ଫିଲ୍ମ ‘ରାମାୟଣ’କୁ ନେଇ ରଣବୀର କପୁର ହେଉଛନ୍ତି ପ୍ରସ୍ତୁତ, ତୀରନ୍ଦାଜି ପାଇଁ ନେଉଛନ୍ତି ବିଶେଷ ଟ୍ରେନିଂ

ଫିଲ୍ମ ‘ଆନିମଲ’ ପରେ ଏବେ ରଣବୀର କପୁର ନୂଆ ଫିଲ୍ମ ପାଇଁ ପ୍ରସ୍ତୁତି ହେଉଛନ୍ତି । ତେବେ ଝିଅ ରାହାଙ୍କ ସହ ସମୟ ବିତାଇବା ବ୍ୟତୀତ ସେ ବର୍ତ୍ତମାନ ଫିଲ୍ମ ‘ରାମାୟଣ’ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛନ୍ତି । ତାଙ୍କୁ ଏହି ଫିଲ୍ମରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ରଣବୀର କପୁର ଫିଲ୍ମ ‘ଆନିମଲ’ର ସଫଳତା ପରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ପାଇଁ ତାଙ୍କୁ ଦର୍ଶକଙ୍କର ବହୁତ ଭଲ ପାଇବା ମଧ୍ୟ ମିଳିଛି । ଏହା ପରେ ପ୍ରଶଂସକମାନେ ଏବେ ରଣବୀର କପୁରଙ୍କ ଅପ୍‌କମିଂ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଫିଲ୍ମ ‘ଆନିମଲ’ ପରେ ଏବେ ଅଭିନେତା ନୂଆ ଫିଲ୍ମ ପାଇଁ ପ୍ରସ୍ତୁତି ହେଉଛନ୍ତି । ତେବେ ଝିଅ ରାହାଙ୍କ ସହ ସମୟ ବିତାଇବା ବ୍ୟତୀତ ସେ ବର୍ତ୍ତମାନ ଫିଲ୍ମ ‘ରାମାୟଣ’ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛନ୍ତି । ତାଙ୍କୁ ଏହି ଫିଲ୍ମରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ । ତାହେଲେ ଆସନ୍ତୁ ଜାଣିବା ଯେ ରଣବୀର ଏହି ଫିଲ୍ମ ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି ।

ତାଙ୍କର ବ୍ଲକବଷ୍ଟର ଫିଲ୍ମ ‘ଆନିମଲ’ର ସଫଳତା ପରେ ଅଭିନେତା ରଣବୀର କପୁର ତୀରନ୍ଦାଜି ଶିଖୁଛନ୍ତି । ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ଅଭିନେତାଙ୍କୁ ତାଙ୍କ ଧନୁର୍ଦ୍ଧର ପ୍ରଶିକ୍ଷକଙ୍କ ସହ ଦେଖିବାକୁ ମିଳିଛି । ଏହି ସମସ୍ତ ଫଟୋ ଦେଖି ଅନୁମାନ କରାଯାଉଛି ଯେ ଏହା ତାଙ୍କ ଫିଲ୍ମ ‘ରାମାୟଣ’ ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି, କାରଣ ପ୍ରଭୁ ଶ୍ରୀ ରାମଙ୍କ ଭୂମିକା ପାଇଁ ତାଙ୍କୁ ତୀରନ୍ଦାଜି ଭଲ ଭାବେ ଶିଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ସୂଚନା ମୁତାବକ, ଏହି ଫିଲ୍ମଟି ବହୁ ପୂର୍ବରୁ ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ରହିଛି ଏବଂ ଏହାର ପ୍ରଡକ୍ସନ୍‌ ଏବଂ କାଷ୍ଟିଂ କାଉଚକୁ ନେଇ ବିଳମ୍ବ ହେଉଛି । ଏହି ଫିଲ୍ମରେ ରଣବୀର ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ଅଭିନେତ୍ରୀ ସାଇ ପାଲ୍ଲାଭି ମାତା ସୀତାଙ୍କ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଏହି ଫଟୋକୁ X ରେ ସେୟାର କରାଯାଇଛି । ତେବେ ଫଟୋରେ ରଣବୀର ଧନୁର୍ଦ୍ଧର ପ୍ରଶିକ୍ଷକଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିବ । ଏହା ସହ ଗୋଟିଏ ଫଟୋରେ ଟେବୁଲ ଉପରେ ରଖାଯାଇଥିବା କିଛି ତୀର ମଧ୍ୟ ଦେଖିବାକୁ ମିଳିଛି ।

ଯଦି ରଣବୀର କପୁରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା, ତାହେଲେ ସେ ଶେଷ ଥର ପାଇଁ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ତାଙ୍କର ଭୂମିକାକୁ ବହୁତ ପ୍ରଶଂସା ମିଳିଥିଲା । ତେବେ ତାଙ୍କ ସହ ଏହି ଫିଲ୍ମରେ ରଶ୍ମିକା ମନ୍ଦାନା ଏବଂ ଟ୍ରୁପ୍ଟି ଡିମ୍ରି ନଜର ଆସିଥିଲେ । ଲୋକମାନେ ଦୁଇ ଜଣଙ୍କ ସହିତ ତାଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ । କିନ୍ତୁ ଆଜି କାଲି ଅଭିନେତା ତାଙ୍କ ପରିବାର ଓ ଝିଅ ରାହାଙ୍କ ସହ ବହୁତ ସମୟ ବିତାଉଛନ୍ତି । ତେବେ ରଣବୀର କପୁରଙ୍କ ଏହି ଫଟୋ ଦେଖିବା ପାରେ, ଫ୍ୟାନ୍ସ ତାଙ୍କ ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.