋଇ ଥିବା ବେଳେ ସେବାୟତମାନେ ବେଶ୍ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.