ଛତିଶଗଡ଼: ମହିଳାଙ୍କ ଶରୀରରେ ମିଳିଲା ୩ କିଡ୍‌ନୀ; ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ…ବିଶ୍ୱରେ ୧୦୦ଟି ମାମଲା

ମହିଳାଙ୍କ ଶରୀରରେ ତିନି ତିନୋଟି କିଡ୍‌ନୀ। ଛତିଶଗଡ଼ର ଭିଲାଇରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ବେଳେ ଜଣେ ମହିଳାଙ୍କ ଶରୀରରେ ୩ଟି କିଡ୍‌ନୀ ଚିହ୍ନଟ ହୋଇଛି।

ମହିଳାଙ୍କ ଶରୀରରେ ତିନି ତିନୋଟି କିଡ୍‌ନୀ। ଛତିଶଗଡ଼ର ଭିଲାଇରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ବେଳେ ଜଣେ ମହିଳାଙ୍କ ଶରୀରରେ ୩ଟି କିଡ୍‌ନୀ ଚିହ୍ନଟ ହୋଇଛି। ମହିଳା ପ୍ରଥମେ ଶରୀର ଯନ୍ତ୍ରଣା ଏବଂ ସଂକ୍ରମଣ ନେଇ ଅଭିଯୋଗ କରିଥିଲେ। ଯେତେବେଳେ ହସ୍ପିଟାଲରେ ତାଙ୍କର ସିଟି ସ୍କାନ୍‌ କରାଯାଇଥିଲା, ରିପୋର୍ଟରେ ୩ଟି କିଡ୍‌ନୀ ଦେଖିବାକୁ ମିଳିଥିଲା।

ଡାକ୍ତରଙ୍କ ମୁତାବକ, ଏହା ଏକ ବିରଳ ଘଟଣା। ସମଗ୍ର ବିଶ୍ୱରେ ଏହିଭଳି ୧୦୦ଟି ମାମଲା ଥାଇପାରେ। ୩ କିଡ୍‌ନୀ ଥିବା କାରଣରୁ ମହିଳାଙ୍କ ଶରୀରରେ ସଂକ୍ରମଣ ହେଉଥିଲା, ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ୟୁରୋଲୋଜିଷ୍ଟ୍‍ ଡାକ୍ତର କହିଛନ୍ତି ଯେ ଏହା ବହୁତ ଦୁର୍ଲ୍ଲଭ। ଭୁଲ୍‌ ନ ହେବା ପାଇଁ ଦୁଇଥର କ୍ରସ୍‌ ଚେକ୍‌ କରାଯାଇ ଏହାକୁ ନିଶ୍ଚିତ କରାଯାଇଛି। ମେଡିକାଲ ଭାଷାରେ ଏହାକୁ ‘ସୁପରନ୍ୟୁମେରୀ’ କିଡ୍‌ନୀ କୁହାଯାଏ। ମାନବ ଶରୀରରେ ୪ କିଡ୍‌ନୀ ମଧ୍ୟ ଥାଏ। କିନ୍ତୁ ପ୍ରଥମ ଥର ୩ଟି କିଡ୍‌ନୀ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ।

ରେଡିଓଲୋଜିଷ୍ଟ୍‍ ଡାକ୍ତର କହିଛନ୍ତି, ଯେତେବେଳ ମହିଳାଙ୍କ ସୋନୋଗ୍ରାଫି କରାଯାଇଥିଲା, ସେତେବେଳେ ତାଙ୍କ କିଡ୍‌ନୀର ଆକାର ସାଧାରଣ ଲାଗୁ ନ ଥିଲା। ପରେ ସିଟି ସ୍କାନ୍‌ରୁ ଜଣାପଡ଼ିଥିଲା ଯେ ମହିଳାଙ୍କ ବାମ ପାର୍ଶ୍ୱରେ ଦୁଇଟି ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ କିଡ୍‌ନୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.