ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ, ତୃତୀୟ ଦିନରେ ଦୁଲୁକୁଛି ଗାଁ ଦାଣ୍ଡ

ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ କଳା ହରଣ ନୀତି ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖଡା ପକ୍ଷରୁ ଏହି ଚରିତ୍ର ଗୁଡିକ ବାହାରକରାଯାଇଛି । ଏହି ଅବସରରେ ଶ୍ରୀଜୀଉଙ୍କ ଦକ୍ଷିଣୀଘର ଭୋଗ ପରେ ଶ୍ରୀରାମ ଓ ଶ୍ରୀ ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି ।

ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ କଳା ହରଣ ନୀତି ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖଡା ପକ୍ଷରୁ ଏହି ଚରିତ୍ର ଗୁଡିକ ବାହାରକରାଯାଇଛି । ଏହି ଅବସରରେ ଶ୍ରୀଜୀଉଙ୍କ ଦକ୍ଷିଣୀଘର ଭୋଗ ପରେ ଶ୍ରୀରାମ ଓ ଶ୍ରୀ ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି । ପରେ ଶ୍ରୀଜିଉଙ୍କ ଅଜ୍ଞାମାଳ ପାଇଁ ରାମ ଲକ୍ଷ୍ମଣ ବିମାନରେ ବିଜେ ହୋଇ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିଛନ୍ତି ।

ବୀରବର ପର୍ଶୁରାମ , ଜାନୁଘଣ୍ଟ ପର୍ଶୁରାମ । ମୁଁ ତ ରାମ ଆଉ କିଏ ରାମ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଏହି ସାହିଯାତରେ ସାହି ଗଳି କନ୍ଦିରୁ ଭାସି ଆସୁଥିଲା ଏହି ବୀର ରଡ଼ି । ପର୍ଶୁରାମଙ୍କ ଗାମ୍ଭିର୍ଯ୍ୟ , ଠାଣି ଆଉ ବାଣୀରେ ପ୍ରକମ୍ପିତ ହେଉଥିଲା ସାହିଯାତ ପରିବେଶ । ସାହିଯାତର ତୃତୀୟ ଦିବସରେ ଏଭଳି ଶକ୍ତି ସୃଷ୍ଟି କରିଥିଲେ ପର୍ଶୁରାମ । ପୁରାଣ ପ୍ରସିଦ୍ଧ ମହାନ୍ ଯୋଦ୍ଧା ପର୍ଶୁରାମଙ୍କ ନୃତ୍ୟ ସାଙ୍ଗକୁ ଯୁଦ୍ଧ ଡାକରା ଏକ ଭିନ୍ନ ଅନୁଭବ ଦେଉଥିଲା । ପରମ୍ପରା ଅନୁସାରେ ସାହିଯାତର ତୃତୀୟ ଦିବସରେ ତ୍ରେତୟା ଯୁଗର ସୀତା ବିବାହ ପ୍ରସଙ୍ଗ ଅନୁଷ୍ଠିତ ହୋଇଥିଲା । ହରଚଣ୍ଡୀ ସାହି ଆଖଡ଼ା ପକ୍ଷରୁ ପର୍ଶୁରାମ ବେଶଧାରୀ ସାହି ପ୍ରଦିକ୍ଷଣ କରିଥିଲେ ।

ସାହିଯାତ ନୀତି ସମାପନ ହେବା ପରେ ରାମ ଲକ୍ଷ୍ମଣ ବିମାନରେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । ଅନ୍ୟପଟେ ହରଚଣ୍ଡୀ ସାହି ଆଖଡା ପକ୍ଷରୁ ପର୍ଶୁରାମ ଚରିତ୍ର ପରିବେଷଣ କରାଯାଇଥିଲା । ବିର ବେଶରେ ସଜିତ ପର୍ଶୁରାମ ବାଦ୍ୟର ତାଳେ ତାଳେ ବାଦୀ ସାହି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ । ପର୍ଶୁରାମ ସମେତ ନାଗା, ମେଢ଼, ବନାଟୀ ଖେଳ ସମେତ ଅନେକ ଚରିତ୍ର ବାହାରି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ । ସେଥିପାଇଁ ବାଲିସାହିକୁ ଉଦଜଳ ଆଲୋକମାଳାରେ ସଜିତ କରାଯାଇଥିଲା । ତେବେ ଚତୁର୍ଥ ଦିନରେ ମାର୍କଣ୍ଡେଶ୍ୱର ସାହି ଆଖେଡା ପକ୍ଷରୁ ବନବାସ ପ୍ରସ୍ତାବ ଅନୁଷ୍ଠିତ ହୋଇଛି । ହରଚଣ୍ଡୀ ସାହି ଆଖଡ଼ା ତତ୍ତ୍ଵାବଧାନରେ ୧୧ ମେଳ ପକ୍ଷରୁ ଏହି ସୀତା ବିବାହ ପ୍ରସ୍ତାବ ଆଗତ କରାଯାଇଥିଲା ।

ବାଲିସାହି ଆଖଡାରେ ବନ୍ଧୁ ମିଳନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଣା,ଫୁଲ ମାଳ ଦେଇ ବନ୍ଧୁ ସାହିର ବାସିନ୍ଦାଙ୍କୁ ସ୍ଵାଗତ କରାଯାଇଥିଲା । ଦିନରେ ବୀର ବାଦ୍ୟର ତାଳେ ତାଳେ ପର୍ଶୁରାମ ପ୍ରଥମେ ହରଚଣ୍ଡୀ ସାହି ଭ୍ରମଣ କରିଥିଲେ । ରାତିରେ ବାଲି ସାହିରେ ନୃତ୍ୟ ପରିବେଷଣ କରିଥିଲେ । ଦିନରେ ଜଗନ୍ନାଥ ପଣ୍ଡା ଓ ରାତିରେ ବଳରାମ ପଣ୍ଡା ପର୍ଶୁରାମ ବନ୍ଧାଇ ସାହି ପ୍ରଦିକ୍ଷଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.