ଅପହରଣ ଉଦ୍ୟମ ପଣ୍ଡ, ମହିଳାଙ୍କୁ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ

ଅପହରଣ ଉଦ୍ୟମ ପଣ୍ଡ । ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ । ଅପହରଣ ପରେ ସ୍ଥାନୀୟ ବାସିନ୍ଦା ଗାଡ଼ିକୁ ଗୋଡ଼ାଇବାରୁ ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଚାଲିଗଲା ଦୁର୍ବୃତ୍ତ ।

ଆନନ୍ଦପୁର : ଅପହରଣ ଉଦ୍ୟମ ପଣ୍ଡ । ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ । ଅପହରଣ ପରେ ସ୍ଥାନୀୟ ବାସିନ୍ଦା ଗାଡ଼ିକୁ ଗୋଡ଼ାଇବାରୁ ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଚାଲିଗଲା ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘଷିପୁରା ଠାରେ ଏଭଳି ଘଟଣା ଦେଖାଯାଇଛି ।

ଘସିପୁରା ନିକଟରେ ଥିବା ଏକ ଅନାଥାଶ୍ରମରେ କାର୍ଯ୍ୟରତ ଜଣେ ମହିଳା ଏଟିଏମରୁ ଟଙ୍କା ଉଠାଇବାକୁ ଆସୁଥିବା ବେଳେ ତାଙ୍କୁ ଅପହରଣ କରିଥିଲା ଜଣେ ଦୁର୍ବୃତ୍ତ । ଏକ କାରରେ ଆସି ମହିଳାଙ୍କୁ ଅପହରଣ କରି ବ୍ୟାରେଜ ରାସ୍ତାରେ ଦ୍ରୁତ ଗତିରେ ପଳାଇ ଥିଲେ । ଏନେଇ ଖବର ପାଇ କୁମୁଣିଆ ଗାଁର କିଛି ଯୁବକ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

ଏତିକି ବେଳେ ଅପହରଣକାରୀ ଦ୍ରୁତଗତିରେ ଗାଡିକୁ ଝାଡ଼େଶ୍ୱର ମନ୍ଦିର ରାସ୍ତାରେ ନେଇ ଯାଇଥିଲେ । ଅପହରଣକାରୀ ଅପହୃତ ମହିଳାଙ୍କୁ ମାଡ଼ ମାରିବା ସହିତ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରି ମନ୍ଦିର ନିକଟରେ ଫିଙ୍ଗି ଦେଇ ପଳାଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଷିପୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.