କାଲିଠୁ କମ୍ପିବ ପ୍ରଚାର ମୈଦାନ, କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କାଲିଠୁ କମ୍ପିବ ପ୍ରଚାର ମୈଦାନ । କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ଗ୍ରାଉଣ୍ଡ ଜିରୋରେ ପ୍ରଚାର ଆରମ୍ଭ କରିବେ ନବୀନ ।  ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ କରିବେ କ୍ୟାମ୍ପେନ ।

ଭୁବନେଶ୍ୱର : କାଲିଠୁ କମ୍ପିବ ପ୍ରଚାର ମୈଦାନ । କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ଗ୍ରାଉଣ୍ଡ ଜିରୋରେ ପ୍ରଚାର ଆରମ୍ଭ କରିବେ ନବୀନ ।  ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ କରିବେ କ୍ୟାମ୍ପେନ । ହିଞ୍ଜିଳି ଆସନରୁ ନବୀନ ଲଗାତାର ୫ ଥର ଜିତିଛନ୍ତି  । ଏଥର ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି  ।

୨୦୨୪ ନିର୍ବାଚନ ପ୍ରଚାର ପାଇଁ କଣ ରହିବ ମୂଳମନ୍ତ୍ର କାଲି ସଭାରେ ବିଜେଡି ସୁପ୍ରିମୋଙ୍କ ଭାଷଣରୁ ସ୍ପଷ୍ଟ ହେବ । ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଆସନ୍ତାକାଲି ପ୍ରଥମ ଥର ପାଇଁ କୌଣସି ନିର୍ବାଚନୀ ସଭାରେ ପ୍ରଚାର ଭାଷଣ ଦେବେ । ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ନବୀନଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ହିଞ୍ଜିଳି ସଭା ପୂର୍ବରୁ ସାମନାକୁ ଆସିଛି ସୁପ୍ରିମୋ ନବୀନ ଓ ପାଣ୍ଡିଆନଙ୍କ ଭିଡିଓ । ଉଭୟ ଡବଲ ଶଙ୍ଖ ଧରି ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥଙ୍କୁ ବିଜୟୀ କରାଇବାକୁ ଭୋଟରଙ୍କୁ ଅପିଲ କରିଛନ୍ତି । ଗଞ୍ଜାମର ହିଞ୍ଜିଳି ଓ ଶେରଗଡ଼ ସାଧାରଣ ସଭାରେ ଯୋଗ ଦେଇ କ୍ୟାମ୍ପେନ ଆରମ୍ଭ କରିବେ ନବୀନ  । ବିଜେଡିକୁ ଅଧିକରୁ ଅଧିକ ସମର୍ଥନ ସହ ଭୋଟ ହାର ବୃଦ୍ଧି ନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ସଭାସ୍ଥଳରେ ପୋଲିସ ପ୍ରଶାସନ ମଧ୍ୟ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.