ମନିଷ୍‌ ମଲହୋତ୍ରା ଡିଜାଇନ୍‌ କରିବେ ଏୟାର ଇଣ୍ଡିଆ କ୍ରୁଙ୍କ ପାଇଁ ନୂଆ ୟୁନିଫର୍ମ

ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆର ୧୦,୦୦୦ ଫ୍ଲାଇଟ୍ କ୍ରୁ, ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ସୁରକ୍ଷା କର୍ମୀଙ୍କ ୟୁନିଫର୍ମ ଡିଜାଇନ କରିବେ ପ୍ରସିଦ୍ଧ ସେଲିବ୍ରେଟି ଫ୍ୟାସନ୍ ଡିଜାଇନର ମନିଷ୍ ମଲହୋତ୍ରା । ଏୟାରଲାଇନ କହିଛି ଯେ ଏୟାର ଇଣ୍ଡିଆର ଆଧୁନିକୀକରଣ କାର୍ଯ୍ୟକ୍ରମରେ ଏହା ଏକ ଅଂଶ ସ୍ୱରୂପ ଏକ ନୂତନ ଗ୍ଲୋବାଲ ବ୍ରାଣ୍ଡର ପରିଚୟ ହେବାକୁ ଯାଉଛି ।

ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆର ୧୦,୦୦୦ ଫ୍ଲାଇଟ୍ କ୍ରୁ, ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ସୁରକ୍ଷା କର୍ମୀଙ୍କ ୟୁନିଫର୍ମ ଡିଜାଇନ କରିବେ ପ୍ରସିଦ୍ଧ ସେଲିବ୍ରେଟି ଫ୍ୟାସନ୍ ଡିଜାଇନର ମନିଷ୍ ମଲହୋତ୍ରା । ଏୟାରଲାଇନ କହିଛି ଯେ ‘ଏୟାର ଇଣ୍ଡିଆର ଆଧୁନିକୀକରଣ କାର୍ଯ୍ୟକ୍ରମରେ ଏହା ଏକ ଅଂଶ ସ୍ୱରୂପ ଏକ ନୂତନ ଗ୍ଲୋବାଲ ବ୍ରାଣ୍ଡର ପରିଚୟ ହେବାକୁ ଯାଉଛି । ୨୦୨୩ ଶେଷ ଶୁଦ୍ଧା ଆମେ ନିଜ କର୍ମଚାରୀଙ୍କ ପାଇଁ ଏହି ନୂଆ ଲୁକ୍ ଆରମ୍ଭ କରିବାକୁ ଆଶା ରଖିଛୁ’ ।

ୟୁନିଫର୍ମର ଫିଟିଂ ଏବଂ ବିଶେଷ ଆବଶ୍ୟକତାକୁ ଭଲ ଭାବରେ ବୁଝିବା ପାଇଁ ମନିଷ୍ ମଲହୋତ୍ରା ନିଜ ଟିମ ସହ ଫ୍ରଣ୍ଟଲାଇନ୍ ଷ୍ଟାଫଙ୍କ ସହିତ ଏକ ବିଶେଷ ଅଧିବେଶନ ନେଇଛନ୍ତି ।

ଏୟାର ଇଣ୍ଡିଆର CEO ତଥା MD କାମ୍ପବେଲ ୱିଲସନ କହିଛନ୍ତି, ‘ଆମର ବ୍ରାଣ୍ଡ, ଐତିହ୍ୟ ଓ ସଂସ୍କୃତିକୁ ନେଇ ଏୟାରଲାଇନରେ ଏକ ନୂତନ ପରିବେଶ ସୃଷ୍ଟି କରିବା ପାଇଁ ଆମେ ମଲହୋତ୍ରା ଏବଂ ତାଙ୍କ ଟିମ୍ ସହିତ ଘନିଷ୍ଠ ଭାବରେ କାମ କରୁଛୁ । ଆମେ ଆଶା କରୁଛୁ, ଏହା ସମ୍ପୂର୍ଣ୍ଣ ନୂଆ ଲୁକ୍ ରହିବ, ଯାହା ଏୟାର ଇଣ୍ଡିଆର ପ୍ରତିନିଧିତ୍ୱ କରିବ ।

ସୂଚନାଯୋଗ୍ୟ, ଦୀର୍ଘ ୬୦ ବର୍ଷ ପରେ ଏୟାର ଇଣ୍ଡିଆ ନିଜ ୟୁନିଫର୍ମ ପରିବର୍ତ୍ତନ କରିବାକୁ ଯାଉଛି । ପୂର୍ବରୁ ମହିଳା ଏୟାର ହଷ୍ଟେସମାନେ ଶାଢି ଏବଂ ପୁରୁଷ କ୍ୟାବିନ କ୍ରୁମାନେ ସୁଟ୍ ପିନ୍ଧୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.