ଏସସିବି ରୁ ଧରା ହେଲେ ରକ୍ତ ଦଲାଲ, ଚାରି ଗିରଫ

ରକ୍ତ ସଙ୍କଟ ବେଳେ ମାତିଛନ୍ତି ରକ୍ତ ଦଲାଲ । ଧରା ହେଲେ ରକ୍ତ ଦଲାଲ । ଏସ ସି ବି ମେଡିକାଲ କଲେଜରୁ ଚାରି ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ ।

କଟକ :  ରକ୍ତ ସଙ୍କଟ ବେଳେ ମାତିଛନ୍ତି ରକ୍ତ ଦଲାଲ । ଧରା ହେଲେ ରକ୍ତ ଦଲାଲ । ଏସ ସି ବି ମେଡିକାଲ କଲେଜରୁ ଚାରି ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । କେନ୍ଦ୍ରୀୟ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଅଧିକ ଟଙ୍କାରେ ବିକ୍ରି କରୁଥିଲେ ଅଭିଯୁକ୍ତ ।

ଏକ ୟୁନିଟ ରକ୍ତ ପିଛା ୧୫୦୦ ରୁ ୨୦୦୦ ଟଙ୍କା ନେଉଥିଲେ ଗିରଫ ଦଲାଲ । ଚାରି ଅଭିଯୁକ୍ତ ହେଲେ ନିଖିଳ ସେନାପତି, ନେତାଜୀ ଦାସ, ସୁଜିତ କୁମାର ପଣ୍ଡା ଓ ଅଜୟ ମହାପାତ୍ର ଗିରଫ । ଗ୍ରାମାଞ୍ଚଳରୁ ଆସୁଥିବା ଅନେକ ରୋଗୀଙ୍କ ସମ୍ପର୍କୀୟ ଟାର୍ଗେଟ କରୁଥିଲେ ଏହି ଦଲାଲ । ଏ ନେଇ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.