କାହିଁକି ଖରାପ ହୁଏ କାର୍ ବ୍ରେକ୍, ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଟିପ୍ସ
ରାଇଡ୍ ସମୟରେ କାରର ସମସ୍ତ ଡିଭାଇସକୁ ଭଲ ଅବସ୍ଥାରେ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି କାରର କୌଣସି ଡିଭାଇସ୍ ଖରାପ ହୁଏ ତେବେ ଗାଡି ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇଯାଏ ।

କାର ଚଲାଇବା ସମୟରେ ଅନେକ ବିପଦ ଥାଏ । ରାଇଡ୍ ସମୟରେ କାରର ସମସ୍ତ ଡିଭାଇସକୁ ଭଲ ଅବସ୍ଥାରେ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି କାରର କୌଣସି ଡିଭାଇସ୍ ଖରାପ ହୁଏ ତେବେ ଗାଡି ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇଯାଏ । ଅନେକ ସମୟରେ ରାଇଡ୍ ସମୟରେ କାରର ବ୍ରେକ୍ ଫେଲ୍ ହୋଇଯାଏ । କାର୍ ବ୍ରେକ୍ ଫେଲ୍ ହେବାର ଅନେକ କାରଣ ଥାଏ । ଯଦି କାରର ବ୍ରେକ୍ ଦୀର୍ଘ ସମୟ ଧରି ବ୍ୟବହାର ହୁଏ, ତେବେ ଏହା କାମ କରିବା ବନ୍ଦ ହୋଇପାରେ । ଏପରି ପରିସ୍ଥିତିରେ ଲମ୍ବା ଯାତ୍ରା କରିବା ପୂର୍ବରୁ ବ୍ରେକ୍ ଠିକ୍ ଅଛି କି ନାହିଁ ଯାଞ୍ଚ କରିବା ଉଚିତ୍ ।
ଅନେକ ସମୟରେ କାରର ବ୍ରେକିଂ ସିଷ୍ଟମରେ ଲିକ୍ୱିଡ୍ ଲିକ୍ ହୁଏ । ଅନେକ ଥର ହାଇଡ୍ରୋଲିକ୍ ପ୍ରେସର ସମୟରେ ବ୍ରେକ୍ ରେ ଲିକ୍ୟୁଇଡ୍ ଲିକେଜ୍ ହୁଏ । ଏହି କାରଣରୁ ହାଇଡ୍ରୋଲିକ୍ ପ୍ରେସର୍ କମିଯାଏ । ଏହା ଏକ ପ୍ରକାର ମେକାନିକାଲ ସମସ୍ୟା । ଅନେକ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ବ୍ରେକ୍ ଫେଲ୍ ।
ବେଳେବେଳେ ରାସ୍ତାରେ ଗାଡି ଚଳାଇବା ସମୟରେ ବ୍ରେକ୍ କାମ କରେ ନାହିଁ, ତେବେ ଏହା ପଛର କାରଣ ହେଉଛି ବ୍ରେକ୍ ସିଲିଣ୍ଡର ଖରାପ । ଆପଣଙ୍କ ସୂଚନା ପାଇଁ ଜଣାଇବାକୁ ଚାହିଁବୁ ଯେ ବ୍ରେକ୍ ସିଲିଣ୍ଡର ହେଉଛି ସିଷ୍ଟମର ଏକ ପାର୍ଟ ଯାହା ଲିକ୍ୟୁଇଡକୁ କମ୍ପ୍ରେସ୍ କରେ ।
କାର୍ ବ୍ରେକ୍ ଫେଲ୍ ହେବାର ଅନ୍ୟ ଏକ କାରଣ ହେଉଛି କାର୍ ପ୍ୟାଡ୍ ଅତ୍ୟଧିକ ଗରମ ହେବା । ଡ୍ରାଇଭରମାନେ ପ୍ରାୟତଃ ଜନଗହଳି ପୂର୍ଣ୍ଣ ସ୍ଥାନରେ ବ୍ରେକ୍ ବ୍ୟବହାର କରନ୍ତି । ଏପରି ପରିସ୍ଥିତିରେ ବ୍ରେକିଂ ପ୍ୟାଡ୍ ସଠିକ୍ ଭାବରେ କାମ କରେ ନାହିଁ । ଯଦି ବ୍ରେକ୍ ଭାଙ୍ଗିଯାଏ ତେବେ କଣ କରିବେ ଆସନ୍ତୁ ଜାଣିବା ।
ଯଦି ଆପଣଙ୍କ କାରର ବ୍ରେକ୍ କାମ କରିବା ବନ୍ଦ କରିଦିଏ, ତେବେ ଆପଣ ଭୟଭୀତ ହୁଅନ୍ତୁ ନାହିଁ । ପ୍ରଥମେ କାର ସ୍ପିଡ୍ କୁ କମ୍ କରନ୍ତୁ । ଏହା ସହିତ କାର୍ ଇଞ୍ଜିନ୍ ବନ୍ଦ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ । ବାରମ୍ବାର କାରର ବ୍ରେକ୍ ଲଗାଇବାକୁ ଚେଷ୍ଟା କରନ୍ତୁ । ସବୁ ଚେଷ୍ଟା ବିଫଳ ହେବା ପରେ କାରକୁ ଏପରି ଏକ ସ୍ଥାନରେ ଧକ୍କା ଦିଅନ୍ତୁ ଯେଉଁସ୍ଥାନରୁ ଆପଣଙ୍କର କୌଣସି କ୍ଷତି ହେବ ନାହିଁ । ଏହା ଦ୍ୱାରା କାର କ୍ଷତି ହେବ ନାହିଁ କି କାରରେ ବସିଥିବା ଯାତ୍ରୀଙ୍କର ମଧ୍ୟ କ୍ଷତି ହେବ ନାହିଁ ।