ସରିଲା କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ଝାମୁଯାତ୍ରା
ସରିଲା କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା। ଏକ ମାସ ବ୍ୟାପୀ ଚାଲିଥିବା ଯାତ୍ରାର ଶେଷ ଦିନରେ ମା ମଙ୍ଗଳା ଭକ୍ତମାନଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି।
କାକଟପୁର : ସରିଲା କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା। ଏକ ମାସ ବ୍ୟାପୀ ଚାଲିଥିବା ଯାତ୍ରାର ଶେଷ ଦିନରେ ମା ମଙ୍ଗଳା ଭକ୍ତମାନଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି। ମାନସିକଧାରୀ ଘଣ୍ଟ ପାଟୁଆ ସେବକ ମାନେ ଆଜି ମାଙ୍କ ମନ୍ଦିର ସିଂହଦ୍ଵାର ସାମ୍ନାରେ ଡହ ଡହ ରଡ଼ ନିଆଁରେ ଚାଲି ଅଗ୍ନିପରୀକ୍ଷା ଦେଇଥିଲେ।
ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ଆଣି ଆସି ମାଆଙ୍କ ଆଜ୍ଞାମାଳ ପାଇବା ପରେ ଅଗ୍ନି ଗାଡ଼ରେ ଚାଲିଥିଲେ। ଏହି ଭକ୍ତିମୟ ଦୃଶ୍ୟକୁ ଦେଖି ଭକ୍ତମାନେ ବିମୋହିତ ହୋଇଥିଲେ । ଏହା ପରେ ପାଟୁଆ ମାନେ ମନ୍ଦିର ବେଢାରେ ନୃତ୍ୟ ପରିବେଷଣ କରିଥିଲେ । ଝାମୁଯାତ୍ରାର ଶେଷଦିନରେ ମା ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ମଙ୍ଗଳା ମନ୍ଦିର ଆସି ଲମ୍ବା ଧାଡ଼ିରେ ମା ମଙ୍ଗଳାଙ୍କୁ ଦର୍ଶନ କରିଥିଲେ।