ଗୁପ୍‌ଚୁପ୍‌ ବିକି ଦିନେ ହେବି ମୁଁ କୋଟିପତି

ଦୁନିଆରେ କୌଣସି କାମ ଛୋଟ କି ବଡ଼ ନୁହେଁ । ଯଦି ନିଷ୍ଠା, ସ୍ୱଚ୍ଛତା ଏବଂ ସାଧୁତାର ସହ କରାଯାଏ ତେବେ ତାର ମର୍ଯ୍ୟାଦା ରହିଛି ଏଇ ସମାଜରେ । ଠିକ୍‌ ସେମିତି ଏଇ ଯୁବକ ଜଣକ ହେଉଛନ୍ତି ଏମବିଏ ପାସ୍‌ । ଚାକିରି ବି କରିଥିଲେ । ହେଲେ ଏବେ ଗୁପଚୁପ୍‌ ବିକୁଛନ୍ତି । ତେବେ ଏହା ପଛରେ କିଛି ତ ରହସ୍ୟ ରହିଛି ?

ଯେତେବେଳେ ପାଟି ଖୋଜେ କିଛି ଚଟପଟା ଖାଦ୍ୟ ସେତେବେଳେ ମନେ ପଡ଼େ ଗୁପଚୁପ୍‌ କଥା । ଆଉ ଯଦି କେଉଁଠି ସୁଆଦିଆ ଗୁପଚୁପ୍‌ କଥା ଉଠେ ତେବେ ମନ ଟାଣି ନିଏ ସେହି ଜାଗାକୁ ସେ ତେଣିକି ଯେତେ ଦୂର ହେଉ ପଛେ ସେଠି ଯାଇ ପହଞ୍ଚି ଯାଆନ୍ତି ଖାଦ୍ୟ ପ୍ରେମୀ । ହେଲେ ଆଜି ଆମେ ଯେଉଁ ଗୁପଚୁପ ବିକାଳି ବାବୁଙ୍କ କଥା କହିବୁ ସେ ଅନ୍ୟଙ୍କ ପରି ନୁହନ୍ତି । ତାଙ୍କ ଠାରେ କିଛି ବିଶେଷ କଥା ରହିଛି । ତେବେ ଚାଲନ୍ତୁ ଜାଣିବା ଏଇ ଯୁବକ ଜଣକ ଗୁପଚୁପ୍‌ ବିକାଳି ପାଲଟିବା ପଛର କାହାଣୀ କଣ ?

ଦୁନିଆରେ କୌଣସି କାମ ଛୋଟ କି ବଡ଼ ନୁହେଁ । ଯଦି ନିଷ୍ଠା, ସ୍ୱଚ୍ଛତା ଏବଂ ସାଧୁତାର ସହ କରାଯାଏ ତେବେ ତାର ମର୍ଯ୍ୟାଦା ରହିଛି ଏଇ ସମାଜରେ । ଠିକ୍‌ ସେମିତି ଏଇ ଯୁବକ ଜଣକ ହେଉଛନ୍ତି ଏମବିଏ ପାସ୍‌ । ଚାକିରି ବି କରିଥିଲେ । ହେଲେ ଏବେ ଗୁପଚୁପ୍‌ ବିକୁଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସେ କୌଣସି ଠେଲାରେ ଆଣି ବିକୁ ନାହାଁନ୍ତି । କାରରେ ଆସୁଛନ୍ତି । ହେଲେ ଗୁପ୍‌ଚୁପ୍‌ ବିକୁଛନ୍ତି । ତେବେ ଏହା ପଛରେ କିଛି ତ ରହସ୍ୟ ରହିଛି ? କଥାରେ ଅଛି ବାପା ମାଆ ଯେତେବେଳେ ଜନ୍ମ ଦେଇଥାନ୍ତି କର୍ମ ଦେଇ ନଥାନ୍ତି l କିନ୍ତୁ ବାପା ମାଆଙ୍କ ଟଙ୍କା ଖର୍ଚ୍ଚରେ ପୁଅ ଝିଅ ଖୁବ୍ ପାଠ ପଢନ୍ତି l ସମୟ ସ୍ରୋତରେ ତାଳ ଦେଇ ଯିଏ ଯାହାର କର୍ମ କ୍ଷେତ୍ର ବାଛି ନିଅନ୍ତି l ଯେମିତି ଆମେ ଆଜି ପାଇଛୁ ଜଣେ ଏମବିଏ ପାଠ ପଢ଼ିଥିବା ଯୁବଙ୍କୁ ଯିଏ କି ଏଠାରେ ଆସି ଗୁପଚୁପ ବିକ୍ରୀ କରୁଛନ୍ତି l ଦର୍ଶକ ବନ୍ଧୁ, ସମସ୍ତେ ଚାହାନ୍ତି ଯେଉଁ ପାଠ ସେମାନେ ପଢିଥାନ୍ତି ସେହି ଶିକ୍ଷା ଅନୁସାରେ ଚାକିରିଟିଏ କରିବେ । ହେଲେ ଜୀବିକା ବଦଳିଯାଏ କିଛି କାରଣ ଯୋଗୁ ।

ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ ଯେତେବେଳେ ଶୁଣିଥିଲୁ ଜଣେ ଉଚ୍ଚ ଶିକ୍ଷିତ ଯୁବକ ସେ ପୁଣି ଗୁପଚୁପ ଧରି ବିକ୍ରୀ କରିବାକୁ ଆସୁଛନ୍ତି l ତାଠାରୁ ଆଚମ୍ବିତ କରିଥିଲା ସେ ଏମବିଏ ପାଠ ପଢ଼ି କାର ରେ ଆସନ୍ତି ଆଉ କାର ରେ ସବୁ ଯୁଗାଡ଼ ଆଣନ୍ତି । ସବୁଦିନ ପରି ସଜେଇ ଦିଅନ୍ତି ଗୁପଚୁପ ଦୋକାନ l ବିଭିନ୍ନ ପ୍ରକାର ଟେଷ୍ଟି ଗୁପଚୁପ ପରସି ଦିଅନ୍ତି ଗ୍ରାହକ ମାନଙ୍କୁ l ସେହି ଗୁପ୍‌ଚୁପ୍‌ ଆଉ ଖଟା ପାଣିର ବାସ୍ନା ଟାଣି ଆଣିଥାଏ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ । ଖାସ୍‌ କରି ନାରୀ ମାନଙ୍କର ଜମିଥାଏ ଭିଡ଼ । ସମୟ ଠିକ୍‌ ୪ ଟା ବେଳେ ରାଜାରାଣୀ ମନ୍ଦିର ସମ୍ମୁଖରେ ଖୋଲା ହୁଏ ଏହି ଗୁପଚୁପ୍‌ ଦୋକାନ । ଯୁବକ ଜଣକ କାର୍‌ରେ ଆଣିଥିବା ଗୁପ୍‌ଚୁପ୍‌ଠାରୁ ଆରମ୍ଭ କରି ସବୁ ଜିନିଷ ଯୋଗାଡ଼ି ଦିଅନ୍ତି ଟେବୁଲ ଉପରେ । ଆଉ ଯେତେବେଳେ ତାଙ୍କ ଆଳୁ ମସଲା ଉପରେ ନଜର ପଡ଼େ ସେତେବେଳେ ପାଟିରୁ ବହିଯାଏ ଲାଳ । ଆଉ ସଙ୍ଗେ ସଙ୍ଗେ କେଉଁଠି କେଜାଣି ଥାଆନ୍ତି ଗ୍ରାହକ ମାନେ ଧାଇଁ ଆସନ୍ତି ଗୁପ୍‌ଚୁପ୍‌ ଖାଇବା ପାଇଁ । ସୁବଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ହାତରେ ଗ୍ଲୋବ୍‌ସ ମୁଣ୍ଡରେ କ୍ୟାପ୍‌ ,ମୁହଁରେ ମାସ୍କ ପିନ୍ଧି ସ୍ୱଚ୍ଛତାର ସହ ଗୁପ୍‌ଚୁପ୍‌ ପ୍ରସ୍ତୁତ କରି ପରସି ଦିଅନ୍ତି ଗ୍ରାହକ ମାନଙ୍କୁ । ଲୋକଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିନା ପିଆଜ ରସୁଣର ଗୁପ୍‌ଚୁପ୍‌ ଏବଂ ତାର ଆଳୁ ମସଲା ତିଆରି କରିଥାଆନ୍ତି । ଆଜିର ଯୁବପିଢ଼ି ଯେଉଁଭଳି ଭାବରେ ସ୍ୱଚ୍ଛତା ଚାହୁଁଛନ୍ତି ସେହିଭଳି ଢଙ୍ଗରେ ନିଜକୁ ଏବଂ ନିଜର ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ କରିଥାଆନ୍ତି ବୋଲି ସମସ୍ତେ ତାଙ୍କ ପାଖରେ ଭିଡ଼ ଜମାନ୍ତି ।

ଯୁବକ ଜଣଙ୍କ ହେଉଛନ୍ତି ଶରତ କୁମାର ପରିଡା l ଅନେକ ବର୍ଷ ହେବ ଭୁବନେଶ୍ୱରରେ ରହିଆସୁଛନ୍ତି । ବାପା ମାଆ ଅନେକ ଟଙ୍କା ଖର୍ଚ୍ଚ କରି ପାଠ ପଢ଼େଇବା ପରେ ଚାକିରି କରିଥିଲେ ଶରତ l ଦଶ ବର୍ଷ ଚାକିରି ପରେ ଚିନ୍ତା କଲେ ପର ପାଖରେ ଚାକିରି ନକରି ନିଜେ ସ୍ୱାବଲମ୍ବୀ ହେବେ । ଏହାସହ କେମିତି କମ ଇନଭେଷ୍ଟମେଣ୍ଟ ରେ ଅଧିକା ଟଙ୍କା ରୋଜଗାର କରିହେବ ତାକୁ ଚିନ୍ତା କରି ବାଛି ଥିଲେ ବ୍ୟବସାୟକୁ l ପ୍ରଥମେ କରିଥିଲେ ମୋମୋ ବ୍ୟବସାୟ । ତା ପରେ ଆରମ୍ଭ କଲେ ଏହି ଗୁପ୍‌ଚୁପ୍‌ ବ୍ୟବସାୟ । ହେଲେ ମୋ ବ୍ୟବସାୟ ଅଧିକ ସମୟ ଏବଂ ପରିଶ୍ରମ ଦେବାକୁ ପଡ଼ିଥିଲା । ତେଣୁ ସେହି ବ୍ୟବସାୟକୁ ବନ୍ଦ କରି ବର୍ତ୍ତମାନ ଗୁପ୍‌ଚୁପ୍‌ ବ୍ୟବସାୟ କରୁଛନ୍ତି । ଆଉ ଆଶା ରଖିଛନ୍ତି ଏହି ବ୍ୟବସାୟ କରି ଦିନେ କୋଟି ପତି ହେବେ l କିନ୍ତୁ ତାଙ୍କର ଏହି ସ୍ୱପ୍ନ ପୂରଣ ପାଇଁ ପରିଶ୍ରମ ତ କରୁଛନ୍ତି କିନ୍ତୁ ପାଖରେ ଜଣେ ସହଯୋଗୀ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.