ଡିଫେନ୍ସରେ କେତେ ଟଙ୍କା ଖର୍ଚ୍ଚ କରୁଛି ଭାରତ, ଜାଣନ୍ତୁ ଚୀନ କେତେ ନମ୍ବରରେ ଅଛି

କେବଳ ଭାରତ ନୁହେଁ ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜ ସୈନ୍ୟବଳକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି । ପ୍ରାୟ ସମସ୍ତ ଦେଶ ଡିଫେନ୍ସ ଉପରେ ହେଉଥିବା ଖର୍ଚ୍ଚର ପରିମାଣକୁ ବୃଦ୍ଧି କରିବାରେ ଲାଗିଛି ।

ଡିଫେନ୍ସରେ କେତେ ଟଙ୍କା ଖର୍ଚ୍ଚ କରୁଛି ଭାରତ…
ରକ୍ଷା ବଜେଟରେ କେତେ ନମ୍ବରରେ ଅଛି ଆମ ଦେଶ…
ଡିଫେନ୍ସକୁ କାହିଁକି ଅଧିକ ଗୁରୁତ୍ୱ ଦେଉଛି ଭାରତ…

କେବଳ ଭାରତ ନୁହେଁ ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜ ସୈନ୍ୟବଳକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି । ପ୍ରାୟ ସମସ୍ତ ଦେଶ ଡିଫେନ୍ସ ଉପରେ ହେଉଥିବା ଖର୍ଚ୍ଚର ପରିମାଣକୁ ବୃଦ୍ଧି କରିବାରେ ଲାଗିଛି । ବର୍ତ୍ତମାନର ରିପୋର୍ଟ ଅନୁସାରେ, ୨୦୨୩ ସୁଦ୍ଧା ଏହି ଖର୍ଚ୍ଚ ୨୪୪୩ ବିଲିୟନ ଡଲାରରେ ପହଞ୍ଚି ସାରିଲାଣି । ଆମେରିକା, ଚୀନ ଏବଂ ରୁସ୍‌ ପରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ଦେଶ ଯାହା ତେବେ ନିଜ ସେନାବାହିନୀରେ ସବୁଠାରୁ ଅଧିକ ବିନିଯୋଗ କରୁଛି । ଭାରତ ଅପେକ୍ଷା ଆମେରିକା, ଚୀନ ଏବଂ ଋଷ ଅଧିକ ଟଙ୍କା ନିଜ ସେନାକୁ ଶକ୍ତିଶାଳୀ କରିବା ପାଇଁ ଖର୍ଚ୍ଚ କରୁଛନ୍ତି । ଏକ ରିସର୍ଚ୍ଚ ଅନୁଯାୟୀ, ବିଶ୍ୱରେ ଡିଫେନ୍ସ କ୍ଷେତ୍ରରେ ହେଉଥିବା ମୋଟ ଖର୍ଚ୍ଚ ୨୦୨୩ ମସିହାରେ ପ୍ରାୟତଃ ୬.୮ ପ୍ରତିଶତ ବୃଦ୍ଧି ପାଇଛି ।

ତେବେ ପ୍ରତିରକ୍ଷା କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ କରିବା ତାଲିକାରେ ଶୀର୍ଷରେ ରହିଛି ଆମେରିକା । ଆମେରିକା ଏଥିପାଇଁ ୯୧୬ ବିଲିୟନ୍ ଡଲାର ଖର୍ଚ୍ଚ କରୁଥିବା ବେଳେ ଦ୍ୱିତୀୟରେ ଚୀନ ୨୯୬ ବିଲିୟନ୍ ଡଲାର ଏବଂ ଋଷ ୧୦୯ ବିଲିୟନ୍ ଡଲାର ଅର୍ଥ ବିନିଯୋଗ ଖର୍ଚ୍ଚ କରୁଛି । ତେବେ ଭାରତ ନିଜ ପ୍ରତିରକ୍ଷା କ୍ଷେତ୍ରରେ ୮୪ ବିଲିୟନ୍ ଡଲାର ଖର୍ଚ୍ଚ ସହିତ ଏହି ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ତେବେ ୨୦୦୯ପରେ ପ୍ରଥମ ଥର ପାଇଁ ବିଶ୍ୱର ୫ଟି ଭୌଗୋଳିକ କ୍ଷେତ୍ର(ଆମେରିକା, ୟୁରୋପ, ମିଡିଲ ଇଷ୍ଟ, ଆଫ୍ରିକା ଏବଂ ଏସିଆ)ରେ ପ୍ରତିରକ୍ଷା ବେିଭାଗ ପାଇଁ ଖର୍ଚ୍ଚ ବୃଦ୍ଧି ପାଇଛି ।

ଏହି ରେକର୍ଡ କହୁଛି ଯେ, ଭାରତ ଅପେକ୍ଷା ପଡ଼ୋଶୀ ରାଷ୍ଟ୍ର ଚୀନ ୪ ଗୁଣ ଅଧିକ ଅର୍ଥ ଖର୍ଚ୍ଚ କରୁଛି । ଭାରତ ଅପେକ୍ଷା ଚୀନ ଏବେ ଯୁଦ୍ଧ ବିମାନ, ଜାହାଜ ଏବଂ ହେଲିକପ୍ଟର ସହ ମଡର୍ଣ୍ଣ ଇନଫାଣ୍ଟ୍ରି ୱିପନ୍, ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ଇତ୍ୟାଦିରେ ଶକ୍ତି ବୃଦ୍ଧି କରୁଛି । ଏହାବ୍ୟତୀତ ପରମାଣୁ, ସ୍ପେସ ଏବଂ ସାଇବର ସେକ୍ଟରରେ ମଧ୍ୟ ଚୀନ ଶକ୍ତିଶାଳୀ ହେବା ଦିଗରେ ଆଗକୁ ବଢୁଛି ।

ତେବେ ଆପଣଙ୍କ ମନରେ ନିହାତି ଭାବେ ପ୍ରଶ୍ନ ଆସୁଥିବ ଯେ ଚୀନ କାହିଁକି ନିଜର ମିଲିଟାରୀକୁ ଏତେ ବୃଦ୍ଧି କରୁଛି । ତେବେ ଏହାର କାରଣ ହେଉଛି ଆମେରିକା, ତାଇଓ୍ଵାନ, ଜାପାନ ସହିତ ଆନ୍ତରୀଣ ଅନ୍ତର୍ଦ୍ୱନ୍ଦ୍ୱ । ଯେଉଁ କାରଣରୁ ଚୀନ ହାଇଟେକ ମିଲିଟାରୀ ଟେକ୍ନୋଲୋଜୀ ସାମିଲ କରୁଛି, ନୂଆ ହତିଆର ତିଆରି କରୁଛି । ନିଜର ତିନିଟି ସେ ନାକୁ ମଜବୁତ କରୁଛି । ସ୍ପେସ ଏବଂ ପରମାଣୁ ହତିଆର ସଂଖ୍ୟାରେ ବୃଦ୍ଧି କରୁଛି ।

ଆପଣଙ୍କୁ କହିବାକୁ ଚାହିଁବୁ ଯେ ଆମେରିକା, ଚୀନ, ଋଷ ଏବଂ ଭାରତ ପରେ ସାଉଦି ଆରବ (୭୬ ବିଲିୟନ ଡଲାର), ବ୍ରିଟେନ (୭୫ ବିଲିୟନ ଡ଼ଲାର), ଜର୍ମାନୀ (୬୭ ବିଲିୟନ ଡ଼ଲାର), ୟୁକ୍ରେନ (୬୫ ବିଲିୟନ ଡ଼ଲାର), ଫ୍ରାନ୍ସ (୬୧ ବିଲିୟନ ଡ଼ଲାର) ଏବଂ ଜାପାନ (୫୦ ବିଲିୟନ ଡ଼ଲାର) । ଏହି ତାଲିକାରେ ପାକିସ୍ତାନ ୩୦ ନମ୍ବରରେ ରହିଛି। ପ୍ରତିରକ୍ଷା ପାଇଁ ପାକିସ୍ତାନ ୮.୫ ବିଲିୟନ ଡଲାର ଖର୍ଚ୍ଚ କରିଛି ।

ସେହିପରି କହିବାକୁ ଚାହିଁବୁ ଯେ ଧରିନିଅନ୍ତୁ ଭାରତ ବର୍ଷ ୨୦୨୪-୨୫ ପାଇଁ ୬.୨ ଲକ୍ଷ କୋଟି ଟଙ୍କାର ରକ୍ଷା ବଜେଟରେ ଆବଣ୍ଟିତ କରିଛି । କିନ୍ତୁ ଏଥିରୁ କେବଳ ୨୮% ରାଶି ସେନାର ମର୍ଡନାଇଜେସନ ପାଇଁ ରଖାଯାଇଛି । ଡିଫେନ୍ସ ବଜେଟ ଦେଶର ଜିଡିପିର ପାଖାପାଖି ୧.୯ ପ୍ରତିଶତ ଅଟେ । କିନ୍ତୁ ଭାରତୀୟ ସେନାର ମର୍ଡନାଇଜେସନ ଏହାର ୧୪ ଲକ୍ଷ ଶସସ୍ତ୍ର ବଳର ଭାରି ବେତନ ଏବଂ ପେନସନ୍‌ ବିଲ ଏବଂ ଦୁର୍ବଳ ଡିଫେନ୍ସ ଇଣ୍ଡସଟ୍ରିଆଲ ବେସ କାରଣରୁ ବାଧାପୂର୍ଣ୍ଣ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.