ସହରରେ ବୁଲୁଛି ଭାଲୁ, ଜଙ୍ଗଲରେ ନିଆଁ ଲାଗୁଥିବାରୁ ଭାଲୁ ସହର ମୁହାଁ

ସହରରେ ବୁଲୁଛି ଭାଲୁ। ଖାଦ୍ୟ ଅନ୍ବେଷଣରେ ସହରରେ ବୁଲୁଛି ଭାଲୁ। କୋରାପୁଟ ସହର ମଧ୍ୟରେ ଥିବା ପୋଷ୍ଟ ଅଫିସ ଓ ଏହାର ଆଖପାଖ ଅଞ୍ଚଳରେ ଭାଲୁ ବୁଲୁଖିବା ଦେଖାଯାଇଛି।

କୋରାପୁଟ : ସହରରେ ବୁଲୁଛି ଭାଲୁ। ଖାଦ୍ୟ ଅନ୍ବେଷଣରେ ସହରରେ ବୁଲୁଛି ଭାଲୁ। କୋରାପୁଟ ସହର ମଧ୍ୟରେ ଥିବା ପୋଷ୍ଟ ଅଫିସ ଓ ଏହାର ଆଖପାଖ ଅଞ୍ଚଳରେ ଭାଲୁ ବୁଲୁଖିବା ଦେଖାଯାଇଛି। ସକାଳେ ଭାଲୁକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ।

ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼ାଇବାକୁ ଭାଲୁ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଛି । ଜଙ୍ଗଲରେ ଖାଦ୍ୟ ଅଭାବ ଓ ନିଆଁ ଲାଗୁଥିବାରୁ ଭାଲୁ ସହର ମୁହାଁ ହୋଇଥିବା ଅନୁମାନ କରାଯାଉଛି। ଭାଲୁଟିର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.