୧୦୦୦ ଟଙ୍କାରେ ମିଳୁଛି ଏହି ଦମଦାର ନେକ୍‌ବ୍ୟାଣ୍ଡ, ରହିଛି ବଢ଼ିଆ ଫିଚର୍ସ

ହେଡଫୋନ୍ ଗୁଡିକରେ କଲିଂ ଫିଚର୍ସ ନଥାଏ ଏବଂ ଇୟରବଡ୍ ଦ୍ୱାରା କଥା ହେବାରେ ଅନେକ ସମସ୍ୟା ଦେଖାଯାଏ । ଏଭଳି ପରିସ୍ଥିତିରେ ୟୁନିକ୍ସ ଏକ ନୂଆ ନେକ୍‌ବ୍ୟାଣ୍ଡ ଲଞ୍ଚ କରିଛି ।

ହେଡଫୋନ୍, ଇୟରବଡ୍ ଏବଂ ତାପରେ ମାର୍କେଟକୁ ଆସିଲା ନେକ୍‌ବ୍ୟାଣ୍ଡ ଯାହା ସମସ୍ତଙ୍କ କାମରେ ଆସିଥିଲା । ହେଡଫୋନ୍ ଗୁଡିକରେ କଲିଂ ଫିଚର୍ସ ନଥାଏ ଏବଂ ଇୟରବଡ୍ ଦ୍ୱାରା କଥା ହେବାରେ ଅନେକ ସମସ୍ୟା ଦେଖାଯାଏ । ଏଭଳି ପରିସ୍ଥିତିରେ ୟୁନିକ୍ସ ଏକ ନୂଆ ନେକ୍‌ବ୍ୟାଣ୍ଡ ଲଞ୍ଚ କରିଛି, ଯାହାର ମୂଲ୍ୟ ମାତ୍ର ୯୯୯ ଟଙ୍କା ଏବଂ ଏହି ନେକବ୍ୟାଣ୍ଡ ଚାରୋଟି କଲର ଅପ୍ସନରେ ମିଳେ । ଯଦି ଆପଣ ଗୀତ ଶୁଣିବା ଏବଂ କଲ୍‌ କରିବା ପାଇଁ ଏକ ନେକବ୍ୟାଣ୍ଡ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ୟୁନିକ୍ସ ନେକ୍‌ବ୍ୟାଣ୍ଡ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ ।

Unix Majestic ନେକ୍‌ବ୍ୟାଣ୍ଡରେ ଆପଣ ଅନେକଗୁଡ଼ିଏ ଫିଚର୍ସ ପାଇବେ ଯାହା ସାଧାରଣତଃ ପ୍ରିମିୟମ୍ ସେଗମେଣ୍ଟ ନେକ୍‌ବ୍ୟାଣ୍ଡରେ ଦିଆଯାଏ । ଏହି ନେକ୍‌ବ୍ୟାଣ୍ଡରେ ଆପଣ ଅଲ୍ଟ୍ରା ଫ୍ଲେକ୍ସିବଲ୍ ଫିଟିଂ ପାଇବେ । ଏହା ବ୍ୟତୀତ ଆପଣ ହାଇବେସ୍ ସାଉଣ୍ଡ୍ କ୍ୱାଲିଟି ପାଇପାରିବେ । ୟୁନିକ୍ସ ନେକ୍‌ବ୍ୟାଣ୍ଡରେ ଆପଣଙ୍କୁ ସୁପର ଲଙ୍ଗ୍‌ ବ୍ୟାଟେରୀ ଲାଇଫ ଦିଆଯାଇଛି ଯାହା ଏହି ବଜେଟ୍ ନେକ୍‌ବ୍ୟାଣ୍ଡକୁ ଭିନ୍ନ କରିଥାଏ ।

ଏହି ନେକ୍‌ବ୍ୟାଣ୍ଡରେ କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ V5.3 ଅଛି ଯାହା ଏହାକୁ ଶୀଘ୍ର ଡିଭାଇସ୍ ସହିତ କନେକ୍ଟ କରାଇଥାଏ । ଏହି ନେକ୍‌ବ୍ୟାଣ୍ଡଟି ଅତି ହାଲୁକା ଓଜନର ରହିଛି, ଯାହାକୁ ବ୍ୟବହାର କରିବା ଅତି ସହଜ । ଏହି ନେକ୍‌ବ୍ୟାଣ୍ଡରେ ଡାଇନାମିକ୍ ଅଡିଓ ଏକ୍ସପେରିଏନ୍ସ ମଧ୍ୟ ଭଲ ରହିଛି ।

ଏହି ନେକ୍‌ବ୍ୟାଣ୍ଡରେ ଏକ USB ଟାଇପ୍‌ C ପୋର୍ଟ ଅଛି, ଯେଉଁଥିପାଇଁ ଏହି ନେକ୍‌ବ୍ୟାଣ୍ଡଟି ମାତ୍ର ୧.୨ ଘଣ୍ଟା ମଧ୍ୟରେ ଫୁଲ୍‌ ଚାର୍ଜ ହୋଇଯାଏ । ଏହି ନେକ୍‌ବ୍ୟାଣ୍ଡରେ ୧୬୦୦ ଘଣ୍ଟାର ଷ୍ଟାଣ୍ଡବାଇ ଟାଇମ୍‌ ମିଳିଥାଏ । ଏହି ନେକ୍‌ବ୍ୟାଣ୍ଡଟି ସିଲଭର୍‌, ବ୍ଲୁ, ପିଙ୍କ୍‌ ଏବଂ ବ୍ଲାକ୍‌ କଲର ଭଳି ଚାରୋଟି ଅପ୍ସନରେ ଆସିଥାଏ ।

ୟୁନିକ୍ସ ଏହି ନେକ୍‌ବ୍ୟାଣ୍ଡକୁ ୨୯୯୯ ଟଙ୍କାରେ ଲଞ୍ଚ କରିଥିଲା, କିନ୍ତୁ ବର୍ତ୍ତମାନ ଆପଣ ଏହି ନେକ୍‌ବ୍ୟାଣ୍ଡକୁ ୯୯୯ ଟଙ୍କାରେ କିଣି ପାରିବେ । ଯଦି ଆପଣ ଏହି ନେକ୍‌ବ୍ୟାଣ୍ଡକୁ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ଇ-କମର୍ସ ସାଇଟ୍ ଆମାଜନ ଏବଂ ଫ୍ଲିପକାର୍ଟରୁ କିଣି ପାରିବେ । ଆପଣ କମ୍ପାନୀର ଅଫିସିଆଲ୍ ସାଇଟରୁ ମଧ୍ୟ Unix Majestic ନେକ୍‌ବ୍ୟାଣ୍ଡ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.