ଡେରାଡୁନ୍‌: ରାସ୍ତା ମଝିରେ ଧୁ ଧୁ ଜଳିଲା ଚଳନ୍ତା କାର୍‌, ଗାଡ଼ିରୁ ଡେଇଁ ନିଜ ଜୀବନ ବଞ୍ଚାଇଲେ ୩ ଯୁବକ

ରାସ୍ତା ମଝିରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ । ଯେତେବେଳେ କାର୍‌ରେ ନିଆଁ ଲାଗିଥିଲା, କାର୍‌ ଭିତରେ ଥିଲେ ୩ ଜଣ ଯୁବକ ।

ରାସ୍ତା ମଝିରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ । ଯେତେବେଳେ କାର୍‌ରେ ନିଆଁ ଲାଗିଥିଲା, କାର୍‌ ଭିତରେ ଥିଲେ ୩ ଜଣ ଯୁବକ । ସେମାନେ ଗାଡ଼ିରେ ନିଆଁ ଲାଗିବା ଜାଣି ତୁରନ୍ତ ଗାଡ଼ି ଭିତରୁ ବାହାରି ଆସିଥିଲେ । କାର୍‌ରେ ଏତେ ଭୟଙ୍କର ନିଆଁ ଲାଗିଥିଲା ଯେ ଦେଖୁ ଦେଖୁ ପୂରା ଗାଡ଼ିଟି ଜଳି ଛାରଖାର ହୋଇଯାଇଥିଲା । ଏହି ଘଟଣା ଡେରାଡୁନ୍‌ରେ ଦ୍ୱିପ୍ରହର ସମୟରେ ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗଡ଼ି କେଣ୍ଟ୍‌ ଥାନା ଅଧୀନ ବଲୁପୁର ଚୌକ ନିକଟରେ ଏହି ଘଟଣା ଘଟିଥିଲା । ସୌଭାଗ୍ୟର କଥା ଯେ କାର୍‌ରେ ଥିବା ଯୁବକମାନେ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଚଳନ୍ତା କାର୍‌ରେ ନିଆଁ ଲାଗିବାର ଦେଖି ତୁରନ୍ତ ସେମାନେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଏହାପରେ କାର୍‌ଟି ଧୁ ଧୁ ହୋଇ ଜଳିବାକୁ ଲାଗିଥିଲା । ଲୋକମାନେ କିଛି କରିବା ଆଗକୁ ପୂରା ଗାଡ଼ିଟି ନିଆଁ କବଳକୁ ଆସିଯାଇଥିଲା ।

କାର୍‌ରେ ନିଆଁ ଲାଗିବା କ୍ଷଣି ତୁରନ୍ତ ଅଗ୍ନିଶମ ଏବଂ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବହୁ ପରିଶ୍ରମ ପରେ ନିଆଁ ଲିଭାଯାଇଥିଲା । ହେଲେ କାର୍‌ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଥିଲା । ପୋଲିସ ଅନୁସାରେ, ଏଥିରେ କେହି ଆହତ ହେବାର ଖବର ନାହିଁ । ନିଆଁ କିପରି ଲାଗିଲା, ସେ ନେଇ ଯାଞ୍ଚ କରାଯାଉଛି ।

ଅନ୍ୟ ଏକ ଘଟଣାରେ ଗତକାଲି ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଏକ ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ କରିଥିଲା । ନିଆଁ ଏତେ ଭୟାବହ ଥିଲା ଯେ ଆଖାପାଖ କ୍ଷେତଗୁଡ଼ିକୁ ମଧ୍ୟ ଏହା ବ୍ୟାପିଯାଇଥିଲା । ଖବର ମୁତାବକ, ଏଠାରେ ରାସ୍ତାରେ ଯାଉଥିବା ଏଲ୍‌ପିଜି ସିଲିଣ୍ଡର ବୋଝେଇ ଏକ ଟ୍ରକ୍‌ରେ ହଠାତ୍‌ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.