କଂସାଇକୁ ଗାଇ ବିକିବା ଟିପ୍ପଣୀ.., ମେନକା ଗାନ୍ଧୀଙ୍କ ଉପରେ ଇସ୍କନ କଲା ୧୦୦ କୋଟି ଟଙ୍କାର ମାନହାନି ମାମଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ସାଂସଦ ମେନକା ଗାନ୍ଧୀଙ୍କ ଉପରେ ଇସ୍କନ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛି । ମେନକା ଗାନ୍ଧୀ ଇସ୍କନ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଏହା ବିରୋଧରେ କୋଲକାତା ଇସ୍କନ ମେନକାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଛନ୍ତି ।

ଇସ୍କନର କୋଲକାତା ଉପାଧ୍ୟକ୍ଷ ରାଧାରମଣ ଦାସ ଏକ ଟ୍ଵିଟି ମାଧ୍ୟମରେ ଲେଖିଛନ୍ତି ଯେ ଭାଜପା ସାଂସଦ ମେନକା ଗାନ୍ଧୀ ଇସ୍କନକୁ ସବୁଠୁ ବଡ଼ ଧୋକ୍କାବାଜ ବୋଲି କହିବାରୁ ତାଙ୍କ ବିରୋଧରେ ମାନହାନି ମାମଲା କରାଯାଇଛି ।ମେନକାଙ୍କ ଏହି ମନ୍ତବ୍ୟ ସାରା ବିଶ୍ବରେ ଥିବା କୃଷ୍ଣ ଭକ୍ତ, ଇସ୍କନ ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଆଘାତ ଦେଇଛି ବୋଲି ଇସ୍କନ କହିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମେନକାଜୀ କହୁଥିବାର ଶୁଣାଯାଇଛି ଯେ ‘ଭାରତରେ ସବୁଠୁ ବଡ଼ ଧୋକ୍କା ଇସ୍କନ’ । ଆନ୍ଧ୍ରପ୍ରଦେଶର ଏକ ଗୋଶାଳା ପରିଦର୍ଶନ ବେଳେ ସେଠାରେ ଗୋଟିଏ ବି ଦୁଗ୍ଧ ଦେଉଥିବା ଗାଇ ଦେଖିବାକୁ ମିଳିନଥିଲା ।

ଏହାର ଅର୍ଥ ସବୁ ବିକ୍ରି ହୋଇଯାଇଥିଲେ । ସେମାନେ ରାସ୍ତାରେ ‘ହରେ ରାମା ହରେ କୃଷ୍ଣ ଗୀତ ଗାଉଛନ୍ତି,ହେଲେ ଇସ୍କନ ଯେତିକି ଗୋରୁ ବିକ୍ରି କରୁଛି ସେତିକି କେହି ବିକ୍ରି କରୁନାହାଁନ୍ତି ବୋଲି ମେନକା ଗାନ୍ଧୀ କହିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.